-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
29-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ପକବାଡା କାର୍ଯ୍ୟକ୍ରମ ଅତି ସୁନ୍ଦର ଓ ସୁଚାରୁ ଭାବରେ ଅନୁଷ୍ଠିତ ହୋଇଯାଇଛି l ତେବେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସାନ୍ଧ୍ୟାରାଣୀ ନେପାକ ଯୋଗଦେଇ ଜିଲ୍ଲାର ବାର ଗୋଟି ବ୍ଲକ ରୁ ଆସିଥିବା ସମସ୍ତ ସିଡିପିଓ ତଥା ସୁପର ଭାଇଜର ମାନଙ୍କୁ କେଉଁ କେଉଁ ଖାଦ୍ୟ ଗର୍ଭବତୀ ମାଁ ଓ ଶିଶୁ ପାଇଁ ଉପାଦେୟ ପୋଷଣ ଦେଇଥାଏ ତାହାରି ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଅଙ୍ଗନବାଡି କର୍ମୀଙ୍କ ଦ୍ୱରା ଏକ ପୋଷଣ ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା । ପରିଶେଷରେ ଅଙ୍ଗନବାଡି କର୍ମୀ ଶ୍ରୀମତୀ ସନ୍ତୋଷିନୀ ନାଗ ପୋଷଣ ଉପରେ ଏକ କବିତା ପାଠ କରିଥିଲେ l