-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
15-Mar-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ଡାବୁଗାଁ ବ୍ଲକ ବିଭିନ୍ନ ସ୍ଥାନରେ ଆଜି ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଜନ ସାଧାରଣ ସହ ଡାବୁଗାଁ ସଦର ମହାକୁମ ଠାରେ ନାଚିଲେ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ। ହୋଲି ହିନ୍ଦୁମାନଙ୍କ ଏକ ପ୍ରମ୍ମୁଖ ପର୍ବଅଟେ। ହୋଲି ଉତ୍ସବ ଅବସରରେ ଡାବୁଗାଁ ଅଞ୍ଚଳ ଚାରିଆଡେ ଉତ୍ସବ ମୁଖୁର ପରିବେଶ ହଇଯାଇଛି । ଏହି ଅବସରରେ ରାଧାକୃଷ୍ଣ ମନ୍ଦିର,ଜଗନ୍ନାଥ ମନ୍ଦିର ,କେଲିଆ, ଜୟନ୍ତୀନଗର, ଡଙ୍ଗରିଗୁଡା ଆଦି ବିଭନ୍ନ ସ୍ଥାନରେ ଧୂମ ଧାମରେ ପାଳିତ ହୋଇଯାଛି ।
ହୋଲି ଉତ୍ସବ ପାଳନ ଅବସରରେ ଜଗନ୍ନାଥ ମନ୍ଦିର ଆଗରେ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ ଦହି ହାଣ୍ଡି ଭାଙ୍ଗି ଥିଲେ ଏବଂ ଆଜି ଏହି ଅବସରରେ ଉପସ୍ଥିତ ଥିଲେ ଡାବୁଗାଁ ବିଧାୟକଙ୍କ ସହ ସ୍ଥାନୀୟ ବିଜେଡି ନେତାମାନେ,ତଥା ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ମଧ୍ୟ ଯୋଗଦେଇ ଥିଲେ ।ଡାବୁଗାଁ ଅଞ୍ଚଳ ହିନ୍ଦୁ ଭାଇମାନେ ଆଜି ଏହି ଭାଇଚାରାର ପର୍ବ ଧୁମଧାମରେ
ପାଳନ କରିଥିଲେ ।