-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

*ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *

18-Mar-2026



ସୁବର୍ଣ୍ଣପୁର,(ମନୋରଞ୍ଜନ  ତ୍ରିପାଠୀ )
ସୋନପୁର ର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ୨ ଘଣ୍ଟିଆ ଧାରଣା ଦେଇଛି ପୂରାତନ ଛାତ୍ର ସଂଘ ତଥା ଆଲୁମିନୀ ଆସୋସିଏସନ । ଏବଂ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ସଂଘ ପକ୍ଷରୁ କୁହାଯାଇଛି ଯେ ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ କରାଯାଇଛି । ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l ଏପରିକି ମୂଖ୍ୟମନ୍ତ୍ରୀ ଙ୍କ ସୋନପୁର ଗସ୍ତ ସମୟରେ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି । ସଂଘ ପକ୍ଷରୁ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ତଥା କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କ ନେତୃତ୍ବରେ ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l ସଂଘ ପକ୍ଷରୁ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ଏକ ଅଡିଟରିୟମ ନିର୍ମାଣ, ଛାତ୍ରୀ ନିବାସ, ଛାତ୍ର ନିବାସ ନିର୍ମାଣ ସହ କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବୀ ପତ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବାଳୟ ଠାରେ ପ୍ରଦାନ କରାଯାଇଥିଲା l ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ କଲେଜ ର ଭିତ୍ତିଭୂମିର ବିକାଶ ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ସହ ଛାତ୍ରଛାତ୍ରୀ ହଷ୍ଟେଲ ଏବଂ ଅଡିଟରିୟମ ନିର୍ମାଣ ପାଇଁ ପୂର୍ଣ୍ଣ ସହମତି ପ୍ରଦାନ କରିଥିବା ବେଳେ ସରକାରୀ ମାନ୍ୟତା ପାଇଁ ଯୋଗ୍ୟତା ଭିତ୍ତିରେ ସରକାର ସହୃଦୟତା ର ସହ ବିଚାର କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ସଂଘ ପକ୍ଷରୁ ଡିସେମ୍ବର ମାସରେ ଦସ୍ତଖତ ଅଭିଯାନ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସ୍ଵଇଚ୍ଛା ରେ ଦସ୍ତଖତ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ ନୂତନ ଭାବରେ ପ୍ରତିଷ୍ଠିତ କଲେଜ ସରକାରୀ ମାନ୍ୟତା ପାଇ ସାରିଥିବା ବେଳେ ପୂରାତନ ସୋନପୁର କଲେଜକୁ ଅଣଦେଖା କରାଯାଇଛି । କଲେଜକୁ ସରକାରୀ ମାନ୍ୟତା ପାଇଁ ଯାହା ପଦକ୍ଷେପ ନେବାକୁ ପଡେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ପାଇଁ  ଛାତ୍ର ନେତା ପ୍ରମୁଖ ପ୍ରକାଶ କରିଛନ୍ତି କାର୍ଯ୍ଯ କ୍ରମରେ ପୂରାତନ ଛାତ୍ର ସଂଘର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ, ଉପ ସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶ, ସହ ସମ୍ପାଦକ ସରୋଜ ପ୍ରଧାନ, ବିଶ୍ୱବୀର ମିଶ୍ର, ବିଶ୍ବ ରଞ୍ଜନ ପୂଜାହାରୀ, ସୁଧିର ପଣ୍ଡା, ସୁଦାମ ମିଶ୍ର, ସିତାଂଶୁ ମିଶ୍ର, ପର୍ଶୁରାମ ମିଶ୍ର, ସନ୍ତୋଷ ପାଢ଼ୀ, କଲ୍ୟାଣ ପାଢ଼ୀ, ଘନଶ୍ୟାମ ପାଣିଗ୍ରାହୀ, ଶ୍ରୀଧର ବାଗ, ଶ୍ୟାମାଓଁ ପ୍ରସାଦ ମିଶ୍ର, ଵିନୋଦ ପାତ୍ର, ଗଦାଧର ବାରିକ, ମାଧବ କୁମ୍ଭାର, ଦିଲିପ ରଥ, ମଦନ ଗୋପାଳ ମିଶ୍ର, ଗୋପାଳ ବରାଇ, ଧର୍ମେନ୍ଦ୍ର ଥନାପତି, ଶାଶ୍ଵତ ମିଶ୍ର, ରାଜ କିଶୋର ତ୍ରିପାଠୀ, ଦୀପକ ମହାପାତ୍ର, ସ୍ୱରୂପ ପାତ୍ର, ପ୍ଲାବନ ମହାପାତ୍ର, ଅଭିଷେକ ଶର୍ମା, ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ଶ୍ରମିକ ସଙ୍ଗଠନ ର ଗୋବିନ୍ଦ ମହାରଣା, ଓଡ଼ିଶା ସାମ୍ୱାଦିକ ସଂଘ ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରୀପାଠୀ, ବରିଷ୍ଠ ନାଗରିକ ସଂଘ ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ,  ବରିଷ୍ଠ ନାଗରିକ ମଞ୍ଚ ର ସୀତାଂଶୁ ଶେଖର ମିଶ୍ର,ଜିଲ୍ଲା କୃଷକ ସଂଗଠନ ସଭାପତି ପଦ୍ମ ଲୋଚନ ମିଶ୍ର, ବାପୁଜୀ କ୍ଲବ୍ ଜିତେନ୍ଦ୍ର ପଟ୍ଟନାୟକ, ଠିକାଦାର ସଂଘ ର ରାମକୃଷ୍ଣ ଦାସ, ଟ୍ରାକ୍ଟର ସଂଘ ର ଶିବ ନାରାୟଣ ବହିଦାର, ବୁଢୀମା କ୍ଲବ୍ ର ସହଦେବ ପାତ୍ର, ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି  ଗୋରେଖ ନାଥ ସାହୁ, ବୁଢ଼ାରଜା ସଂଘ ର ତାପସ ବେଉରା, ଗୋପଲଜୀ ଯୋଗାଳୟ ରାଧା କିଷନ ଅଗ୍ରୱାଲ, ପଏଁରୀ ର ଗୌରୀଶଙ୍କର ରଥ ଙ୍କ ସହ ଅନେକ ପୂରାତନ ଛାତ୍ର ସଂଘ କର୍ମକର୍ତ୍ତା ତଥା ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା