-+91-9937148622 |
prerana_bgr@rediffmail.com |
Wednesday 21st January 2026 |
R.N.I. Regd No. ODIODI/2010/46693
Breaking News
29-Nov-2024
ବଲାଙ୍ଗୀର: ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ ଟାଉନ ବାଳକ ବିଦ୍ୟାଳୟର ଖେଳ ପଡିଆ ଠାରେ ତା ୨୮/୧୧/୨୦୨୪ ରିଖ, ଗୁରୁବାର ଦିନ ଠାରୁ ୨୯/୧୧/୨୦୨୪ ଶୁକ୍ରବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଡି.ପି.ଇ.ଓ ପ୍ରଦୀପ କୁମାର ପାତ୍ର ଏବଂ ହେମନ୍ତ କୁମାର ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପତିତପାବନ ଏକାଡେମୀର ପୁରାତନ ଆଲୁମିନି ଛାତ୍ର ତଥା ହୀରକ ଜୟନ୍ତୀ ଆଲୁମିନି କମିଟି ସଭାପତି ଶଶୀଭୂଷଣ ପୁରୋହିତ, ଗୌରୀଶଙ୍କର ଅଗ୍ରୱାଲ, ପୂରାତନ ଖେଳ ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଟାଉନ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଯ୍ୟବାଲା ମିଶ୍ର ଯୋଗଦାନ କରି ପିଲା ମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଓ ଉତ୍ସାହିତ କଲେ। ପ୍ରଧାନଶିକ୍ଷକ ସିନୁସୁନ୍ଦର ପାଢ଼ୀ ଏହି କ୍ରୀଡା ଉତ୍ସବ ନିମିତ୍ତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଅଂଶୁପା ଭୋଇ ସଂଯୋଜନା କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ରାଣୀ
ମିଶ୍ର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହିତ କ୍ରୀଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଟାଉନ ବାଳିକା ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ସୁଜାତା ମଲ୍ଲିକ, ଟାଉନ ବାଳକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିକାଶ ଦାସ ପି. ଆର୍ ଉଚ୍ଚ ବିଦ୍ୟାଳୟର ସୌରଭ ପଧାନ ଏବଂ ଆମ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରି ସଫଳତାର ସହିତ ସମାପନ କରିଥିଲେ | ବାଳକ ଜୁନିଅର ବିଭାଗରେ ତରୁଣ କୁମାର ଦାସ ଏବଂ ବାଳକ ସିନିଅର ବିଭାଗରେ ଶୁଭମ୍ ବଗର୍ତ୍ତୀ ଚାମ୍ପିଅନ ହୋଇଛନ୍ତି l ଶେଷରେ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ସୁନୀତା ବିଶ୍ଵାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।