-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
29-Apr-2025
(ମିହିର ଶଙ୍କର ପାତ୍ର,) ପାପଡ଼ା ହାଣ୍ଡି ବ୍ଲକ ର ମୈଦଲ ପୁର ଗ୍ରାମ ପଞ୍ଚାୟତର ଆଉଁଳି ଗ୍ରାମରେ ଶାନ୍ତିକୁଞ୍ଜହରିଦ୍ଵାର ତରଫରୁ ଗାୟିତ୍ରୀ ଧର୍ମ ସଚେତନତା ରଥକୁ ଗାୟିତ୍ରୀ ପରିବାର ଓ ମାଁ ମାନଙ୍କ ହୁଳୁ ହୁଳିରେ ଓ ଗାୟିତ୍ରୀ ମାତାଙ୍କ ମନ୍ତ୍ର ଧ୍ୱନି ସହିତ ସ୍ୱାଗତ
କରାଯାଇଥିଲା । ଗାଁରେ ଧାର୍ମିକ ବାତାବରଣ ଓ ପ୍ରତିଟି ମାନବ ହୃଦୟରେ ମାନବତ୍ୱ, ମଣିଷ ପଣିଆ ଜାଗ୍ରତ , ବିଶ୍ଵ ଭ୍ରାତୃତ୍ଵ ସୃଷ୍ଟି କରିବା ପାଇଁ ପୃଥିବୀର ସବୁ ଦେଶରେ ଗାୟିତ୍ରୀ ପରିବାର ର କାର୍ଯ୍ୟକୁ ପ୍ରତିଟି ମଣିଷ ଉପଲବ୍ଧି ପାଇଁ ବାତାବରଣ ସୃଷ୍ଟି କରି ବିଶ୍ୱରେ ମାନବୀୟ ସଂସ୍କୃତି ର ମୂଲ୍ୟବୋଧ କୁ ଜାଗ୍ରତ ର ଆଭିମୁଖ୍ୟ ସୃଷ୍ଟି କରିଥିଲେ।କାର୍ଯ୍ୟ କ୍ରମକୁ କେଶବ ସାହୁ, ଜଗତ ନାୟକ, ପରମେଶ ନାୟକ, ପ୍ରଭାକର ମାଳୀ ଗାୟିତ୍ରୀ ପରିବାର ସହଯୋଗରେ ପରିଚାଳିତ ହୋଇଥିଲା।ଛୋଟ ବୟସରୁ କୁନି ଝିଅ କୁମାରୀ ଲକ୍ଷ୍ମୀ ଶ୍ରୀ ,ଡିଲେଶ୍ଵରୀ ମାଝୀ ଗାୟିତ୍ରୀ ମନ୍ତ୍ର ପାଠ କରିଥିଲେ।ଗାୟିତ୍ରୀ ପରିବାର ତରଫରୁ କୁନିଝିଅକୁ ଧର୍ମପରାୟଣ ପାଇଁ ଆଶିଷ କାମନା କରିଥିଲେ। ସମାଜ ସେବୀ, ଧର୍ମପରାୟଣ,ମାନବୀୟ ଜୀବନର ଉନ୍ନତି ପାଇଁ ଚିନ୍ତନଶୀଳ ଶିକ୍ଷକ ବାବୁଲାଲ ସାଗର ଗାୟତ୍ରୀ ମନ୍ତ୍ର ର ଆଭିମୁଖ୍ୟ ସହ - ,,*ଅନେକ ଜନ୍ମପୂଣ୍ୟ ବଳେ ମାନବ ଜନ୍ମ ମହୀତଳେ *ର ମଣିଷ ଶ୍ରେଷ୍ଠ ପ୍ରାଣୀ ଭାବେ ଧର୍ମ ପଥରେ ଚାଲିଲେ ସକଳ ବାଧା ବନ୍ଧନ ଅତିକ୍ରମ ସହ ନିଜକୁ ସୁନ୍ଦର ମଣିଷ ଟିଏ ହୋଇ ପାରିବ ବୋଲି ମତ ଦେଇଥିଲେ।ହରିଦ୍ଵାର ଶାନ୍ତିକୁଞ୍ଜରୁ ଆଗନ୍ତୁକ ଅତିଥି ବୃନ୍ଦ ପ୍ରତିଟି ବ୍ୟକ୍ତି ମାନବୀୟ ଧର୍ମ ପାଳନ ଓ ଗାୟତ୍ରୀ ମନ୍ତ୍ରର ଚମତ୍କାର ବାବଦରେ ଆଲୋକପାତ କରି ପ୍ରତିଟି ମଣିଷ ଧର୍ମ ପଥେ ଚାଲି ନିଜକୁ ନିଆରା ମଣିଷ ଟିଏ ଗଢ଼ିଲେ, ପରିବାରରେ ଶାନ୍ତି ବିରାଜ ମାନ ହେବ ମତ ଦେଇ ସମସ୍ତଙ୍କୁ ଗାୟତ୍ରୀ ଧୁନିରେ ପ୍ରତିଟି ପ୍ରାଣରେ ଉଲ୍ଲାସ ଆଣି ଦେଇଥିଲେ।