-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    (12-Nov-2025)       ||      ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||     

HOME   ରାଜ୍ୟ

ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଲା ଡେଙ୍ଗ ହାଇସ୍କୁଲ

13-Mar-2025



ବଲାଙ୍ଗୀର, ତା:୧୩/୦୩  ( ପ୍ରେରଣା ଖବର )   ଭୁବନେଶ୍ଵର ରାଜ ଭବନରେ ରାଜ୍ୟସ୍ତରୀୟ ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ  ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ  ହାଇସ୍କୁଲର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର ଓ ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ  ରାଜ୍ୟର ଜୁନିୟର ରେଡ଼କ୍ରସ ସର୍ବଶେଷ୍ଠ  ବିଦ୍ୟାଳୟ ଭାବରେ  ରାଜ୍ୟପାଳ ସ୍ମାରକୀ, ପ୍ରଶଂସା ପତ୍ର ପାଇ  ପୁରସ୍କୃତ ହୋଇଛନ୍ତି ।

ସେହିପରି  ରାଜ୍ୟପାଳଙ୍କ ଠାରୁ ଡେଙ୍ଗ ବିଦ୍ୟାଳୟର   ଜୁନିୟର ରେଡ଼କ୍ରସ  କାଉନସେଲର ରାମ ନାରାୟଣ ଦାଶ  ଓଡ଼ିଶା ରାଜ୍ୟର ଶ୍ରେଷ୍ଠ କାଉନସେଲର ଭାବରେ  ଓ  ଜୁନିୟର ରେଡ଼କ୍ରସ  ସ୍ୱେଚ୍ଛାସେବୀ  ମାମୁନୀ ପ୍ରଧାନ ଓଡ଼ିଶାର ରାଜ୍ୟର   ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ପୁରସ୍କୃତ ହୋଇଛନ୍ତି । ଖବର ପ୍ରଚାରିତ ହେବାପରେ ବଲାଙ୍ଗୀର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ, ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର , ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ  ।

ପ୍ରକାଶ ଥାଉକି ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ ୟୁନିଟ ତରଫରୁ ରେଡ଼କ୍ରସର ମୂଳମନ୍ତ୍ର ମାନବିକତାକୁ ଲକ୍ଷ୍ୟକରି ବିଗତ ଦିନରେ  ରକ୍ତଦାନ, କରୋନା ସମୟରେ କାର୍ଯ୍ୟ, ବାଲ୍ୟ ବିବାହ କୁ ନା ସଚେତନତା, ତମାଖୁ ସେବନକୁ ନା କାର୍ଯ୍ୟକ୍ରମ, ଏଡ଼ସ ସଚେତନତା, ବୃକ୍ଷ ରୋପଣ, ସଡକ ସୁରକ୍ଷା,  ପ୍ରାକୃତିକ ବିପର୍ଯ୍ୟୟ ଫନି  , ୨୦୧୮ କେରଳ ବାତ୍ୟା, ୨୦୧୯ରେ ବଲାଙ୍ଗୀର ବାତ୍ୟା ସମୟରେ ଆର୍ଥିକ ସହଯୋଗ ତଥା ରିଲିଫ ବଣ୍ଟନ ଆଦି  ବିଭିନ୍ନ ମାନବୀୟ କାର୍ଯ୍ୟ କରିଛି ।  ରେଡ଼କ୍ରସ କାର୍ଯ୍ୟ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ,  ବିଶ୍ଵନାଥ ମେହେର, ମନରଞ୍ଜନ ପରିଡା, ଦେବେଶ ହୋତା,  ସମୀର ସେଠି, ଦୀପକ ସେନ ଧରୁଆ, , ଲିଙ୍ଗରାଜ ନନ୍ଦ, ହିଂମାଶୁ ଶେଖର ବିଶ୍ବାଳ, ଅବିନାଶ ଭୋଇ, ଶିକ୍ଷୟିତ୍ରୀ  ରେଣୁକା ସାହୁ, ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ,  କାନ୍ତି ଭୋଇ, ଦ୍ରୌପଦୀ ଭୋଇ, ଶିବାନୀ ମଲ୍ଲିକଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ବିଦ୍ୟାଳୟ ପ୍ରତି ନିଃସ୍ଵାର୍ଥ ସେବାକୁ ସମ୍ମାନ ଜଣାଇଛନ୍ତି। ରାଜ୍ୟପାଳ ପୁରସ୍କାର ପାଇଁ ଡେଙ୍ଗ ବିଦ୍ୟାଳୟକୁ ବଲାଙ୍ଗୀର ଜିଲ୍ଲାର ଏଡିଏମ ପବିତ୍ର ବେହେରା, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଜିଲ୍ଲା ରେଡ଼କ୍ରସ ସଂପାଦକ ସସ୍ମିତା ପ୍ରଧାନ , ଡିଇଓ ପ୍ରଦୀପ କୁମାର ନାଗ, ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ପ୍ରଦୀପ  କୁମାରକୁମାର ପାତ୍ର, ବିଇଓ ମମତା ମହାଡୀକ ଜେଆରସିଓ ବିକାଶ ସାହୁ ତଥା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ବୁଦ୍ଧିଜୀବୀ   ଶୁଭେଚ୍ଛା ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    12-Nov-2025
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025

You Might Also Like