-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ପରିବେଶ ଦିବସରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ‘ପ୍ରକୃତି ମିତ୍ର’ ପୁରସ୍କାର   (06-Jun-2026)       ||      ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ର ହରଗୌରୀ ଯାତ୍ରା ଏକ ପ୍ରାକୃତିକ ଆଧାରିତ ଲୋକ ପର୍ବ

06-Oct-2025



( ମନୋରଞ୍ଜନ ତ୍ରିପାଠୀ)                *ଦିଲ୍ଲୀପପାତ୍ର*
ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଯାନିଯାତ୍ରା ମଧ୍ୟରୁ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ହରଗୌରୀ ଯାତ୍ରା ର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହା ଏକ ପ୍ରାଚୀନ ଓ ପ୍ରାକୃତିକ ଆଧାରିତ ଲୋକପର୍ବ ହିସାବ ରେ ପଶ୍ଚିମ ଓଡ଼ିଶାର  ସୁବର୍ଣ୍ଣପୁର ସହରରେ ଥିବା ତେଲୁଗୁ ସମ୍ପ୍ରଦାୟ ଦେବାଙ୍ଗ (ଢେରା)ଙ୍କ ଦ୍ୱାରା ଆୟୋଜିତ ଏହି ପର୍ବ ସାର୍ବଜନୀନ ଭାବରେ ଲୋକଙ୍କ ସଂପୃକ୍ତି ରହିଥାଏ ଓ ଏହି ପର୍ବ ଅତୁଟ ପାରମ୍ପରିକତା ଓ ସାଂସ୍କୃତିକୁ ପ୍ରତିନିଧିତ୍ଵ କରୁଥିବା ଯୋଗୁଁ ଏହା ସମୟ କ୍ରମେ ଏକ ଯାତ୍ରା ରେ ପରିଗଣିତ ହୋଇଛି ଯାହାକି  ତେଲୁଗୁ ଅର୍ଥରେ ଏହି ପର୍ବ କୁ ଗୌରାମ୍ମା ସାମ୍ରାଲୁ ମଧ୍ୟ କୁହାଯାଇଥାଏ l ଦେବାଙ୍ଗ ସଂପ୍ରଦାୟ ର ଉତ୍ପତ୍ତି ସଂପର୍କରେ ବହୁ ପୌରାଣିକ ତଥ୍ୟ ରହିଛି। ଦେବାଙ୍ଗ ଋଷି ଙ୍କ ଠାରୁ ଏହି ସଂପ୍ରଦାୟ ର ପରିଚୟ ରହି ଥିବାର ପୈlରାଣିକ ତଥ୍ୟ ରହିଥିବା ଜଣାଯାଏll ପ୍ରାଚିନ କାଳରୁ ଦେବାଙ୍ଗ ସଂପ୍ରଦାୟ ଲୋକମାନେ ହସ୍ତତନ୍ତ  ବସ୍ତ୍ର ବୁଣିବା କାର୍ଯ୍ୟରେ ବେଶ ନିପୁଣ ଥିଲେ । ତାଙ୍କର ଧାର୍ମିକ ବିଶ୍ୱାସ ଯେ ଏହି ସଂପ୍ରଦାୟର ମୁଖ୍ୟ ଦେବତା ହେଉଛନ୍ତି ଶ୍ରୀ ଚୌଡ଼େଶ୍ଵରୀ ଦେବୀ ଯିଏ ଦେବୀ ପାର୍ବତୀଙ୍କ ଅନ୍ୟ ରୂପ । ତେଣୁ ସେମାନେ ଶିବପାର୍ବତୀଙ୍କ ଉପାସନାରେ ବିଶେଷଭକ୍ତି ଦେଖାଇଥାନ୍ତି। ସେମାନେ  ସୁନିତି,ଶିକ୍ଷା ଓ ଧାର୍ମିକତା କୁ  ଯଥେଷ୍ଟ ଗୁରୁତ୍ଵ ଦେବା ସହ ଏକ ଚିରନ୍ତନ ହିନ୍ଦୁ ବୃତ୍ତି ମୂଳକ ଓ ଧାର୍ମିକ ଜାତି l ଏହି ସଂପ୍ରଦାୟ ହରଗୌରୀଙ୍କୁ ଅତ୍ୟନ୍ତ ଭକ୍ତିସହ ଆରାଧନା କରି ନିଜ ଧାର୍ମିକ ଚେତନା କୁ ପରିପୃଷ୍ଟ କରିଥାନ୍ତି। ଶୈବ ଧର୍ମର ଗଭୀରତା ଏହି ସଂପ୍ରଦାୟ କୁ ଏକ ଆଧ୍ୟାତ୍ମିକ ସୁତ୍ରରେ ବାନ୍ଧି ରଖିଥିବାର ଅନେକ ପ୍ରମାଣ ମିଳେ । ଶିବଙ୍କ ଶାନ୍ତ ସ୍ୱଭାବ ଓ ବୈରାଗ୍ୟ ଚିତ୍ତ ପାର୍ବତୀଙ୍କ ଉତ୍ସୁକତା ଓ ଜିଜ୍ଞାସା ଦ୍ଵାରା ଜ୍ଞାନ ଓ ଧ୍ୟାନ ର ଗଭୀରତା ଏହି ହରଗୈlରୀ ଯାତ୍ରା ମଧ୍ୟରେ ପ୍ରକାଶ ପାଇଥାଏ।  ଯାହାକି ଏହି ସଂପ୍ରଦାୟ ର  ପ୍ରତିଟି ପରିବାର ଏହି ଯାତ୍ରା ସହ ସଂସ୍ଲିଷ୍ଟ ରହି ଅତ୍ୟନ୍ତ ଆଡମ୍ବର ସହକାରେ ଅତ୍ୟନ୍ତ ଉତ୍ସାହ ଉଦ୍ଦିପନାର ସହ ଏହା ପାଳନ କରୁଥିବାର ଦେଖାଯାଇଥାଏ। ସୁବର୍ଣ୍ଣପୁର ସହରର ଢେରାପଡ଼ାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା' ବୁଢୀମାଙ୍କ ମନ୍ଦିର ପ୍ରାଙ୍ଗଣ ଏହି ଯାତ୍ରାର ଆଦି ପୀଠ l ଇତିହାସ କହେ ସୋନପୁର ଗଡଜାତ ର ତତ୍କାଳୀନ ରାଜା ନୀଳାଧର ସିଂହଦେଓ ଙ୍କ ପୁତ୍ର ପ୍ରତାପରୁଦ୍ର ଙ୍କ ବିବାହ ଉପଲକ୍ଷେ ଅନେକ ପ୍ରକାର ପାଟଶାଢ଼ୀର ଆବଶ୍ୟକତା ହେଲା l ସେହି ସମୟରେ ଭାରତ ବର୍ଷରେ ବନାରସୀ ପାଟ, ବ୍ରହ୍ମପୁରୀ ପାଟ ଓ ଖଣ୍ଡୁଆ ପାଟ ଆଦି ଶାଢ଼ୀର ନାଁ ଥିବାରୁ ମହାରାଜା ବିଭିନ୍ନ ପାଟଶାଢ଼ୀ ସଂଗ୍ରହ କରିଥିଲେ ମଧ୍ୟ ବ୍ରହ୍ମପୁରୀ ପାଟଶାଢ଼ୀ ମିଳି ନ ଥିଲା l ତେଣୁ ତତ୍କାଳୀନ ବ୍ରହ୍ମପୁର ର ପାଟ କାରିଗର ଭଗବାନ ସେନାପତି ଙ୍କ ସହ ଯୋଗାଯୋଗ କରି ରାଜା ନିଜର ଆବଶ୍ୟକତା ଅନୁଯାୟୀ ପାଟଶାଢ଼ୀ ମଗାଇଥିଲେ l ସେ ସମୟରେ  ରାଜା ଉକ୍ତ ପାଟଶାଢୀର ଉତ୍କର୍ଷତା ରେ  ଅତ୍ୟନ୍ତ ପ୍ରୀତ ହୋଇ ଭଗବାନ ସେନାପତିଙ୍କୁ ସୋନପୁର ରାଜ୍ୟ ରେ ବସତି ସ୍ଥାପନ ପାଇଁ ନିମନ୍ତ୍ରଣ କରିଥିଲେ l ରାଜାଙ୍କ ଅନୁରୋଧ ରକ୍ଷା କରି ଭଗବାନ ସେନାପତି ନିଜ ପରିବାର ସହ କିଛି ଜ୍ଞାତି କୁଟୁମ୍ବଙ୍କୁ ଧରି ସୋନପୁର ରାଜାଙ୍କ ଗଡ଼ଖାଇ ପାର୍ଶ୍ୱରେ ବସବାସ କରିଥିଲେ l କୁଟିର ଶିଳ୍ପ ର ପ୍ରସାର ପାଇଁ ସେ ସମୟରେ ମହାରାଜଙ୍କର  ଆଗ୍ରହକୁ ଦେଖି ଭଗବାନ ସେନାପତି ଖୁସି ପ୍ରକାଶ କରିଥିଲେ l ମହାରାଜା ଙ୍କର ଅନୁରୋଧ ରକ୍ଷା କରି ସେମାନେ ମଧ୍ୟ ଆସିଥିବାରୁ ରାଜା ଏକ ବିଶେଷ ଉତ୍ସବ ଆୟେlଜନ କରି  ସେହି ସମୟରେ ଭଗବାନ ସେନାପତିଙ୍କୁ ପାତ୍ର ଉପାଧିରେ ଭୂଷିତ କରିଥିଲେ l ସେହି ଦିନଠାରୁ  ଢେରା ସମ୍ପ୍ରଦାୟ ର ସମସ୍ତେ ପାତ୍ର ସଂଜ୍ଞା ବ୍ୟବହାର କରୁଛନ୍ତି l ଅନ୍ୟ ପକ୍ଷରେ ଭଗବାନ ସେନାପତି ବ୍ରହ୍ମପୁର ରୁ ସୋନପୁର କୁ ଆସିବା ସମୟରେ ତାଙ୍କର ଇଷ୍ଟଦେବୀ ମାଁ ବୁଢ଼ୀମାଙ୍କୁ ସାଙ୍ଗରେ ନେଇ ଆସି ଏଠାରେ ଏକ ବିରାଟ ତେନ୍ତୁଳି ଗଛ ମୂଳରେ  ସ୍ଥାପନ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ। ପରେ ସେଠାରେ ଏକ ମନ୍ଦିର ଗଢ଼ି ଉଠିଥିଲା ଯାହାକି ପୁଣି ଏବେ  ନୂତନଭାବେ ଉକ୍ତ ମନ୍ଦିର ର ରୂପରେଖ ପରିବର୍ତ୍ତନ ହେlଇ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ  ବୁଢିମା ଙ୍କର ଭଵ୍ୟ ମନ୍ଦିର  ନିର୍ମାଣ ହୋଇଛି ।  ସେ ସମୟ ରେ ଭଗବାନ ସେନାପତି ଓ ତାଙ୍କର ବଂଶୀୟ ଲୋକେ ପୂଜାର୍ଚ୍ଚନା କରୁଥିଲେ l ସମୟାନୁକ୍ରମେ  ସେଠାରେ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟ ପାଳନ କରାଯାଉଥିଲା। ସେହିକ୍ରମରେ  ହରଗୌରୀ ଯାତ୍ରା ବା ବୁଢ଼ୀମା ଯାତ୍ରା ସେ ସମୟଠାରୁ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଥିଲା l ଏହି ପର୍ବ ସମଗ୍ର ଜନତାଙ୍କ ପାଇଁ ଏକ ଅତ୍ୟନ୍ତ ଆସ୍ଥାର ବିଷୟ ହେତୁ ମାଟି ଜଳ ଓ ଧାନଗଛକୁ ନମନ କରି ଗୌରୀଙ୍କୁ ଆବାହନ କରାଯାଇଥାଏ।ପରମ୍ପରା ଅନୁଯାୟୀ ଆଶ୍ଵିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ସନ୍ଧ୍ୟା ପରେ ସୁବର୍ଣ୍ଣପୁର ସହରର ଇଷ୍ଟଦେବ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମହାରାଜ ଙ୍କ ନିଜସ୍ୱ ଜମିରୁ ଧାନଗଛକୁ ମା ଗୌରୀଙ୍କ ରୂପରେ ପୁଷ୍ପ ଚନ୍ଦନ ଦେଇ ବରଣ କରାଯାଇ ଏକ ଥାଳ ମଧ୍ୟରେ ସ୍ଥାପନ କରାଯାଇଥାଏ l ଧାନଗଛ ପାର୍ବତୀ ଙ୍କ ପ୍ରତିଚ୍ଛବି । ମଣିଷ ଜୀବନର ମୂଳ ଆଧାର ଧାନଗଛ ହେଉଛି ମାତୃ ଶକ୍ତିର ପ୍ରତୀକ ଯାହାକିଏକ ଶାନ୍ତଶିଷ୍ଟ ଜୀବନ ଦାୟିନୀ ରୂପ ତଥା ପ୍ରକୃତିଶକ୍ତିର ମୂର୍ତ୍ତୀମାନ ରୂପ । ଶକ୍ତିର ଆଧାର, ସୃଷ୍ଟିର ମୂଳ ଶକ୍ତି ଓ ଜୀବନର ଉତ୍ସ ସହ ସାଧନା ଓ ଧର୍ଯ୍ୟ ର ପ୍ରତୀକ ଯାହାକି ମାତୃତ୍ଵ, ସୃଷ୍ଟି ଓ ସହନଶୀଳତା ର ଜୀବନ୍ତ ରୂପ ଭାବରେ ବିବେଚନା କରାଯାଏ ।ବିଧିପୂର୍ବକ ମା' ଗୌରୀଙ୍କୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ରେ ଜଣେ ଅବିବାହିତ  ଯୁବକ ମସ୍ତକ ରେ ମାଁ ଗୌରୀଙ୍କୁ ଧାରଣ କରି ମନ୍ଦିର ନିକଟକୁ ଆଣିବା ଵିଧି ରହିଛି l ମାଁ ଗୌରୀ ଙ୍କ ଆବାହନ ଶୋଭାଯାତ୍ରା  ଆସୁଥିବା ବେଳେ ରାସ୍ତା ସାରା ସମସ୍ତେ ମାଁ ଙ୍କ ଶୁଭ ଆଗମନ ପାଇଁ ନିଜ ନିଜ ଘର ଆଗରେ ପୂର୍ଣ୍ଣ କଳସ ଓ ଜାଗର  ଦୀପ ବସାଇ ପୂଜାର୍ଚ୍ଚନା ପୂର୍ବକ ସ୍ୱାଗତ କରିଥାନ୍ତି l ପରବର୍ତ୍ତୀ ଦିନ କୁମାର ପୁର୍ଣିମା ତିଥିରେ ସକାଳୁ ସାହିର ସମସ୍ତ ଙ୍କ ଘରୁ ମାଁ ଗୌରୀ ଙ୍କୁ ପ୍ରଥମ ଅର୍ଘ୍ୟ ସ୍ୱରୂପ ଖିରୀ ଓ ପିଠା ଭୋଗ ଲାଗି କରାଯାଇଥାଏ l ପରଂପରା କ୍ରମେ ତହିଁ ପରଦିନ  ଜଣେ ଯୁବକ ଡାକଵାଲା ସାଜି ସହର ଓ ନିକଟସ୍ଥ ଗ୍ରାମ ଗୁଡିକ ପରିକ୍ରମା କରି ହରଗୌରୀ ଯାତ୍ରା ର ଶୁଭାରମ୍ଭ ର ପ୍ରଚାର ପତ୍ର ବିତରଣ ସହ ସୂଚନା ଦେଇଥାନ୍ତି l ଦୀର୍ଘ ନଅ ଦିନ ଧରି ହେଉଥିବା ଏହି ଯାତ୍ରା ର ଦ୍ୱିତୀୟ ଦିନ ସହର ର ତତ୍କାଳୀନ ବଣିଆ ସ୍ବର୍ଗତ ଗୋଲେଖ ନାଥ ସାହୁଙ୍କ ଘରୁ ଏରଭାର୍ଦୁଡୁ ସ୍ୱାମୀ ବା ଦେବଦେବ ମହାଦେବଙ୍କୁ ଆବାହନ କରି ଅଣାଯାଇ ଗୌରୀଙ୍କ ପାର୍ଶ୍ୱରେ ସ୍ଥାପନ କରାଯାଇଥାଏ l ଭାରତୀୟଧାର୍ମିକ ଚେତନାରେ ଶିବ ଓ ପାର୍ବତୀଙ୍କ ଯୁଗଳ ରୂପ ଏକ ଦିବ୍ୟ ସଂପୂର୍ଣ୍ଣତା ର ପ୍ରତୀକ ଭାବରେ  ପୂଜନ କେବଳ ଯେ ଧାର୍ମିକ ଭକ୍ତି ନିଦର୍ଶନ ନୁହେଁ ବରଂ ଜୀବନର ଗଭୀର ନୈତିକତା ଓ ଆତ୍ମିକ ଉପକାର ପାଇଁ କରାଯାଇଥ।ଏ। ଏହି ମୂର୍ତ୍ତୀମାନ ରୂପର ଆରାଧନା ପ୍ରତ୍ୟକ ଦମ୍ପତି ଙ୍କ ମଧ୍ୟରେ ପ୍ରେମ, ଆଦର ଓ ବିଶ୍ଵାସ ବୃଦ୍ଧିପାଇଥାଏ ବୋଲି ବିଶ୍ୱାସ ରହିଛି । ଶିବ ହେଉଛନ୍ତି ବୈରାଗି ଓ ତ୍ୟାଗର ପ୍ରତୀକ ପାର୍ବତୀ ହେଉଛନ୍ତି ଘର ସଂସାର, ଶକ୍ତି ଓ ମାତୃତ୍ବର ପ୍ରତୀକ ଉଭୟ ଙ୍କ ଆରାଧନା ଜୀବନକୁ ସମତୁଳିତ କରିବା ସହ ଗୃହସ୍ଥ ଜୀବନକୁ ଶାନ୍ତି ମୟ କରିଥାଏ ବୋଲି ବିବେଚନା କରାଯାଇଥାଏ। ତେଣୁ  ପରବର୍ତ୍ତୀ ଦିନ ମାନଙ୍କରେ ହରଗୌରୀ ଙ୍କ ଠାରେ ବିଧିମତେ ଷୋଡଶ ଉପଚାର ରେ ପୂଜାର୍ଚ୍ଚନା କରାଯାଇ ରୁଦ୍ରାଭିଷେକ, ମହାଆଳତୀ କରାଯାଇଥାଏ। ଉକ୍ତଦିନ ମଧ୍ୟ ପରମ୍ପରା ଅନୁସାରେ ହରଗୌରୀଙ୍କଠାରେ ସମସ୍ତ ଶ୍ରଦ୍ଧାଳୁ ବିରିଚକୁଳି  ଭୋଗ ଅର୍ପଣ କରିଥାନ୍ତି ଓ  ସନ୍ଧ୍ୟାରେ ଏକ ବର୍ଣ୍ଣlଢ୍ୟ ଉତ୍ସବର ଆୟୋଜନ କରାଯାଇ ହର ଓ ଗୌରୀଙ୍କୁ ଦୁଇଜଣ ବିବାହିତା ମହିଳା  ମୁଣ୍ଡରେ ଧାରଣ କରି ସାହି ଓ ନଗର ପରିକ୍ରମା କରି ନଗରଭ୍ରମଣ କରାଇଥାନ୍ତି l ଏହି ସମୟରେ ଦାଣ୍ଡକୁମୁ ବା ତେଲୁଗୁ ସ୍ତୋତ୍ର ଗାନ କରାଯାଇ ହରଗୌରୀଙ୍କୁ ପ୍ରତ୍ୟେକ ଘର ସାମ୍ନାରେ ବନ୍ଦାଣ କରାଯାଇଥାଏ l ଏହି ପରି ଭାବରେ ପରଦିନ ପୁଣି ହରଗୌରୀଙ୍କୁ ସାହି ପରିକ୍ରମା କରାଯାଇ ଏକ ଖୋଲା ସ୍ଥାନରେ ଏକ  ଅସ୍ଥାୟୀ ମଞ୍ଚ ଉପରେ ବସାଯାଇ ସ୍ଵତନ୍ତ୍ର ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ସେହିଠାରେ କୁଡୁମୁଲ୍ଲୁ ନାମକ ଏକ ବିଶେଷ ଧରଣର ସ୍ୱତନ୍ତ୍ର  ପିଠା  ପ୍ରସ୍ତୁତ କର।ଯାଇ ହରଗୌରୀ ଙ୍କ ଠାରେ ଅର୍ପଣ କର। ଯାଇଥାଏ l ପରମ୍ପରା ଓ ଦେବାଙ୍ଗ ସଂସ୍କୃତି ର ମହାପାର୍ବଣ ସୁବର୍ଣ୍ଣପୁର ର ଏହି ପ୍ରସିଦ୍ଧ ହରଗୌରୀ ଯାତ୍ରା ରେ ପ୍ରଥମେ ଗୌରୀ ନିମନ୍ତ୍ରଣ ପରେ ହର ଙ୍କୁ ନିମନ୍ତ୍ରଣ ପରେ ଉଭୟଙ୍କୁ ସ୍ଥାପନାପୂର୍ବକ  ପ୍ରାତଃ ସମୟରୁ ସୁପ୍ରଭାତମ୍, ଶିବ ସହସ୍ର ନାମ, ରୁଦ୍ରାଭିଷେକ ଓ ମହାପୂଜା ଏବଂ ଅପରାହ୍ନ ରେ ସ୍ୱତନ୍ତ୍ର କୁଙ୍କୁମ ପୂଜା ମାନ ଅନୁଷ୍ଠିତ ହୋଇଥାଏ। ହରଗୌରୀ ଯାତ୍ରା କେବଳ ଏକ ଧାର୍ମିକ ଉପାସନା ନୁହେଁ ବରଂ ଏହା ସମଗ୍ର ମାନବ ସମାଜ ର ସାମୂହିକତା, ପ୍ରାକୃତିକ  ଭଲପାଇବା ଓ ଐକ୍ୟ ର ପ୍ରତିକ । ଏହି ଯାତ୍ରାର ଆୟୋଜନ ମାନବ ଓ ପ୍ରକୃତି ମଧ୍ୟରେ ଏକ ଅତୁଟ ସମ୍ପର୍କର ସେତୁ ଭାବରେ ଗୋଟିଏ ରଜ୍ଜୁରେ ବାନ୍ଧି ରଖିଥାଏ। ପ୍ରକୃତି ଓ  ସଂସ୍କୃତିର ଏକ ମଧୁର ସଂପର୍କର  ଲୋକପର୍ବ ଭାବରେ ଏହି ଯାତ୍ରା କେଉଁ ଆବହମାନ କାଳରୁଆରମ୍ଭ ହୋଇଥିବା ଜଣାଯାଏ। ହରଗୌରୀ ଯାତ୍ରା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅନୁପମ ଆଦର୍ଶ। ଜୀବନରେ ସଂଯମ ଜ୍ଞାନ, ଧର୍ମ ଓ ସମ୍ବେଦନାକୁ ଗ୍ରହଣ କରି ସଠିକ ପଥରେ ଆଗକୁ ବଢିବାର ଶିକ୍ଷା  ମାନବ ସମାଜ କୁ ପ୍ରଦାନ କରିଥାଏ। ମାନବୀୟ ମୂଲ୍ୟବୋଧ ରେ ଭରପୁର ଏହି ଯାତ୍ରା କେବଳ ଏକ ଦୃଶ୍ୟଦର୍ଶନ ନୁହେଁ ବରଂଏହା ଅନ୍ତଃଚିନ୍ତନ ଓ ଆତ୍ମଜ୍ଞାନ ର ପରମ ନିଦର୍ଶନ। ଏହି ଯାତ୍ରା ପ୍ରଥମେ ସ୍ୱଳ୍ପ ବଜେଟରେ  ଆୟୋଜନ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଆଧୁନିକତାର ସ୍ପର୍ଶ ପାଇ ଓ ସମସ୍ତ ଙ୍କର ସହଭାଗିତା ରେ ଅନେକ ଆକର୍ଷଣୀୟ ହୋଇ ଭାତୃଭାବ ର ନିଦର୍ଶନ ଭାବରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଥିବା ସହ ହରଗୌରୀଙ୍କ ଯାତ୍ରା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାରେ ଜନମାନସ କୁ ବହୁ ମାତ୍ରାରେ ଉଦବୃଦ୍ଧ କରିଛି । ସମସ୍ତ ଭାରତୀୟ ଶ୍ରଦ୍ଧାଳୁ ଙ୍କ ହରଗୋୖରୀ ଙ୍କୁ ଉପାସନା ଏକ ଗଭୀର ଧାର୍ମିକ ଓ ସାଂସ୍କୃତିକ ପ୍ରଥା ଯାହା ଲୋକ ମାନଙ୍କ ଜୀବନ ଓ ଆତ୍ମୀକ ଚେତନା ସହ ଜଡିତ ରହିଥିବା ଯେlଗୁଁ ଏହି ଦିବ୍ୟଦମ୍ପତ୍ତି ଙ୍କ ଆରାଧନା ରେ ମାନବସମାଜ ବହୁମାତ୍ରାରେ  ବିଭୂକୣପା ଲାଭ କରିଥିବାର ଅନେକ ଦୣଷ୍ଟାନ୍ତ  ହିଁ ଏହି ହରଗୋୖରୀ ଯାତ୍ରା ଆୟୋଜନ ର ମୂଳ ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଏ l
         
    ସୁବର୍ଣ୍ଣପୁର ସଦର
 ଫୋନ - 9437428929


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ‘ପ୍ରକୃତି ମିତ୍ର’ ପୁରସ୍କାର   06-Jun-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026

You Might Also Like