-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
10-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡିଶା ପୋଲିସ ପକ୍ଷରୁ ଗତ ତା ୧୩.୦୨.୨୦୨୬ ରୁ ୧୨.୦୩.୨୦୨୬ ପର୍ଯ୍ୟନ୍ତ ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି । ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ mule ( ବେନାମୀ) ବ୍ୟାଙ୍କ ଆକାଊଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକ ମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଊଛି । ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦ୍ବାରା ୧୫୦୧ ଆକାଊଣ୍ଟ ଯାଞ୍ଚ କରାଯାଇଛି । ଏହାସହ mule ଏକାଉଣ୍ଟ ସମ୍ବନ୍ଧରେ ସୋନପୁର ଥାନା ରେ ୦୩ ଟି, ବୀର ମହାରାଜ ପୁର ଥାନା ରେ ୦୨ ଟି, ବିନିକା ସୁବଲୟା ଡୁଙ୍ଗୁରିପାଲି ଓ CC & EO PS ରେ ଗୋଟିଏ ଲେଖାଏଁ ସର୍ବମୋଟ ୦୯ ଟି କେସ ରୁଜୁ କରାଯାଇଛି । ଏହି କେସ ମାନଙ୍କରେ ୦୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ ୨୬ ଜଣଙ୍କୁ ଆଇନଗତ ନୋଟିସ ଜାରି କରାଯାଇଛି ବୋଲି ଆଜି ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉପୋରୋକ୍ତ କେସ ମାନଙ୍କରେ ଚିହ୍ନଟ ହୋଇଥିବା mule ଆକାଊଣ୍ଟ ରେ ସମୁଦାୟ ୭ କୋଟି ୮୨ ଲକ୍ଷ ଟଙ୍କାର କାରବାର ହୋଇଥିଲା।ଏହିସବୁ କେସରେ ଆସାମୀ ମାନଙ୍କ ଠାରୁ ମୋବାଇଲ, ATM କାର୍ଡ ଏବଂ ପାସବୁକ ଜବତ କରାଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲାରେ CC & EO PS ସ୍ଥାପନ ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରଯାଇଥିଲା । ଗତକାଲି ଆକାଊଣ୍ଟ ଯାଞ୍ଚ ସମୟରେ 0୬ ଟି mule ଏକାଉଣ୍ଟ ଠାବ କରାଯାଇଥିଲା । ଏହି ସମ୍ପୃକ୍ତରେ CC & PS କେଶ ନମ୍ବର. ୦୧ Dt.09.03.2026 U/s-112(2)/317(2)/317(5) /318(4)/61(2) BNS / Sec. 66(C )/66(D) I.T Act. ରୁଜୁ କରଯାଇଥିଲା । ପ୍ରାଥମିକ ତଦନ୍ତରେ ଏହି ଆକାଊଣ୍ଟ ମାନଙ୍କୁ ରୁ ୦୩ କୋଟି ୧୭ ଲକ୍ଷ ଟଙ୍କାର ର କାରବାର ହୋଇଥିଲା । ଏଥିରେ ସମ୍ପୃକ୍ତ 0୫ ଜଣ ଙ୍କୁ ଅଟକ ରଖି ପଚାରିବାରେ ସେମାନେ ନିଜ ଆକାଊଣ୍ଟ ସାଇବର ଫ୍ରଡରେ ବିନିଯୋଗ କରିବା କଥା ମାନିଥିଲେ । ସେମାନଙ୍କ ଠାରୁ ମୋବାଇଲ, ATM କାର୍ଡ ଏବଂ ପାସବୁକ ଜବତ କରାଯାଇଛି ଓ ଆଜି ସମସ୍ତ 0୫ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି l
ରାଜ୍ୟବାସୀଙ୍କ ଡିଜିଟାଲ କାରବାର ସୁରକ୍ଷା ପାଇଁ ଓଡିଶା ପୋଲିସ ସର୍ବଦା ପ୍ରତିଶ୍ରୁତି ବଦ୍ଧ । ଜନସାଧାରଣଙ୍କୁ ସୁବର୍ଣ୍ଣପୁର ପୋଲିସ ତରଫରୁ ଅପିଲ କରାଯାଇଛି ଯେ କୌଣସି ଅଜଣା ନମ୍ବର ରୁ ଲୋଭନୀୟ ବା ଅବିଶ୍ୱାସନିୟ ଅଫର ଉପରେ ବିଶ୍ବାସ କରନ୍ତୁ ନହିଁ । ଆବଶ୍ୟକ ସ୍ଥଳେ ନ୍ଯାଶନ୍ଯାଲ ସାଇବର ହେଲ୍ପ ଲାଇନ ନମ୍ବର.୧୯୩୦ ବା ସୁବର୍ଣ୍ଣପୁର ସାଇବର ପୋଲିସ ହେଲ୍ପ ଲାଇନ ନମ୍ବର 8280446541 ରେ ଯୋଗାଯୋଗ କରନ୍ତୁ ବୋଲି ଏସପି ଶ୍ରୀ ନାରାୟଣ ନାଏକ ମିଡିଆ ଙ୍କୁ ସୂଚନା ଦେଇଛନ୍ତି ।