-+91-9937148622 |
prerana_bgr@rediffmail.com |
Sunday 19th July 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ବାଲିଯୋରୀ ଖେଳ ପଡିଆ ଠାରେ ବରପଦର ବଉଲୀ କଲାପରିଷଦ ଦ୍ୱାରା ଆୟୋଜିତ ଅଏଁଲାବରା ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ କନ୍ଧେନବୁଢ଼ୀ ପୀଠ ସହ ଗ୍ରାମର ଦେବଦେବୀ ଙ୍କ ପୀଠରେ ପୂଜା କରାଯାଇଥିଲା ଓ ବରୁଆ ଙ୍କ ଦେହରେ କାଳିସୀ ଲାଗିଥିଲା ଓ ଗ୍ରାମ ପରିକ୍ରମା କରିଥିଲେ |ସନ୍ଧ୍ୟାରେ ବଉଲି କଲାପରିଷଦ ଦ୍ୱାରା ଆୟୋଜିତ ସୁଧାଂଶୁ ଶେଖର ମହାକୁଡ଼ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସାଂସ୍କୃତିକ ସଭାରେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ, ଆଇନଜୀବୀ ରାଧାବଲ୍ଳଭ ପ୍ରଧାନ,ଫେକ୍ସ ସଭାପତି ସୁଧୀର କୁମାର ଖଟୁଆ, ସ୍ବେଛାସେବୀ ଶିତିକଣ୍ଠ ମିଶ୍ର, ଯୁବ କଂଗ୍ରେସ ନେତା ପ୍ରଶାନ୍ତ ସାହୁ ସହ ଅନ୍ୟ
ମାନେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ |ପରେ କମିଟି ତରଫରୁ ସାମ୍ବାଦିକ ଦେବାଶିଷ ମଲିକଙ୍କୁ ସମ୍ମାନିତ କରାଯାଇଥିଲା |ସଭା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା |ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା |କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସଭାପତି ମାୟାଧର ବଗର୍ତ୍ତୀ, ସମ୍ପାଦକ ରାଜେଶ ମୁଦୁଲି ଓ ବଉଲି କଲାପରିଷଦର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ |