-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଜିଲ୍ଲା

ଚାନ୍ଦଲିପାହାଡ ପର୍ଯ୍ୟଟନସ୍ଥଳୀକୁ ଜିଲ୍ଲାପାଳଙ୍କ ପରିଦର୍ଶନ,ଉନ୍ନୟନ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଡ୍ରୋନସର୍ଭେ ସହ ଡିପିଆର ପ୍ରସ୍ତୁତ କରିବାକୁ ପର୍ଯ୍ୟଟନଅଧିକାରୀଙ୍କୁ ନିର୍ଦ୍ଦେଶ

18-Feb-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକଅନ୍ତର୍ଗତ ଦେଷଣ୍ଢର ଚାନ୍ଦଲିପାହାଡକୁ ରାଜ୍ୟସରକାର ଗତ ୧୦ ତାରିଖରେ ପର୍ଯ୍ୟଟନସ୍ଥଳି ଘୋଷଣା କରିଛନ୍ତି । ଆଜି ଏହି ପର୍ଯ୍ୟଟନସ୍ଥଳିର ବିକାଶ ନେଇ ଜିଲ୍ଲାପାଳ ଗୌରବଶୀବାଜୀ ଇସଲୱାର ଚନ୍ଦଲିପାହାଡ ଓ ଭୁଲିଆକଟକୁ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଏହାର ଉନ୍ନୟନ ନେଇ ଡ୍ରୋନସର୍ଭେ କରାଇବା ସହିତ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପର୍ଯ୍ୟଟନଅଧିକାରୀ ଓ ଦେଓଗାଁ ବିଡିଓଙ୍କୁ ନିର୍ଦ୍ଦେଶ କରିଛନ୍ତି । ଆଜି ଦିନ ୧୨ଟାରେ ଜିଲ୍ଲାପାଳ ଚାନ୍ଦଲିପାହାଡକୁ ପହଞ୍ଚିବା ପରେ ଚାନ୍ଦଲିପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ଓ ଅଞ୍ଚଳବାସୀ ଜିଲ୍ଲାପାଳ ଶ୍ରୀ ଇସଲୱାରଙ୍କୁ ଭବ୍ୟସ୍ୱାଗତ କରିଥିଲେ । ଆଲୋଚନା କାଳରେ ଶ୍ରୀ ମେହେର ଚାନ୍ଦଲିପାହାଡରେ ଏକ ଯାତ୍ରୀନିବାସ,ସର୍ବସାଧାରଣ ଟୟଲେଟ,ପୂର୍ତ୍ତରାସ୍ତାରୁ ଚାନ୍ଦଲିପାହାଡ ପର୍ଯ୍ୟନ୍ତ ଆଲୋକିକରଣ,ବ୍ୟାପକ ବନୀକରଣ,ଚାନ୍ଦଲିପାହାଡଠାରେ ଜଙ୍ଗଲବିଭାଗ ପକ୍ଷରୁ ଏକ ନର୍ସରୀ ସ୍ଥାପନ,ଭୁଲିଆକଟାର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ରାମନାଳାରେ ଦୁଇଟି ଚେକଡ୍ୟାମନିର୍ମାଣ କରିବା,ପାହାଡଉପରେ ଏକ ଭବ୍ୟ ହନୁମାନମନ୍ଦିର ନିର୍ମାଣ,ପାହାଡରେ ଥିବା ପ୍ରାକୃତିକ ଗୁମ୍ଫାଗୁଡିକର ସଫେଇକାମ କରାଯିବାକୁ ସ୍ଥାନୀୟଲୋକଙ୍କ ପକ୍ଷରୁ ଦାବି ରଖିଥିଲେ । ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟସରକାରଙ୍କୁ ଏଗୁଡିକର ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଇସଲୱାର ପ୍ରତିଶୃତି ଦେଇଥିଲେ । ଏଠାରୁ ସେ ଭୁଲିଆକଟା(ମେହେରକଟା)କୁ ମଧ୍ୟ ପରିଦର୍ଶନ କରି ଜଙ୍ଗଲବିଭାଗ ପକ୍ଷରୁ ରାଜ୍ୟସରକାରଙ୍କୁ ପଠାଯାଇଥିବା ୬କୋଟି ୭୬ ଲକ୍ଷ ଟଙ୍କାର ଡିପିଆରକୁ କାର୍ଯ୍ୟାକାରୀ କରିବାକୁ ରାଜ୍ୟସରକାରଙ୍କୁ ଜିଲ୍ଲାପାଳ ପଠାଇବେ ବୋଲି କହିଥିଲେ । ପ୍ରକାଶ ଯେ,ଦେଷଣ୍ଢ ଅଞ୍ଚଳ ସରକାରଙ୍କ ଆଦ୍‌ବାସୀ ମାଡା ପକେଟ ଯୋଜନାରେ ରହିଛି । କିନ୍ତୁ ତଥାପି ଶହଶହ ସଂଖ୍ୟାରେ ଲୋକ ଏଠାରୁ ଦାଦନ ଖଟିବାକୁ ଯାଉଛନ୍ତି । ଚାନ୍ଦଲିପାହାଡର ତଥା ଭୁଲିଆକଟାର ପର୍ଯ୍ୟଟନସ୍ଥଳିର ବିକାଶ ହେଲେ ଏହି ଅଞ୍ଚଳର ଲୋକ ଏଠାରୁ ରୋଜଗାର ପାଇବେ ବୋଲି ଉପସ୍ଥିତ ମହିଳାମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଥିଲେ । ଏହା ସହିତ ଦେଷଣ୍ଢ ଗାଁରେ ପାନୀୟଜଳର ସୁବିଧା ପାଇଁ ମଧ୍ୟ ମହିଳାମାନେ ଜିଲ୍ଲାପାଳଙ୍କ ପାଖରେ ଦାବି ରଖିଥିଲେ । ଏହି ପର୍ଯ୍ୟଟନସ୍ଥଳିକୁ ଖୁବଶୀଘ୍ର ଇକୋଟୁରିଜମରେ ସାମିଲ କରାଯିବାକୁ ପ୍ରସ୍ତାବ ପଠାଯିବ ବୋଲି ଆଲୋଚନା ହୋଇଥିଲା । ଜିଲ୍ଲାପାଳଙ୍କ ଆଜିର ଏହି ପରିଦର୍ଶନ ସମୟରେ ଦେଓଗାଁ ବିଡିଓ ପ୍ରୀୟରଂଜନ କୁମ୍ଭାର,ଜିଲ୍ଲା ପର୍ଯ୍ୟଟନଅଧିକାରୀ ଦାୟିତ୍ୱରେ ଥିବା ସଂସ୍କୃତିଅଧିକାରୀ ରଶ୍ମୀରଂଜନ ମିଶ୍ର,ଦେଷଣ୍ଢ ସରପଞ୍ଚ ଯଶୋଦା ମେହେର,ପୂର୍ବତନ ସରପଞ୍ଚସ୍ୱୟଂମ୍ବର ମେହେର,ସଂଗଠକ ଘାସିରାମ ରଣା,ପୂର୍ବତନ ସରପଞ୍ଚ

ସୁରେନ୍ଦ୍ର ସାଏ, ରାଧାଶ୍ୟାମ ମେହେର,ଦୀନବନ୍ଧୁ ମେହେର,ରଘୁ ରଣା,ଅଶୋକକୁମାର ସାଏ,ଇନ୍ଦ୍ରଜିତ ରାଉତ,କଳାକାର ବେହେରା,ରବିନ୍ଦ୍ର ସାଏ,ରାଜେନ୍ଦ୍ର ସାଏ,ମନୋରଂଜନ ନାଏକ, ତ୍ରୀଲୋଚନ ରଣା ଓ ବିରବଲ ରଣା,ଗୌରାଙ୍ଗ ମେହେର, ବିଦ୍ୟାଧର ନାଏକ,ସନ୍ତୋଷିନୀ ରଣା,ଜ୍ୟୋତ୍ସା ନାଏକ, ଗୋପିନାଥ ରାଉତ ପ୍ରମୁଖଙ୍କ ସହ ଶତାଧିକ ପୁରୁଷ/ମହିଳା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like