-+91-9937148622 |

prerana_bgr@rediffmail.com |

  Thursday 10th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   (09-Jul-2025)       ||      ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   (09-Jul-2025)       ||      ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ    (09-Jul-2025)       ||      ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   (09-Jul-2025)       ||      ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   (09-Jul-2025)       ||      ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   (09-Jul-2025)       ||      *ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   (09-Jul-2025)       ||      ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   (09-Jul-2025)       ||      ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   (09-Jul-2025)       ||      ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   (09-Jul-2025)       ||      "ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    (09-Jul-2025)       ||      ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   (09-Jul-2025)       ||      ବେଙ୍ଗାଳୁରୁ ସହକାର ନଗର ମନ୍ଦିରରେ ନୀଳାଦ୍ରୀ ବିଜେ ଉତ୍ସବ ଆୟୋଜନ                                        (09-Jul-2025)       ||      ଘଣ୍ଟାପଡ଼ା ଥାନାରେ ନୂଆ ସଂଶୋଧିତ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ   (09-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ   (08-Jul-2025)       ||      ମନରେଗା ହୋଇଛି ଦିଗହରା: ଶ୍ରମିକ ବଦଳରେ ମେସିନ୍ କରୁଛି କାମ    (08-Jul-2025)       ||      ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ    (08-Jul-2025)       ||      *ସୋନପୁର ରେ ନୀଳାଦ୍ରି ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି*   (08-Jul-2025)       ||     

HOME   ଜିଲ୍ଲା

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବଦ୍ରଷ୍ଟା

29-Nov-2024



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରଶାସନ ପକ୍ଷରୁ ୨୯ ତାରିଖ ଦିନ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି  ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି । ମିଲର୍ସ ମାନେ ନିଜ ଜିଦ ରେ ଆଦି ବସି ପ୍ରଶାସନ କୁ ଚାପ ପକାଇବାର ଚେଷ୍ଟା କରୁଥିବା ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ଜିଲ୍ଲା ପ୍ରଶାସନ ର ଯୋଗାଣ ବିଭାଗ ସହିତ ଚୁକ୍ତି କରିଥାନ୍ତି । ତଦନୁସାରେ ଆଇନ ଅନୁସାରେ ଧାନ କିଣୂଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ ଚାଷୀଙ୍କ ଧାନ କୁ ମଣ୍ଡି ମାନଙ୍କରେ କିଣିବା ପରେ ନିର୍ଦ୍ଧାରିତ ମିଲର୍ସ ମାନଙ୍କୁ କଷ୍ଟମ ମିଲିଙ୍ଗ ପାଇଁ ଦିଆଯାଇଥାଏ । ପ୍ରାୟ ସମସ୍ତ ସମବାୟ ସମିତି ଗୁଡିକରେ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ ଅଧିକାଂଶ ମଣ୍ଡିରେ ଆର ଏମ ସି ପକ୍ଷରୁ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଛି କିନ୍ତୁ ସେସବୁ କୁ ଧାନ କିଣା ସମୟରେ ବ୍ୟବହାର କରାଯାଉ ନ ଥିବା ଦେଖା ଯାଉଛି । ଅନେକ ଆର ଏମ ସି ଗୋଦାମକୁ ବ୍ୟବସାୟିକ ଭିତ୍ତିରେ ଭଡାରେ ଦିଆଯାଇଥିବା ବେଳେ ସେସବୁ ଧାନ କିଣା ସମୟରେ କାମକୁ ଆସି ପାରୁ ନ ଥିବା ଦେଖା ଯାଉଛି । 
କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ଏବଂ ଓଡ଼ିଶା ରେ ସରକାରଙ୍କ ଯୋଗାଣ ବିଭାଗ ନିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ପରିଚାଳନା କରାଯାଉଛି । ଦୀର୍ଘ ବର୍ଷ ର ଅବ୍ୟବସ୍ଥା ମଧ୍ୟରେ ମଣ୍ଡି ମାନଙ୍କରେ ମିଲର୍ସ ମାନଙ୍କ ମିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ଚାଲୁଥିବା ହେତୁ ସେହି ପ୍ରକ୍ରିୟା ରେ ସମସ୍ତେ ଅଭ୍ୟସ୍ତ ହୋଇଯାଇଥିବା କାରଣରୁ କାଗଜପତ୍ର ରେ ଥିବା ନିୟମ କାନୁନ କୁ ପ୍ରାୟତଃ ଭୁଲିୟାଇଥିବା ପରିଲକ୍ଷିତ ହେଉଛି । ପରିସ୍ଥିତି ଏଭଳି ଅଭ୍ୟାସ ରେ ପରିଣତ ହୋଇଗଲାଣି ଯେ, ଚାଷୀ ଠାରୁ ଆରମ୍ଭ କରି ପ୍ରଶାସନ ସହିତ ସମସ୍ତେ ମିଲର୍ସ ନ ଆସିଲେ ମଣ୍ଡି ଚାଲି ପାରିବ ନାହି ବୋଲି ଏକ ଅହେତୁକ ବିଶ୍ବାସ ସୃଷ୍ଟି ହୋଇଯାଇଥିବା ପରିଲକ୍ଷିତ ହେଉଛି । 
ମଣ୍ଡିରେ ମିଲର୍ସ ଧାନ କିଣନ୍ତି କି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହେଉଛି । ଯଦିଓ ମିଲର୍ସ ଙ୍କ ଚୁକ୍ତି ନ ହେଲେ ମଣ୍ଡି ଚାଲିପାରିବ ନାହି ତେବେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମଣ୍ଡିରେ ମିଲର୍ସ ସିଧା ସଳଖ ଧାନ କିଣୁଛନ୍ତି ଏବଂ  କାଗଜପତ୍ର ରେ ଧାନ କିଣା ଦାୟିତ୍ବ ରେ ଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ କେବଳ କାଗଜ ପତ୍ର ପ୍ରସ୍ତରୁତ କରିଥାନ୍ତି । 
ଅନ୍ୟପକ୍ଷରେ ଯଦିଓ ମିଲର୍ସ ଙ୍କ ଚୁକ୍ତି ବିନା ଧାନ ମଣ୍ଡି ଚାଲିବ ନାହି ଏବଂ ମିଲର୍ସ ଆସିଲେ ହିଁ  ଧାନ ମଣ୍ଡି ଚାଲିବ ତେବେ ଧାନ କିଣା ବାବଦ କୁ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକୁ ଦିଆଯାଉଥିବା କମିଶନ ଟଙ୍କା ସିଧା ସଳଖ ଭାବେ ମିଲର୍ସ ଙ୍କୁ ଦେଇ ଦିଆ ଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି । ତଥାପି ସମସ୍ତ ନିୟମ କାନୁନ କୁ ଆଖିଠାର ମାରି ମିଲର୍ସ ପଛରେ ପ୍ରଶାସନ ଗୋଡାଇବା ଘଟଣା କୁ ବିଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ସରକାରୀ ନିୟମ ଅନୁସାରେ ଯୋଗାଣ ବିଭାଗ ର ଏଜେଣ୍ଟ ଭାବେ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା କାଗଜପତ୍ର ରେ ଲେଖାଯାଉଥିବା ବେଳେ ବାସ୍ତବ ପକ୍ଷେ ମଣ୍ଡିରେ ମିଲର୍ସ ମାନେ ହି ସିଧା ସଳଖ ଧାନ କିଣୂଥିବା ଅଭିଯୋଗ ହେଉଛି । ଅନେକ ସ୍ଥାନରେ ସମବାୟ ସମିତି ଗୁଡିକରେ ମିଲର୍ସ ମାନଙ୍କ ସଂଶ୍ଳିଷ୍ଟ ରହୁଥିବା ବେଳେ କେତେକ ସ୍ଥାନରେ ମିଲର୍ସ ମାନଙ୍କ ପ୍ରଯୋଜିତ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା ହେତୁ ମଣ୍ଡିରେ ସିଧା ସଳଖ ଭାବେ ମିଲର୍ସ ଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରହୁଥିବା ଅଭିଯୋଗ ହେଉଛି । ମୋଟାମୋଟି ଭାବରେ କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ ପ୍ରଶାସନିକ ନୀରବତା ଯୋଗୁଁ ଲକ୍ଷାଧିକ ଚାଷୀଙ୍କୁ ନିୟନ୍ତ୍ରଣ କରୁଥିବା ଆଲୋଚନା ହେଉଛି । ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ଗୋଦାମ ଗୁଡିକୁ ନିୟନ୍ତ୍ରଣ କୁ ନେଇ ସିଧା ସଳଖ ଭାବେ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   09-Jul-2025
  ଜିଲ୍ଲା  
ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   09-Jul-2025
  ଜିଲ୍ଲା  
ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   09-Jul-2025
  ଜିଲ୍ଲା  
*ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   09-Jul-2025
  ଜିଲ୍ଲା  
ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   09-Jul-2025
  ଜିଲ୍ଲା  
ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   09-Jul-2025
  ଜିଲ୍ଲା  
ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   09-Jul-2025
  ଜିଲ୍ଲା  
"ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    09-Jul-2025
  ଜିଲ୍ଲା  
ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   09-Jul-2025

You Might Also Like