-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
15-Mar-2025
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ "ଗପଶୁଣିବା ଓ କହିବା "ଗୁରୁବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ହୀରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନତ କୁମାର ସାହୁ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ କେଶବ ପାଣ୍ଡେ , ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ହୀରାଧର ହଂସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଭୋଳାନାଥ ଛତ୍ରିଆ ମଞ୍ଚାସିନ ଥିଲେ। ଶିକ୍ଷା ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ା ତେଣୁ ଶିକ୍ଷା ମାଧ୍ଯମରେ ସମାଜକୁ ଆଗେଇ ନିଆଯାଇ ପାରିବ,ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା,ସଂସ୍କାର ତଥା ଏକାଗ୍ରତା ଏବଂ ଶ୍ରବଣ ଓ କଥନ ଦକ୍ଷତାର ବିକାଶ ପାଇଁ ଗଳ୍ପ ଏକ ମାଧ୍ୟମ ବୋଲି ଏ ଅବସରରେ ଅତିଥି ମାନେ ସାମୁହିକ ମତବ୍ଯକ୍ତ କରିଥିଲେ l ଶ୍ରୀଯୁକ୍ତ କେଶବ ପାଣ୍ଡେ ପାରମ୍ପରିକ ଶୈଳୀରେ ଏକ ଗଳ୍ପ ଉପସ୍ଥାପନା କରିଥିଲେ l ପ୍ରାରମ୍ଭରେ ସହଶିକ୍ଷକ ଶ୍ରୀଯୁକ୍ତ ଦାରୁକ ସିଂ ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷକଗଣ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଓ ଓପ ଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ । ପରେ ଅତିଥିଗଣ ଦ୍ୱାରା ଦେବ ପୂଜନ ହେଲାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଶିକ୍ଷୟିତ୍ରୀ ଶ୍ରୀମତୀ ରୋଜାଲିନ ରାଉତରାୟଙ୍କ ନିର୍ଦେଶନାରେ ଛାତ୍ରୀଗଣ ସୁ ଲଳିତ କଣ୍ଠରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଗଳ୍ପ କଥନ ପ୍ରତିଯୋଗିତାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ସହ ଶିକ୍ଷୟିତ୍ରୀ ବୀଣାମାଝି ସଭାକାର୍ଯ୍ୟ ପରିଚାଳନା କରିଥିଲେ ା ଶେଷରେ ଶିକ୍ଷୟିତ୍ରୀ ଉମା ତୁମୁନିଆ ଧନ୍ଯବାଦ ଅର୍ପଣ କରିଥିଲେ। ା ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ, ଅଭିଭାବିକା ତଥା ଗ୍ରାମର ପ୍ରାୟ ଦୁଇଶହ ଭଦ୍ର ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ବିଦ୍ୟାଳୟ ର ସହ ଶିକ୍ଷକ / ଶିକ୍ଷୟିତ୍ରୀ ତାରୁଖ ସିଂ ମାଝୀ,ଉମା ତୁମୁନିଆ, ବୀଣା ମାଝୀ ଓ ରୋଜାଲିନ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ..!