-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
08-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ପୁଣି ଏକ ନମ୍ବର ବିହୀନ ଗଞ୍ଜେଇ ଗାଡ଼ି ଧରା ପଡ଼ିଛି ।ଗାଡ଼ିରେ ଥିବା ଜଣେ ଯୁବତୀ ସହ ୩ଜଣଙ୍କୁ ପୋଲିସ ଗିରଫ କରି ଥାନାକୁ ଆଣି ଅଟକ ରଖିଛି । ଧରା ପଡ଼ିଥିବା ଗାଡିରୁ ୧୦୧କେଜି ଗଞ୍ଜେଇ ଜବତ କରାଯାଇଛି। ପ୍ରକାଶ ଥାଉ କି ଗତ ୬ତାରିଖ ସକାଳ ଭୋର ସମୟରେ ଏକ ନମ୍ବର ବିହୀନ ଆର୍ଟିକା କାରରେ ବିପୁଳ ପରିମାଣରେ ଗଞ୍ଜେଇ ଯାଉଥିଲା ହେଲେ ବିନିକା ସହର ନୁଆବଜାର ଠାରେ ଗାଡିର ଚକ ଫାଟି ଯାଇଥିଲା। ପୋଲିସ ଭୟରେ ଗାଡ଼ିର ଚାଲକ ପେଟ୍ରୋଲ ଝିଣ୍ଟି ଗାଡିରେ ନିଆଁ ଲଗାଇ ପଛରେ ଆସୁଥିବା ତାଙ୍କ ନିଜ ଏସକଟ ଗାଡ଼ିରେ ବସି ଫେରାର ମାରିଥିଲେ।ଏହି ଘଟଣା ଘଟିବାର ୩୬ଘଣ୍ଟା ନପୁରୁନୁ ଅର୍ଥାତ୍ ୭ତାରିଖ ସନ୍ଧ୍ୟା ସମୟରେ ପୁଣି ଏକ ନମ୍ବର ବିହୀନ ଗଞ୍ଜେଇ ଗାଡ଼ି ବିନିକା ସହର ମୁଖ୍ୟ ରାସ୍ତାର ବେଳପଡ଼ା ଠାରେ ଧରାପଡ଼ିଛି । ନମ୍ବର ବିହୀନ ଉକ୍ତ ଗାଡ଼ି ସୋନପୁର ପଟରୁ ବିନିକା ମୁଖ୍ୟ ରାସ୍ତାରେ ଦୃତ ଗତିରେ ଆସୁଥିବା ଓ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ଥାନା ସମ୍ଭୁଖ ରାସ୍ତାରେ ଅଟକାଇବାକୁ ଚେଷ୍ଟା କରିଥିଲା ହେଲେ ଗାଡିଟି ନ ଅଟକି ଆହୁରି ଦୃତ ଗତିରେ ଆଗକୁ ମାଡି ଚାଲିଲା। ବିନିକା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଷ୍ଟାଫ ଫିଲ୍ଲିମ ଷ୍ଟାଇଲରେ ଗାଡିକୁ ପିଛା କରିଥିଲେ ଏବଂ ବିନିକା ସହର ବେଲପଡ଼ା ଛକ ଠାରେ ଗାଡିକୁ କାବୁ କରିଥିଲେ।ଗାଡ଼ିରେ ଥିବା ଜଣେ ଯୁବତୀ ସହ ୨ଜଣ ପୁରୁଷଙ୍କୁ(ଉତ୍ତର ପ୍ରଦେଶର ୨ଜଣ ଓ ଜଣେ ସମ୍ବଲପୁର ଜିଲ୍ଲା ଚିପିଲିମା)ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା ଜାରିରଖିଛି।ତେବେ ଗଞ୍ଜେଇ ଗାଡିର ଆଗେ ଆଗେ ଏସକଟ ଦେଇ ଯାଉଥିବା ବାଇକ(OD 15 AB 3875)ର ଚାଲକ ଫେରାର ହୋଇଯାଇଛି । ଘଟଣାସ୍ଥଳକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଯାଞ୍ଚ କରିଥିଲେ । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିନିକା ତହସିଲର ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ଉପସ୍ଥିତିରେ ଗାଡ଼ିରେ ଥିବା ଗଞ୍ଜେଇ କଡା ଯାଇଥିଲା । ପ୍ୟାକେଟ ଗଣତି ଓ ଓଜନ ପରେ ୧୦୧କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।