-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
04-Feb-2025
ବଲାଙ୍ଗିର(ଦେବାଶିଷ ବହିଦାର): ଆଜି ଦିନ ଘ.୧୦ ଘଟିକା ସମୟରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅମର ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଟୁମଡୋଳାରେ ଯୌନ ନିର୍ଯ୍ୟାତନା ନିବାରଣ ଓ ନାରୀ ସୁରକ୍ଷା ପାଇଁ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଜୟ କୁମାର ସିଂହ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଇନସେବା ପ୍ରାଧିକରଣ ସଂପାଦକ ତଥା ସିନିୟର ସିଭିଲ ଜଜ୍ ପବିତ୍ରାନନ୍ଦ ପ୍ରଧାନ ଯୋଗ ଦେଇ ନାରୀ ଓ ଶିଶୁ ସୁରକ୍ଷା ଦିଗରେ ଥିବା ପୋସ ଏବଂ ପୋକ୍ସୋ ଆଇନର ବିଭିନ୍ନ ଦିଗ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଉପ-ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ତିର୍କୀ ଯୋଗଦେଇ ପୋସ ଏବଂ ପୋକ୍ସୋ ଆଇନର କାର୍ଯ୍ୟକାରିତା ବିଷୟରେ ପୋଲିସର ଭୂମିକା ତଥା ସହାୟତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ ସଭା ସଂଯୋଜନା କରି ଛାତ୍ର ଛାତ୍ରୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର କର୍ମଚାରୀ ନିରାକାର ନାୟକ, ରୀତାରାଣୀ କର୍ମୀ ଓ ଶିଭ୍ରାନ୍ତ ବଢିଆ ସହଯୋଗ କରିଥିଲେ ।