-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
30-Apr-2025
ଅତାବିରା(ଆକାଶ ମିଶ୍ର): ଅତାବିରା ୫୩ ନଂ ଜାତୀୟ ରାଜପଥରେ ଆର୍ ଏମ୍ ସି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଛୋଟେଲାଲ ମନୋହର (୪୫), ମୂଳ ନିବାସୀ ଛତିଶ ଗଡ଼ ରାଜ୍ୟର ସାରଙ୍ଗଡ ଜିଲ୍ଲା ପାଟ ଗ୍ରାମ। ସେ ଜଣେ ପେଟି ଠିକାଦାର। ଦୀର୍ଘ ୧ବର୍ଷ ଧରି ଅତାବିରା କଲେଜରେ କାମ କରିଆସୁ ଥିଲେ। ଆଜି ବାବେବୀରାର ଜଣେ ଠିକାଦାର ବୁଲୁ କର ଙ୍କ ବାଇକ୍ ନଂ ଓଡି୧୫ ଇ ୬୧୯୫ ରେ ଛୋଟେଲାଲଙ୍କୁ ସାଥିରେ ନେଇ ଅତାବିରାରେ ନିର୍ମାଣାଧୀନ ଅବସ୍ଥାରେ ଶ୍ମଶାନ ଘାଟରେ ରହିଥିବା କିଛି କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଦେଖିବାକୁ ଯାଇଥିଲେ । ଫେରିବା ବେଳେ ଆର୍ ଏମ୍ ସି
ଛକରେ ଏହି ଦୁର୍ଘଟଣା ଘଟିଥିଲା। ଆଜି ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳନ ନିମନ୍ତେ ଏକ ଶୋଭାଯାତ୍ରା କରାଯାଉଥିଲା ।ଫଳରେ ଜାତୀୟ ରାଜପଥକୁ ୱାନ ୱେ କରାଯାଇଥିଲା । ତେଣୁ ରାସ୍ତାରେ ଯାନବାହନ ଗୁଡ଼ିକର ଭିଡ଼ ଦେଖିବାକୁ ମିଳିଥିଲା। ବାଇକ୍ ରେ ଥିବା ଛୋଟେଲାଳ ଓ ବୁଲୁ କର ଛକରେ ଅତାବିରା କଲେଜକୁ ଆସିବା ପାଇଁ ଛକର ବୁଲାଣି ରାସ୍ତାକୁ ଆସି ମୋଡ଼ ନେବା ପୂର୍ବରୁ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ନଂ ଡବ୍ଲୂ ବି ୩୩ ଇ ୮୪୩୮ ସହ ମୁହାମୁହିଁ ହୋଇ ଟ୍ରକ୍ ତଳକୁ ଘୋଷାରି ହୋଇ ଯାଉଥିଲେ । ଟ୍ରକ ଚକା ତଳେ ଚାପି ହୋଇ ଛୋଟେଳାଲଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣକ ଗୁରୁତର ହୋଇ ବରଗଡ଼ ବିକାଶ ଡାକ୍ତର ଖାନlକୁ ନିଆଯାଇଥିବା ବେଳେ ଅତାବିରା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନାକୁ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ପଠାଇ ଟ୍ରକ୍ କୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ତଦନ୍ତ ଜାରି ରଖିଛି ।