-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ଜିଲ୍ଲା

ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ

30-Apr-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ  କକ୍ଷ ଠାରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣଙ୍କ ପ୍ରତିନିଧି, ଜିଲ୍ଲା ପରଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନ, ଟିଟିଲାଗଡ ଉପ ଜିଲ୍ଲାପାଳ ରେହାନ କ୍ଷେତ୍ରୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡାଙ୍କ ସମେତ ଯୋଗାଣ ବିଭାଗ, ସମବାୟ ବିଭାଗ, କୃଷି ବିଭାଗ, ଜଳସେଚନ ବିଭାଗ, ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରିବା ସହ ବଲାଙ୍ଗିର ଜିଲ୍ଲାରେ ରବି ଧାନକ୍ରୟ ପ୍ରକ୍ରିୟା ଓ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବୈଠକର ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୨୩ ତାରିଖ ଠାରୁ ରବି ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୦ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସମୁଦାୟ ୧୨୨ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ରବି ଧାନ କ୍ରୟ କରାଯିବ 

ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୧୧୬୫୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସମୁଦାୟ ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମିଳିଛି | ଗ୍ରୀଷ୍ମ ପ୍ରବାହ ତଥା ଅଦିନିଆ ବର୍ଷାକୁ ଦୃଷ୍ଟି ରେ ରଖି ସମସ୍ତ ଧାନକ୍ରୟ କେନ୍ଦ୍ର ଗୁଡିକରେ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହ ପାନୀୟ ଜଳ ,ବିଜୁଳି, ଟାରପୋଲିନ ଓ ଚାଷୀ ମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ପ୍ରତି ବିଶେଷ ଗୁରୁତ୍ଵ ଦେବା ସହ ଚାଷୀ ମାନେ ଯେପରି ରବି ଧାନ ବିକ୍ରୟକୁ ସହଜ,ସୁବିଧା ଓ ସ୍ଵଚ୍ଛତା ରେ କରିପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରବିଧାନ କ୍ରୟ ପ୍ରକ୍ରିୟା ର ସମସ୍ତ ସୂଚନା ଯେପରି ଚାଷୀ ମାନେ ପାଇପାରିବେ ସେ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଧାନକ୍ରୟ କେନ୍ଦ୍ର ଗୁଡିକରେ ସିସିଟିଭି ର ସଂଯୋଗ ସହ ଏହାର ଉପଯୁକ୍ତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା, କୋଭିଡ ଉଚିତ ବ୍ୟବହାରର ଅନୁପାଳନ କରିବା, ଧାନ କ୍ରୟ କେନ୍ଦ୍ର

ଗୁଡିକରେ ଧାନ ପହଞ୍ଚିବା ରେଜିଷ୍ଟର ଉପଲବ୍ଧ କରିବା, ଏବଂ ଫ୍ଲାଇଙ୍ଗ ସ୍କ୍ବାଡ଼ ଗଠନ କରି ନିୟମିତ ତଦାରଖ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକ ପ୍ରତିନିଧି ମାନେ କରୁଥିବା ଅଭୋଯୋଗ ତଦନ୍ତ କରି ସେମାନଙ୍କୁ କଣ କଣ ପଦକ୍ଷେପ ନିଆ ଗଲା ଜଣେଇବାକୁ ଆଦେଶ ଦେଇଥିଲେ । ବୈଠକ ଶେଷରେ  ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like