-+91-9937148622 |

prerana_bgr@rediffmail.com |

  Wednesday 30th April 2025 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   (29-Apr-2025)       ||      ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   (29-Apr-2025)       ||      ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି    (29-Apr-2025)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   (29-Apr-2025)       ||      ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   (29-Apr-2025)       ||      ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   (29-Apr-2025)       ||      ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   (29-Apr-2025)       ||      ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   (29-Apr-2025)       ||      ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   (29-Apr-2025)       ||      *ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    (29-Apr-2025)       ||      ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    (29-Apr-2025)       ||      ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ "ପୋଷଣ ପକଵାଡା "   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା   (29-Apr-2025)       ||      ରାସ୍ତା କଡ଼ରୁ ଯୁବକ ର ଶବ ଉଦ୍ଧାର   (29-Apr-2025)       ||      ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର   (29-Apr-2025)       ||      ମହାରାଜ ବୀରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ   (29-Apr-2025)       ||      ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ   (29-Apr-2025)       ||      ଶବ୍ଦରେ ଶବ୍ଦରେ ଶ୍ର୍ରଦ୍ଧାଞ୍ଜଳୀ   (29-Apr-2025)       ||      ଅର୍ଥ ମଞ୍ଜୁରୀ ପରେବି ହେଉନି ଟେଣ୍ଡର; ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ    (29-Apr-2025)       ||     

HOME   ଜିଲ୍ଲା

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ

15-Mar-2025



ବାଲିଗୁଡା(ସୁଶୀଲ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ଏଭଳି ଏକ ଦୁର୍ଗମ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଭେଟିଛନ୍ତି ରାଇକିଆ ବଡିଓ ସବ୍ୟସାଚୀ ସାହୁ । ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ। ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ । ଗାଁ ରେ ଏକାଧିକ ପିଲା ବିଦ୍ୟାଳୟରେ ନାମ ଲେଖେଇ ନ ପାରି ଅଧାରୁ ପାଠ ଛାଡୁଛନ୍ତି । ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ସମସ୍ତେ ନିର୍ଭରଶୀଳ । ଏ ସବୁ ସମସ୍ୟା ଭିତରେ ସବୁଠାରୁ ବଡ ଚାଲେଞ୍ଜ ଭାବେ ଦେଖାଦେଇଛି। ରାସ୍ତାକାମ ଅଧାପନ୍ତରିଆ ରହି ଯାଇ ଥିବାରୁ ଗାଆଁକୁ ଦୁଇ ଚକିଆ ଯାନ ମଧ୍ୟ ଯାଇ ପାରୁନାହିଁ । ୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ମାଟି ଓ କଚା ଘର । ରାସ୍ତା ନ ଥିବାରୁ ଘର ତିଆରି ସରଞ୍ଜାମ ଆଣିବାରେ ଅସୁବିଧା ଯୋଗୁ ଘର ତିଆରି କରିପାରୁ ନାହାନ୍ତି । ଗାଁ ରେ ଥିବା ଏକ ମାତ୍ର ଚୂଆ ଓ ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଖରା ଦିନେ ଝରଣା ଶୁଖିଗଲେ ଦୁଇ କିମି ପାହାଡ ଚଢି ପାଣି ଆଣିବାକୁ ପଡୁଛି । ଏସବୁ ଭିତରେ ସାଧାରଣ ଜୀବନ ବିତାଇବା ପାଇଁ ସଙ୍ଘର୍ଷ କରୁଛନ୍ତି ଗ୍ରାମବାସୀ । ଏକ ସପ୍ତାହ ତଳେ ନୂତନ ବିଡିିଓ ଭାବେ ଯୋଗ ଦେଇ ଥିବା ସବ୍ୟସାଚୀ ସାହୁ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟାକୁ ବୁଝିବା ସହ ସ୍ଥାନୀୟ ଲୋକେ କିପରି ତ୍ୱରିତ ସେବା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗ୍ରାମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁଇଟି କୂପ ଖୋଳା ଯାଇଛି। ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେପରି ସମସ୍ତେ ଗୃହ ପାଇ ପାରିବେ ତାକୁ ପ୍ରାଥମିକତା ଭିତ୍ତିରେ କରାଯିବା ସହ ଅଧାପନ୍ତରିଆ ରାସ୍ତାକୁ ଜିଲା ପ୍ରଶାସନ ସହ ଆଲୋଚନା କରି ଯେପରି ଯାନ ବାହାନ ଚଳାଚଳ ଉପଯୋଗୀ ହୋଇପାରିବ ସେ ଦିଗରେ ପ୍ରାଥମିକତା ଦିଆଯିବ ବୋଲି ବିଡିଓ ଶ୍ରୀସାହୁ ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   29-Apr-2025
  ଜିଲ୍ଲା  
ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   29-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି   29-Apr-2025
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   29-Apr-2025
  ଜିଲ୍ଲା  
ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   29-Apr-2025
  ଜିଲ୍ଲା  
ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   29-Apr-2025
  ଜିଲ୍ଲା  
ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   29-Apr-2025
  ଜିଲ୍ଲା  
ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   29-Apr-2025
  ଜିଲ୍ଲା  
ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   29-Apr-2025
  ଜିଲ୍ଲା  
*ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   29-Apr-2025
  ଜିଲ୍ଲା  
"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    29-Apr-2025
  ଜିଲ୍ଲା  
ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    29-Apr-2025

You Might Also Like