-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    (12-Nov-2025)       ||      ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||     

HOME   ଅପରାଧ

ଦୁଇ ହାଡକୋର ମାଓବାଦୀ ଗିରଫ,ମାଓ ସାମଗ୍ରୀ ଜବତ

13-Jun-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲା ପୋଲିସ ଦୁଇ ଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ତା ପ୍ରାପ୍ତ କରିଛି। ଏହା ବ୍ୟତିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
ସେ କହିଛନ୍ତି, ଗତ କିଛିଦିନ ଧରି ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟୁଥିବା ବେଳେ ଏଥିରେ ବହୁ ମାଓବାଦୀ ନିହତ ହୋଇଛନ୍ତି। କିଛି ମାଓବାଦୀ ଲୁଛି ରହୁଥିବା ବେଳେ ଆଉ କିଛି ମାଓବାଦୀ ନିଜର ଆତ୍ମରକ୍ଷା ପାଇଁ ପଡୋଶୀ ରାଜ୍ୟରେ ପ୍ରବେଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତିଶଗଡ଼ର କିଛି ମାଓବାଦୀ ମାଲକାନଗିରି ଜିଲାରେ ପ୍ରବେଶ କରିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଜିଲ୍ଲା ପୋଲିସ ମାଥିଲି ଥାନା ଅନ୍ତର୍ଗତ ସୋଡିଗୁଡ଼ା ଓ ତେନ୍ତୁଳିଗୁଡା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଗୁରୁବାର ଭୋର ସକାଳ ସମୟରେ କିଛି ମାଓବାଦୀ ଜଙ୍ଗଲ ମଧ୍ୟରେ ଯାଉଥିବା ଦେଖି ପୋଲିସ ତାଙ୍କର ପିଛା କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ।
କିନ୍ତୁ ମାଓବାଦୀମାନେ ପୋଲିସ କଥାକୁ କର୍ଣ୍ଣପାତ ନ କରି ଓଲଟା ଗୁଳି ଚଲାଇ ଥିଲେ। ଫଳରେ ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଦୁଇଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ।
ଗିରଫ ଦୁଇ ମାଓବାଦୀ ଛତିଶଗଡ ବସ୍ତର ଜିଲ୍ଲାର କେସା କବାସୀ ଓ ବିଜାପୁର ଜିଲ୍ଲା ତାମୋଡ ଗ୍ରାମର ରାକେଶ ଓରଫ ସାନୁ କୁମା ବୋଲି ଜଣାପଡିଛି । ସେମାନେ ସିପିଆଇ ମାଓବାଦୀ ସଂଗଠନରେ ଏସିଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ସେମାନେ ଛତିଶଗଡର ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିଲେ । ଶୁକ୍ରବାର ଦିନ ଗିରଫ କରାଯାଇ ଥିବା ୨ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌.ପି  ପ୍ରକାଶ କରିଛନ୍ତି।ଜବତ ମାଓ ସାମଗ୍ରୀ ମଧ୍ୟରୁ ଏକ ପିସ୍ତଲ, ୬ଟି ଅଫୁଟା ଗୁଳି, ୧୦ ଡିଟୋନେଟର, ୧୦ ମିଟର କୋଡେକ୍ସ ତାର, ୫୦ ଗ୍ରାମ  ପାଉଡର, ଗୋଟିଏ ୱ।କିଟକି, ଟର୍ଚ୍ଚ ଲାଇଟ, ରେଡିଓ, ମାଓବାଦୀ ପୁସ୍ତିକା, ଔଷଧ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    12-Nov-2025
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025

You Might Also Like