-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
05-Dec-2024
ଅତାବିରା(ଆକାଶ ମିଶ୍ର): ଅତାବିରା ବ୍ଲକ୍ ଅନ୍ତର୍ଗତ ଲରାସରା ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନବୋଧ ମାଝୀଙ୍କ ଅଧ୍ୟକ୍ଷତା ତଥା ଖେଳ ଶିକ୍ଷକ ରବିକାନ୍ତ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବରେ ସମିତିସଭ୍ୟା ମନୋରମା ଦେହେରି
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିନେଶ ଗାଏ ଗରିଆ ଯୋଗ ଦେଇ ଖେଳାଳୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବାଳକ ବିଭାଗରେ ସନୁ ତାଣ୍ଡି ଓ ବାଳିକା ବିଭାଗରେ ଲିଜା ସାଣ୍ଢ ଚାମ୍ପିଅନ ହୋଇଥିବା ତଥା ପ୍ରତିଯୋଗିତା ଗୁଡିକରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଖେଳାଳି ମାନଙ୍କୁ ମେଡାଲ ସହ ମାନପତ୍ର ଦେଇ ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ପୁରସ୍କୃତ
କରାଯାଇଥିଲା । ଶେଷରେ କ୍ରୀଡା ପତାକା ଅବତରଣ ପୂର୍ବକ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇ ଏହି ବାର୍ଷିକ କ୍ରୀଡାକୁ ଉଦଯାପିତ କରାଯାଇଥିଲା । କ୍ରୀଡା ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ଗଡତିଆ, ମୋତିଲାଲ ରଣା , ଦେବାନନ୍ଦ ଭୋଇ, ପ୍ରସନ୍ନ ବେହେରା, ଶିକ୍ଷୟିତ୍ରୀ ପ୍ରମୋଦିନି ସାହୁ, ହିରାମଣି ବାଗ ଓ କର୍ମଚାରୀ ସୁଶିଲ ସହଯୋଗ କରିଥିଲେ। ।