-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
12-May-2025
କଟକ(ପ୍ରେରଣା ଖବର): ସ୍ଥାନୀୟ ମୋହନମଣ୍ଡପ ଠାରେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଟ୍ରଷ୍ଟର କୋଷାଧ୍ୟକ୍ଷା ଶ୍ରୀମତୀ ପଙ୍କଜିନୀ ପରିଡାଙ୍କ ଅଧ୍ୟକ୍ଷତାରେ ମାତୃ ଦିବସ ପାଳିତ ହୋଇଯାଇଛି| ବିଶିଷ୍ଟ ଶିକ୍ଷାବିତ୍ ତଥା ଟ୍ରଷ୍ଟର ଉପସଭାପତି ସନ୍ୟାସନି ବିଦ୍ୟୁତ୍ କୁମାରୀ ଲାଲା ଉଦଘାଟକ ଭାବରେ ଡାକ୍ତର ତଥା କବିୟତ୍ରୀ ଶ୍ରୀମତୀ ସରୋଜିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କର୍କଟ ରୋଗ ଚିକିତ୍ସକ
ଡାକ୍ତର ଦ୍ୱିପ୍ତ ରାଗୀ ସାମନ୍ତ ପ୍ରମୁଖ ଅତିଥି ଭାବରେ ରୋଟାରିଆନ୍ ଦେବେନ୍ଦ୍ର ନାଥ ମୁଖ୍ୟବକ୍ତା ଭାବରେ ସ୍ତମ୍ଭକାର ତଥା ସମାଜସେବୀ କବୟିତ୍ରୀ ଶ୍ରୀମତୀ ମୀରା ବେହେରା ମୁଖ୍ୟବକ୍ତା ଭାବରେ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀମତୀ ସୁଷମା ବାରିକ୍ ସମ୍ମାନୀୟା ଅତିଥି ଭାବରେ ଯୋଗଦାନ କରି ସମାଜରେ ମହିଳାମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ| ପ୍ରାରମ୍ଭରେ ଅଧ୍ୟାପକ ଅଶୋକ କୁମାର ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ତଥା ସମାଜସେବୀ କିଶୋର ଚନ୍ଦ୍ରଦାସ ଅତିଥି
ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟର ସଭାପତି ଦେବେନ୍ଦ୍ର କୁମାର ପରିଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଶେଷରେ ସଂପାଦକ ଚିରଞ୍ଜନ ପରିଡା ଧନ୍ୟବାଦ କରିଥିଲେ| ସର୍ବଶ୍ରୀ ବୀର କିଶୋର ସିଂହ, ସୁବାସଚନ୍ଦ୍ର ଦାସ, ସଚିନ ସାହୁ, ସ୍ୱାଗତିକା ସେନାପତି, ଶୁଭଶ୍ରୀ ଭୋଳ, କୁନି ବେହେରା, ବିଶ୍ଵଜିତ୍ ମହାପାତ୍ର, ଦିପୁ ପ୍ରଧାନ, ଆରନସ୍ନିହା, ନୀରୋଜ କୁମାର ପରିଡା, ଚନ୍ଦ୍ରଲେଖା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ|