-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
12-Jul-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ରେ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ଶଲ ବୋମା ବିସ୍ଫୋରଣ କାହାଣୀକୁ ନେଇ ଫିଲ୍ମ ମାଇଣ୍ଡ ଗେମ୍ ୩୦/୧୦ ର ବଡ ଏଲ ଇ ଡି ପରଦା ରେ ଉପଭୋଗ କରିବେ ସିନେ ପ୍ରେମୀ । ସୋନପୁର ରେ ଫିଲ୍ମ ହଲ୍ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ବେଳେ ସିନେ ପ୍ରେମୀ ମାନେ ଫିଲ୍ମ ଉପଭୋଗ କରି ପାରୁ ନାହାନ୍ତି। କିନ୍ତୁ ଏକ୍ଟର ମନୋଜ ମିଶ୍ର ଙ୍କ ଉଦ୍ୟମ କ୍ରମେ ଗାଁ ଗାଁ ରେ ଫିଲ୍ମ ପ୍ରସାରଣ ଉଦ୍ୟମ କୁ ଜନ ସାଧାରଣ ତଥା ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯାଇଛି। ଏ ନେଇ ସୋନପୁର ସହର ର ନୂତନ ଟାଉନ ହଲ ଠାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି। ଦିବା ୧୧ ଟା ରେ ନୁନ୍ ସୋ, ଦିବା ୨ ଟା ରେ ଓ ୫ ଟା ରେ ମ୍ୟାଟିନି ସୋ ଓ ୭ଟା ୩୦ ରେ ନାଇଟ ସୋ ସମୁଦାୟ ୪ ଟି ସୋ ଏହି ଫିଲ୍ମ ପ୍ରଦର୍ଶନ ହେବାକୁ ଥିବାବେଳେ ସିନେ ପ୍ରେମୀ ଫିଲ୍ମ ଉପଭୋଗ କରିବା ପାଇଁ ଖୁବ୍ ଉତ୍କଣ୍ଠା ର ସହ ଅପେକ୍ଷାରେ ଥିବା ଜଣାପଡିଛି।