-+91-9937148622 |

prerana_bgr@rediffmail.com |

  Monday 23rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (22-Nov-2026)       ||      ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    (22-Nov-2026)       ||      ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ    (22-Nov-2026)       ||      ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ    (22-Nov-2026)       ||      ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ    (22-Nov-2026)       ||      ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   (22-Nov-2026)       ||      ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   (22-Nov-2026)       ||      *ଡାବୁଗାଁରେ ଜନଜାତୀୟ ଗୌରବ ଦିବସ ପାଳିତ*   (22-Nov-2026)       ||      ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   (22-Nov-2026)       ||      ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   (22-Nov-2026)       ||      ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   (22-Nov-2026)       ||      ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା   (22-Nov-2026)       ||      ସାଇଟ କଲେଜରେ ଶିଶୁ ସୁରକ୍ଷା ଓ  ସଚେତନତା ଶିବିର   (22-Nov-2026)       ||      ପାନ ଦୋକାନରେ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ, ଚୋରି ଟଙ୍କା ଉଦ୍ଧାର ସହ ଲୁହା ରଡ୍ ଜବତ   (22-Nov-2026)       ||      *ଓଡିଶା ପାଇଁ ଗୌରବ ଡା. ଜ୍ୟୋତିର୍ମୟ ନାୟକ ଜାତୀୟ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ପୁରସ୍କାର ପାଇଁ ମନୋନୀତ*   (22-Nov-2026)       ||      ବାରିପଦା ବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ :ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ   (22-Nov-2026)       ||      *ନବରଙ୍ଗପୁରରେ ଡାକ୍ତରଙ୍କୁ ଧମକ ଅଭିଯୋଗ, ଏକ ଦିନ ଓପିଡି ବନ୍ଦ କରିବ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍*   (22-Nov-2026)       ||      ବରପାଲି ରେ ଗଙ୍ଗାଧର ମେହେର କପ୍ ଫୁଟବଲ ଫାଇନାଲକୁ କୁଚିଣ୍ଡା ଦଳ ପ୍ରବେସ   (22-Nov-2026)       ||      ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟୁଥିଲେ, ଶେଷରେ ପୋଲିସ ହାତରେ ଗିରଫ ହେଲେ ଠକ    (21-Nov-2026)       ||     

HOME   ଜିଲ୍ଲା

ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ସଂଘ ପାଇଁ ବିପଦ, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ

07-Oct-2024



ନୟାଗଡ଼ : ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୀଳମାଧବ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ଜୀବନରେ ଘଟୁଥିବା ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ସଂଗଠନକୁ ମଜବୁତ କରିବା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ଦଶପଲ୍ଲା ବ୍ଲକ ସଂଯୋଜନ ପ୍ରଫୁଲ କୁମାର ଦାଶ ସାମ୍ବାଦିକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି କାରୀ ସଂଘ ପାଇଁ ବିପଦ ବୋଲି ଅନ୍ୟତମ ସଦସ୍ୟ ଅନୱାର ମଲ୍ଲିକ ମତବ୍ୟକ୍ତ କରିଥିଲେ । ଯାହାକୁ ନେଇ ଜିଲ୍ଲା ସଭାପତି ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ସମ୍ପର୍କରେ ରାଜ୍ୟ ସଂଘକୁ ଅବଗତ କରାଯିବ ବୋଲି ମତ ଦେଇଥିଲେ । ସଂଘ ପକ୍ଷରୁ ବିଭିନ୍ନ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ, ବାର୍ଷିକ ଦେୟ ଆଦାୟ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ବିଭିନ୍ନ ବ୍ଲକରୁ ଜିଲ୍ଲା ଶାଖାକୁ ସହଯୋଗ କରିବା ପାଇଁ ସଂଯୋଜକ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଅନୀଲ କୁମାର ପଣ୍ଡା, ରଜତ

ପଟ୍ଟନାୟକ, ରବୀନ୍ଦ୍ର ଦାଶ, ଦେବବ୍ରତ ନାୟକ, ବିଶ୍ୱଜିତ ନାୟକ, ନିହାର ରଞ୍ଜନ ପଟ୍ଟନାୟକ, ବିଭୂତି ଭୂଷଣ ସ୍ୱାଇଁ, ଯଜାତୀ କେଶରୀ ମହାପାତ୍ର, ସନ୍ତୋଷ କୁମାର ନାୟକ, ଗଗନ ମହାପାତ୍ର ପ୍ରମୂଖ ପରିଚାଳନା କରିଥିଲେ । ସଂଘର ଅନ୍ୟତମ ଉପଦେଷ୍ଟା ଗୋଦାବରୀ ସାହୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଜିଲ୍ଲାରୁ ୧୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପ୍ରତି ସମର୍ଥନ ଏବଂ ଉତ୍କଳ ସାମ୍ବାଦିକ ସଂଘର ଏକତାକୁ ବଜାୟ ରଖିବାକୁ ମତ ଦେଇଥିଲେ ।

 (ନୟାଗଡ଼ରୁ ବିଜୟଲକ୍ଷ୍ମୀ ରାଉତଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     22-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   22-Nov-2026
  ଜିଲ୍ଲା  
ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    22-Nov-2026
  ଜିଲ୍ଲା  
ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ   22-Nov-2026
  ଜିଲ୍ଲା  
୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ   22-Nov-2026
  ଜିଲ୍ଲା  
ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ   22-Nov-2026
  ଜିଲ୍ଲା  
ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   22-Nov-2026
  ଜିଲ୍ଲା  
ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   22-Nov-2026
  ଜିଲ୍ଲା  
*ଡାବୁଗାଁରେ ଜନଜାତୀୟ ଗୌରବ ଦିବସ ପାଳିତ*   22-Nov-2026
  ଜିଲ୍ଲା  
ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   22-Nov-2026
  ଜିଲ୍ଲା  
ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   22-Nov-2026
  ରାଜ୍ୟ  
ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   22-Nov-2026

You Might Also Like