-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ

17-Mar-2026



ଲୋଇସିଂହା, (ବିନୋଦ ଦୀପ) ଆଦିବାସୀ ତଥା ପାରମ୍ପରିକ ବନବାସୀ ସୁରକ୍ଷା ଦେଇ ଆସୁଥିବା ତଥା ଚାଷବାସ କରୁଥିବା ଜଙ୍ଗଲ ଜମିକୁ ଖଣି କମ୍ପାନୀ ଗୁଡ଼ିକ ହାତରେ ଟେକି ଦେବା ପାଇଁ ସରକାର ମସୁଧା କରିଛନ୍ତି । ନିଜ ଭିଟାମାଟିକୁ ସୁରକ୍ଷା ଦେବା ସହିତ    ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ଲୋଇସିଂହା ବ୍ଲକ ରତାଖଣ୍ଡି ଠାରେ ଆୟୋଜିତ ବିଶାଳ ସମାବେଶରେ ଉପରୋକ୍ତ ମତ ପ୍ରକାଶ ପାଇଛି । "ଲୋଇସିଂହା ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହ" ର ସଭାପତି ରାଧାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁ ଯୋଗ ଦେଇ ଭିଟାମାଟିର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ ।  ଅଞ୍ଚଳରେ ଦେଖା ଦେଇଥିବା ଖଣିବ୍ଲକ ଗୁଡ଼ିକ ଯୋଗୁଁ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ ତଥା ପ୍ରତିକାର ସକାଶେ ସରକାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଗ୍ରାଫାଇଟ ଓ ମାଙ୍ଗାନିଜ ଖଣି ଖୋଲାକୁ ଉପସ୍ଥିତ ଲୋକେ ତୀବ୍ର ବିରୋଧ କରିବା ସହିତ ସରକାରଙ୍କୁ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଦେବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଖଣି ଖୋଲା ସମ୍ବନ୍ଧୀୟ କୌଣସି ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇ ନ ଥିବାରୁ ପ୍ରଥମେ ଗାଁ ଗୁଡିକରେ ପଲ୍ଲୀସଭା/ଗ୍ରାମସଭା କରି ଲୋକଙ୍କୁ ଅବଗତ କରାଯିବା ସହିତ ଗ୍ରାମସଭାର ବିନା ଅନୁମୋଦନରେ ଖଣି ଖୋଲା ଅନୁମତିକୁ ତୀବ୍ର ବିରୋଧ କରାଯାଇଥିଲା । ସ୍ଥାନୀୟ ଲୋକେ ଦୀର୍ଘ ୩୦/୪୦ ବର୍ଷ ଧରି ଜଙ୍ଗଲ ସୁରକ୍ଷା କରୁଥିବାରୁ କୌଣସି ବି ଜଙ୍ଗଲକୁ ଖଣି ଖନନ ନାମରେ ନଷ୍ଟ କରିବାକୁ ଦିଆଯିବ ନାହିଁ । ଜିଲ୍ଲାରେ ଖରାଦିନେ ତାପମାତ୍ରା ୪୫ ରୁ ୫୦ ଡିଗ୍ରୀ ରହୁଥିବା ପରିପ୍ରେକ୍ଷୀରେ ଜଙ୍ଗଲ, ଝରଣା, ନଦୀ, ନାଳକୁ ଧ୍ଵଂସ କରି ଖଣି ଖୋଲା ପ୍ରସ୍ତାବରୁ ସରକାର ଦୂରେଇ ରହିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଏଥିସହିତ ପରିବେଶ ପ୍ରଭାବ ଜନଶୁଣାଣୀ ଏବଂ ପରିବେଶ ଅନୁମତି ପୂର୍ବରୁ ଖଣି ଖୋଲା ପାଇଁ ଲାଇସେନ୍ସକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ଆଦିବାସୀ ଏବଂ ବନବାସୀ ମାନଙ୍କ ଜଙ୍ଗଲ ଅଧିକାରକୁ ପ୍ରଥମେ ସ୍ଵୀକୃତି ଦେବାକୁ ଦାବି କରିଥିଲେ । ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ଵୀକୃତି ଦିଆଯାଇ ନାହିଁ, ପ୍ରଥମେ ତାହା ସୁନିଶ୍ଚିତ କରାଯିବା ପାଇଁ ଦାବି ହୋଇଥିଲା । ଏହି ମର୍ମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,  ବଲାଙ୍ଗୀର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ଆଦିବାସୀ ଉନ୍ନୟନ ବିଭାଗ ସଚିବ, ଖଣି ଓ ଇସ୍ପାତ ସଚିବ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଖଣିମନ୍ତ୍ରୀ, କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବ, କେନ୍ଦ୍ର ଖଣି ସଚିବଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମାବେଶରେ ଆଦିବାସୀ ନେତା ଗିରିରାଜ୍ ଭୋଇ, ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ, ବିମଳେନ୍ଦୁ ସାହୁ, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟା, ରତାଖଣ୍ଡି ସରପଞ୍ଚ ହିମାଞ୍ଚଲ ମେହେର, ସରଗାଡ ସରପଞ୍ଚ ସରୋଜ ବେହେରା, ସମିତି ସଭ୍ୟ ବିରେନ୍ଦ୍ର ସାହୁ, ଉପରବାହାଲ ସରପଂଚ ପ୍ରତିନିଧି ଶର୍ମା ସାହୁ, ଭକ୍ତ ବରିହା, ଶେଷଦେବ ଖମାରୀ, ସୁରେନ୍ଦ୍ର ଭୋଇ, ସତ୍ୟ ବନଛୋର, ଗୁଣନିଧି ବରିହା, ଖେଲରାଜ୍ ବରିହା, ମିଶ୍ର ବରିହା, ବିଦ୍ୟାସାଗର ନାଏକ, ପ୍ରମୋଦ ଭୋଇ, ବସନ୍ତ ବରିହା, ବିକ୍ରମ ବରିହା, ବିନାୟକ ଭୋଇ, ଭୀଷ୍ମ ବରିହା, କଏଁରୁ ବରିହା, ଗୋପୀନାଥ ଛତ୍ରିଆ, ଅନନ୍ତ କଲେତ, ଯୋଗିନ୍ଦ୍ର ମେହେର,  ଦିଲିପ ବରିହା, ରମେଶ ପଧାନ, ଝସକେତନ ରାଏ, ବିଜୟ ସୁନା, ମୋତିରାମ ବରିହା, ପ୍ରେମରାଜ ବରିହାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ତଥା ଲୋଅର୍ ସୁକତେଲ ପ୍ରଭାବିତ ଅଞ୍ଚଳର ଅଧିବାସୀ ଯୋଗ ଦେଇ ସ୍ଵକୀୟ ମତାମତ ଉପସ୍ଥାପନ କରିଥିଲେ । କୈଳାସ ବରିହା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଶେଷରେ ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହର ସମ୍ପାଦକ ଚୈତନ୍ୟ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା