-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ଜିଲ୍ଲା ନୋଡାଲ ଅଧିକାରୀ ତଥା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ : ଯୋଜନା ଗୁଡିକର ସଠିକ ଉପଯୋଗ ଓ କାର୍ଯ୍ୟକାରିତା ପାଇଁ ପରାମର୍ଶ :- ଛାତ୍ର ଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ :-

05-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ନୋଡାଲ ଅଧିକାରୀ ତଥା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଦୁଇ ଦିନିଆ ସୁବର୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରି ବିଭିନ୍ନ ଉନ୍ନୟନ ତଥା ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍ତି।ସେ ଗସ୍ତର ପ୍ରଥମ ଦିନ ତା ୦୩/୧୦/୨୪ ରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ରଥପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ଥିଲେ। ପରେ ଟାଙ୍ଗରସାହି ପ୍ରସ୍ତାବିତ ପଞ୍ଚସଖା ଶିକ୍ଷା ସେତୁ ୟୁପି ସ୍କୁଲରେ ପହଞ୍ଚି ସ୍କୁଲର ଶୈକ୍ଷିକ ବାତାବରଣ ସହ ଶିକ୍ଷା ଦାନ ଉପରେ ପଚାରିବୁଝିଥିଲେ। ବ୍ଲକ ସ୍ଥିତ ରଥୀପଡ଼ା ବୁଣାକାର ସୁବିଧା କେନ୍ଦ୍ର ପରିଦର୍ଶନ କରି ଜଗନ୍ନାଥ ଉତ୍ପାଦ ଗୋଷ୍ଠୀଙ୍କ ସହ ହସ୍ତତନ୍ତ ଉପରେ ଭାବବିନିମୟ କରିଥିଲେ। ବାଗବାର ଠାରେ ହରିହର ଜୋର ଉପରେ ସେତୁବନ୍ଧନ ଯୋଜନାରେ ନିର୍ମାଣଧୀନ ବ୍ରିଜ ର ଅଗ୍ରଗତି ଉପରେ ଅନୁଧ୍ୟାନ କରିଥିଲେ। ପୁନଶ୍ଚ ନୋଡାଲ ଅଧିକାରୀ ଲାତୁରପେଟ ସ୍ଥିତ ସୌଦାମିନୀ ଛତୁ ଓ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ତତ୍ପରେ ନିକଟରେ ଥିବା 132/33 ବିଦ୍ୟୁତ ଗ୍ରୀଡ଼ ସବ ଷ୍ଟେସନ ପରିଦର୍ଶନ ସାରି ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ଚିକିତ୍ସିତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଉପରେ ବାର୍ତ୍ତାଳାପ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ତା ୦୪/୧୦/୨୪ ଗସ୍ତର ଦ୍ଵିତୀୟ ଦିନରେ ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ପେକ୍ସ ପରିଦର୍ଶନ କରି କୃଷି ଓ କୃଷକଙ୍କ ନିମିତ୍ତ ଜନକଲ୍ୟାଣ ଯୋଜନାର ସହ ଧାନ କିଣା ବ୍ୟବସ୍ଥାର ସ୍ଥିତି ଓ ବ୍ୟବସ୍ଥା ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବିନିକା ବ୍ଲକ ଅନ୍ତର୍ଗତ ବାଉଁସୁଣୀ ଠାରେ ସ୍ଥାପିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଅଗ୍ରଗତିର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହା ଦ୍ୱାରା ୬ଟି ପଞ୍ଚାୟତର ୨୬ଗୋଟି ଗ୍ରାମର ବାସିନ୍ଦା ଉପକୃତ ହେବେ। ପରେ ବିନିକାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଉପରେ ପଚାରିଥିଲେ। ସେଇଠୁ ନୋଡାଲ ଅଧିକାରୀ ରୁଗୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ର ଠାରେ ସ୍ୱୟଂ ସହାୟକ ସଦସ୍ୟା, ସୁଭଦ୍ରା ହିତାଧିକାରୀ ତଥା ପୋଷଣ ହିତାଧିକାରୀ ଓ ସୁଭଦ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଶିଶୁଙ୍କସହ ଭାବବିନିମୟ କରିଥିଲେ । ତତପଶ୍ଚାତ ହରଡ଼ଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏନ ଏସ ଏ ପି ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ପେନସନ ବ୍ୟବସ୍ଥା ଉପରେ ପଚାରିଥିବା ବେଳେ ସ୍ଥାନୀୟ ଖାଉଟିଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ର ନିଶ୍ଚିତ ଉପଲବ୍ଧତା ଓ ବ୍ୟାଙ୍କିଙ୍ଗ ସୁବିଧା ଉପରେ ପଚାରି ବୁଝିଥିଲେ। ସେ ପରେ ସାଗରପାଲି ସ୍ଥିତ ସମ୍ପଦ ମେହେର ଙ୍କ ହସ୍ତ ତନ୍ତ କେନ୍ଦ୍ର ପରିଦର୍ଶନ କରି ସ୍ଥାନୀୟ, ସୋନପୁରୀ,ସମ୍ବଲପୁରୀ, ପାଟଶାଢ଼ୀ, ପାଟବସ୍ତ୍ର ର ଉତ୍ପାଦ ଓ ବଜାରୀକରଣ ଉପରେ ଆଲୋଚନା କରିଥିଲେ। ଶେଷରେ ଖଲିଆପାଲି ୟୁ ପି ସ୍କୁଲ ରେ ପହଞ୍ଚି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ଦାନ ଓ ମଧ୍ୟାହ୍ନ ଭୋଜନ ସମ୍ବନ୍ଧରେ ପଚାରି ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ଅପରାହ୍ନ ରେ ଜିଲ୍ଲା ନୋଡାଲ ଅଧିକାରୀ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ସିଟି ଓ ଜିଏସଟି ଅଧିକାରୀଙ୍କ ବୈଠକରେ ଯୋଗଦାନ କରି ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ଜିଲ୍ଲା ନୋଡାଲ ଅଧିକାରୀ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଜିଲ୍ଲାର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଉପରେ ଖୁସିବ୍ୟକ୍ତ କରିଥିବାବେଳେ  ସମସ୍ତ ବିଭାଗ ସେମାନେ ନିଜନିଜ ବିଭାଗୀୟ କାର୍ଯ୍ୟରେ ଉଚ୍ଚକୋଟୀର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ   ଜିଲ୍ଲାସ୍ତରରେ କୌଣସି ବିଭାଗୀୟ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପ କୁ କାର୍ଯ୍ୟକାରିତା କରିବାରେ ସମସ୍ୟା ରହିଥାଏ ତେବେ ତାର ତଥ୍ୟ ଉପସ୍ଥାପନ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ନିଜନିଜ ବିଭାଗୀୟ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ନୋଡାଲ ଅଧିକାରୀଙ୍କ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ଉପ ନିର୍ଦେଶକ ପ୍ଲାନିଂ ରୋଶନ ଗିଦ୍ଧି, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି, ଦାମୋଦର କୈବର୍ତ୍ତ, ସମ୍ପୃକ୍ତ ବ୍ଲକର ବିଡ଼ିଓ, ତଥା ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like