-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ଲୋଇସିଂହା, (ବିନୋଦ ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅଧିନସ୍ତ ତଲିଉଡାର ପଂଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ହାଇସ୍କୁଲ ପଡିଆରେ ଅଲ ଇଣ୍ଡିଆ କ୍ରିକେଟ ଟୁର୍ନାମେଣ୍ଟ - 2025 ର ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି ସାମ୍ବାଦିକ ସମ୍ମିଳନୀ ରେ ତୃତୀୟ ବୁରୋମୁଣ୍ଡା କପ ର ପ୍ରସ୍ତୁତି ଆଲୋଚନା - 2025 ଅନୁଷ୍ଠିତ ହୋଇଥିଲା l
ଆସନ୍ତା କାଲିଠାରୁ ଆରମ୍ଭ ଥିବା ଅନୁଷ୍ଠିତ ଅଲ ଇଣ୍ଡିଆ ମ୍ୟାଚ ରେ ଓଡିଶା ତଥା ଓଡିଶା ବାହାର ରାଜ୍ୟ ର ଅନେକ ଉଦୀୟମାନ କ୍ରିକେଟ ଖେଳାଳି ଯୋଗଦେଇ ନିଜର ପାରିଦର୍ଶିତା ଦେଖାଇବେ l ଏହି ପରିପ୍ରେକ୍ଷୀରେ ଏକ କ୍ରିକେଟ ପ୍ରସ୍ତୁତି ବିବିସିସି ପକ୍ଷରୁ ଅନୁଷ୍ଠିତ ହୋଇଥିଲା l ମ୍ୟାଚ ର ଆୟୋଜକ କମିଟି ତରଫରୁ ଏହିବର୍ଷ କିଭଳି ମ୍ୟାଚ ଟା ଶାନ୍ତି ଶୃଙ୍ଖଳା ସହ ହୋଇପାରିବ ସେ ବିଷୟରେ କମିଟି ତରଫରୁ ମିଡ଼ିଆ ଆଗରେ କମିଟି ନିଜର ସୁଚିନ୍ତିତ ମତ ପରିପ୍ରକାଶ କରିଥିଲେ l