-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
18-Feb-2025
ବଲାଙ୍ଗିର(ପ୍ରେରଣା ଖବର)- ମାଧିଆପାଲି ପଂଚାୟତର ବୀରମୁଣ୍ଡା ଠାରେ ରବିଚନ୍ଦନ ସ୍ମୃତି କମିଟି ତରଫରୁ ରବିଚନ୍ଦନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇ ଅଛି । ୫ ଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାରେ ଏହି ଅଂଚଳର ୧୬ ଗୋଟି ଦଳ ଭାଗ ନେଇଥିଲେ। ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳ କୁଟୁମଡୋଳା ଓ ଖୁଣ୍ଟପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ କୁଟୁମଡୋଳା ଏକାଦଶ ଖୁଣ୍ଟପାଲି ଏକାଦଶ ଠାରୁ ୫ ୱିକେଟ ରେ ବିଜୟୀ ହୋଇ ଚମ୍ପିୟାନ ଘୋଷିତ ହୋଇଅଛି । ଉଦ୍ଯାପନି ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ କହିଥିଲେ ଏ ଅଂଚଳରେ ଖେଳ ପଡିଆ ନ ଥିବା ସତ୍ତ୍ୱେ ଖେଳାଳିମାନେ ହତୋତ୍ସାହିତ ନ ହୋଇ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ବର୍ଷରେ ପହଂଚାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଯେପରି ଭିତ୍ତିଭୂମି ନ ଥାଇ ଅତିତରେ ଅନେକ ହକି ଖେଳାଳି ବାହାରିଥିଲେ ଏବଂ ପରବର୍ତ୍ତି ସମୟରେ ସରକାର ବାଧ୍ୟ ହୋଇ ସେ ଅଂଚଳର ହକି ଭିତ୍ତିଭୂମିକୁ ବିକାଶ କରିଥିଲା ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି । ଆମେ ଧର୍ଯ୍ୟହରା ନ ହୋଇ ଖେଳ ଓ ପ୍ରତିଯୋଗିତା ଆୟୋଜନ କୁ ଜାରି ରଖିବା ଦରକାର । ଏହା ନିଶ୍ଚିତ ଭାବେ ଭବିଷ୍ୟତରେ ଆମକୁ ଭିତ୍ତିଭୂମି ଯୋଗାଇବାକୁ ସହାୟକ ହେବ । ମୁଁ ଚେଷ୍ଟା କରିବି ଏ ଅଂଚଳରେ ଜମିର କିସମକୁ ଦେଖି କେଉଁଠି ଯୁବକମାନଙ୍କ ପାଇଁ ଏକ ଖେଳ ପଡିଆ ତିଆରି କରିହେବ ସେ ଦିଗରେ ପଦକ୍ଷେପ ନେବି ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ର ଚମ୍ପିୟାନ ଦଳକୁ ନଗଦ ରାଶି ୧୪ହଜାର ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । ରନର୍ସ ଦଳକୁ ୧୦ହଜାର ଟଙ୍କା ନଗଦ ରାଶି ପୁରସ୍କୃତ କରାଯାଇଥିଲା । ଫାଇନାଲ ଖେଳ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ ବୁଲୁ ବାରିକ କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା କୁ ବୀରମୁଣ୍ଡା ଅଂଚଳର ରୋଶନ ପ୍ରଧାନ, ମନୁ ନାଗ, ଶିଶୁପାଲ ସୁନା, ଋଷି ମହାନନ୍ଦ, ଟୁନା ନାଗ, ରଶ୍ମି ରଂଜନ ସାଗର ପରିଚାଳନା କରିଥିବା ବେଳେ ଗୌନ୍ତିଆ ତ୍ରିନାଥ ରାଉତ ଓ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ ।