-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||      ଅନ୍ତର୍ଜାତୀୟ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ■ ସେମଫାଇନାଲ ଲାଇନ ଅପ ଚୂଡାନ୍ତ   (12-Dec-2025)       ||     

HOME   ଜିଲ୍ଲା

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବଦ୍ରଷ୍ଟା

29-Nov-2024



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରଶାସନ ପକ୍ଷରୁ ୨୯ ତାରିଖ ଦିନ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି  ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି । ମିଲର୍ସ ମାନେ ନିଜ ଜିଦ ରେ ଆଦି ବସି ପ୍ରଶାସନ କୁ ଚାପ ପକାଇବାର ଚେଷ୍ଟା କରୁଥିବା ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ଜିଲ୍ଲା ପ୍ରଶାସନ ର ଯୋଗାଣ ବିଭାଗ ସହିତ ଚୁକ୍ତି କରିଥାନ୍ତି । ତଦନୁସାରେ ଆଇନ ଅନୁସାରେ ଧାନ କିଣୂଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ ଚାଷୀଙ୍କ ଧାନ କୁ ମଣ୍ଡି ମାନଙ୍କରେ କିଣିବା ପରେ ନିର୍ଦ୍ଧାରିତ ମିଲର୍ସ ମାନଙ୍କୁ କଷ୍ଟମ ମିଲିଙ୍ଗ ପାଇଁ ଦିଆଯାଇଥାଏ । ପ୍ରାୟ ସମସ୍ତ ସମବାୟ ସମିତି ଗୁଡିକରେ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ ଅଧିକାଂଶ ମଣ୍ଡିରେ ଆର ଏମ ସି ପକ୍ଷରୁ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଛି କିନ୍ତୁ ସେସବୁ କୁ ଧାନ କିଣା ସମୟରେ ବ୍ୟବହାର କରାଯାଉ ନ ଥିବା ଦେଖା ଯାଉଛି । ଅନେକ ଆର ଏମ ସି ଗୋଦାମକୁ ବ୍ୟବସାୟିକ ଭିତ୍ତିରେ ଭଡାରେ ଦିଆଯାଇଥିବା ବେଳେ ସେସବୁ ଧାନ କିଣା ସମୟରେ କାମକୁ ଆସି ପାରୁ ନ ଥିବା ଦେଖା ଯାଉଛି । 
କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ଏବଂ ଓଡ଼ିଶା ରେ ସରକାରଙ୍କ ଯୋଗାଣ ବିଭାଗ ନିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ପରିଚାଳନା କରାଯାଉଛି । ଦୀର୍ଘ ବର୍ଷ ର ଅବ୍ୟବସ୍ଥା ମଧ୍ୟରେ ମଣ୍ଡି ମାନଙ୍କରେ ମିଲର୍ସ ମାନଙ୍କ ମିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ଚାଲୁଥିବା ହେତୁ ସେହି ପ୍ରକ୍ରିୟା ରେ ସମସ୍ତେ ଅଭ୍ୟସ୍ତ ହୋଇଯାଇଥିବା କାରଣରୁ କାଗଜପତ୍ର ରେ ଥିବା ନିୟମ କାନୁନ କୁ ପ୍ରାୟତଃ ଭୁଲିୟାଇଥିବା ପରିଲକ୍ଷିତ ହେଉଛି । ପରିସ୍ଥିତି ଏଭଳି ଅଭ୍ୟାସ ରେ ପରିଣତ ହୋଇଗଲାଣି ଯେ, ଚାଷୀ ଠାରୁ ଆରମ୍ଭ କରି ପ୍ରଶାସନ ସହିତ ସମସ୍ତେ ମିଲର୍ସ ନ ଆସିଲେ ମଣ୍ଡି ଚାଲି ପାରିବ ନାହି ବୋଲି ଏକ ଅହେତୁକ ବିଶ୍ବାସ ସୃଷ୍ଟି ହୋଇଯାଇଥିବା ପରିଲକ୍ଷିତ ହେଉଛି । 
ମଣ୍ଡିରେ ମିଲର୍ସ ଧାନ କିଣନ୍ତି କି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହେଉଛି । ଯଦିଓ ମିଲର୍ସ ଙ୍କ ଚୁକ୍ତି ନ ହେଲେ ମଣ୍ଡି ଚାଲିପାରିବ ନାହି ତେବେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମଣ୍ଡିରେ ମିଲର୍ସ ସିଧା ସଳଖ ଧାନ କିଣୁଛନ୍ତି ଏବଂ  କାଗଜପତ୍ର ରେ ଧାନ କିଣା ଦାୟିତ୍ବ ରେ ଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ କେବଳ କାଗଜ ପତ୍ର ପ୍ରସ୍ତରୁତ କରିଥାନ୍ତି । 
ଅନ୍ୟପକ୍ଷରେ ଯଦିଓ ମିଲର୍ସ ଙ୍କ ଚୁକ୍ତି ବିନା ଧାନ ମଣ୍ଡି ଚାଲିବ ନାହି ଏବଂ ମିଲର୍ସ ଆସିଲେ ହିଁ  ଧାନ ମଣ୍ଡି ଚାଲିବ ତେବେ ଧାନ କିଣା ବାବଦ କୁ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକୁ ଦିଆଯାଉଥିବା କମିଶନ ଟଙ୍କା ସିଧା ସଳଖ ଭାବେ ମିଲର୍ସ ଙ୍କୁ ଦେଇ ଦିଆ ଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି । ତଥାପି ସମସ୍ତ ନିୟମ କାନୁନ କୁ ଆଖିଠାର ମାରି ମିଲର୍ସ ପଛରେ ପ୍ରଶାସନ ଗୋଡାଇବା ଘଟଣା କୁ ବିଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ସରକାରୀ ନିୟମ ଅନୁସାରେ ଯୋଗାଣ ବିଭାଗ ର ଏଜେଣ୍ଟ ଭାବେ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା କାଗଜପତ୍ର ରେ ଲେଖାଯାଉଥିବା ବେଳେ ବାସ୍ତବ ପକ୍ଷେ ମଣ୍ଡିରେ ମିଲର୍ସ ମାନେ ହି ସିଧା ସଳଖ ଧାନ କିଣୂଥିବା ଅଭିଯୋଗ ହେଉଛି । ଅନେକ ସ୍ଥାନରେ ସମବାୟ ସମିତି ଗୁଡିକରେ ମିଲର୍ସ ମାନଙ୍କ ସଂଶ୍ଳିଷ୍ଟ ରହୁଥିବା ବେଳେ କେତେକ ସ୍ଥାନରେ ମିଲର୍ସ ମାନଙ୍କ ପ୍ରଯୋଜିତ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା ହେତୁ ମଣ୍ଡିରେ ସିଧା ସଳଖ ଭାବେ ମିଲର୍ସ ଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରହୁଥିବା ଅଭିଯୋଗ ହେଉଛି । ମୋଟାମୋଟି ଭାବରେ କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ ପ୍ରଶାସନିକ ନୀରବତା ଯୋଗୁଁ ଲକ୍ଷାଧିକ ଚାଷୀଙ୍କୁ ନିୟନ୍ତ୍ରଣ କରୁଥିବା ଆଲୋଚନା ହେଉଛି । ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ଗୋଦାମ ଗୁଡିକୁ ନିୟନ୍ତ୍ରଣ କୁ ନେଇ ସିଧା ସଳଖ ଭାବେ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025
  ଜିଲ୍ଲା  
କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   12-Dec-2025

You Might Also Like