-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
30-Apr-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସଦର ମହକୁମା ଶାଳିହା ପଞ୍ଚାୟତ ଅନ୍ତର୍ଗତ ଝାରବାହାଲ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପର୍ବ ପାଳିତ ହୋଇ ଯାଇଅଛି। ଧାନ ବିହନ ମୁଠି ଅନୁକୂଳ କରିଥିବା ବେଳେ ଜମି କୁ ହଲ ନଙ୍ଗଲ କରିଥିବା ବେଳେ ଧାନ ବିହନ ବୁଣିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ ଆଜାଦ, ଆଲୋକ ଗୁରୁ, ଘାସିରାମ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଭାରତ ଲାଲ ରାଉତ, ପର୍ଯ୍ୟବେକ୍ଷକ ମୁରଲୀ ନାଏକ, ଦେବଦତ୍ତ ଦୀକ୍ଷିତ, ପସା ମହାନନ୍ଦ, ରାଜ୍ୟ ସମ୍ପାଦକ ସାହାରୁକ୍ ଖାନ ସମେତ ବହୁ କୃଷକ ମାନେ ଯୋଗ ଦେଇଥିଲେ। ଧାନ ବିହନ ଅନୁକୂଳ କରିଥିବା ବେଳେ ଜମିରେ ହଲ ନଙ୍ଗଳ କରି ଧାନ ବିହନ ବୁଣି ଥିଲେ।