-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଝରଣିପ।ଲି ଠାରେ ପ୍ରଥମେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ୱାରା ଚକ୍ଷୁ ଚିକିତ୍ସା କରାଯାଇଥିଲା ଏଥିରେ ସମୁଦାୟ 142 ଜଣ ଙ୍କ ଚିକିତ୍ସା କ୍ଷେତ୍ରରେ ପଞ୍ଜୀକରଣ କରାଗଲା । ଏହିପରି ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ସ୍ବର୍ଗତ ନିରାକାର ସାହୁ ଙ୍କ ନବମ ପୁଣ୍ୟତିଥି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ତହସିଲଦ।ର ଶ୍ରୀ ଟିକୁନୁ ପୁଟା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରସର।ଜ ଅଚ୍ୟୁତ ପୁରୋହିତ , ଅବସର ପ୍ରାପ୍ତ ଶିକ୍ଷକ ହୃଷୀକେଶ ପଧାନ , ରବି ଚନ୍ଦ୍ର ଭୋଇ , ବଂଶୀଧର ବେହେରା , ପୁରନ୍ଧର ବେହେରା , ଅଧ୍ୟାପକ କିଶୋର ଠାକୁର ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ସଭାରେ ପୂର୍ବତନ ପ୍ରକଳ୍ପ କୃଷି ନିର୍ଦ୍ଦେଶକ ସୋମନାଥ ସାହୁ ସଭାପତିତ୍ୟୁ କରିଥିବା ବେଳେ ମଞ୍ଚ କୁ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ l ଏହାପରେ କୀର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା l ଏହା ବ୍ୟତୀତ ନକଆଉଟ୍ ଫୁଟ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗିତାରେ ସୁଧାଂଶୁ ସେଟ୍ , ରଘୁନାଥ ସେଟ୍ ,କରୁଣାକର ପଧାନ ଖେଲ ପରିଚ।ଳନ କରିଥିଲେ । ଏହି ପ୍ରତିଯୋଗିତାକୁ ହାଇସ୍କୁଲ ଖେଳ ଶିକ୍ଷକ ଙ୍କ ତତ୍ତ୍ୱ।ବଧ।ନ ରେ ଖେଳ ଅନୁଷ୍ଠିତ ହୋଇଥିଲା l ଏହାକୁ ସହଯୋଗ ଜେ ପି ଏସ ଏ ର ସମସ୍ତ ସଦସ୍ୟ କରିଥିବା ପ୍ରକାଶ । ଏହି କାର୍ଯ୍ୟକ୍ରମ କୁ ସ୍ବର୍ଗତ ନିରାକାର ସାହୁ ଙ୍କ ଜ୍ୟୋଷ୍ଠ ପୁତ୍ର ନରେଶ ସାହୁ ଆୟୋଜନ କରିଥିଲେ । ଶେଷରେ ଅନିରୁଦ୍ଧ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l