-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||     

HOME   ଜିଲ୍ଲା

ମହାରାଣୀ ସାଗର ଭିତରେ ମାଟି ମାପ କାମ କରୁ ଥିବା ବେଳେ ଅଘଟଣ... 11କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସି ଯୁବକ ମୃତ

01-Aug-2024



ବଲାଙ୍ଗିର(ପ୍ରେରଣା ଖବର): ମହାରାଣୀ ସାଗରରେ ବର୍ଷା ପାଇଁ କାମ ବନ୍ଦ ଅଛି l କିନ୍ତୁ ମଙ୍ଗଳବାର ଦିନ 12 ଟାରେ ମୁନିସିପାଲିଟି ଏମଇ ପି. ନାଏକ ଙ୍କ ଉପସ୍ଥିତି ରେ ମାଟି ଖୋଲା କାମର ମାପ ଚାଲିଥିବା ବେଳେ  କାମରେ ନିୟୋଜିତ ଜଣେ ଶ୍ରମିକଙ୍କ 11କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ କାମାକ୍ଷାନଗରର ରାଜା(୩୦ ବର୍ଷ, ଜଣେ ଅଣ ଓଡ଼ିଆ ଶ୍ରମିକ) ବୋଲି ଜଣାପଡିଛି। ସୂଚନା ଅନୁସାରେ ମହାରାଣୀ ସାଗରରେ ପୋଖରୀ ଖୋଳା କାମ ସରିବା ପରେ ସେଠାରେ ହୋଇଥିବା ମାଟିକାମର ମାପଜୋଖ ଚାଲିଥିଲା ।  ଠିକାଦାର ଜଣକ ଶ୍ରମିକ ରାଜାଙ୍କୁ ମାଟି ମାପଜୋଖ ପାଇଁ ପୋଖରୀ ଭିତରକୁ ପଠାଇଥିଲେ। ଆଲୁମିନିୟମ ମେସିନରେ ମାଟିମାପିବା ସହ ସେ ବାହାରକୁ ଆସୁଥିଲେ। ହେଲେ ସେଠାରେ ଥୁବା ୧୧କେଭି ତାର ସହ ମେସିନ ଲାଗିଯିବାରୁ ଶ୍ରମିକ ରାଜାଙ୍କୁ କରେଣ୍ଟ ଲାଗି ଯାଇଥିଲା l ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଲୋକମାନେ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ବୋହି ଆଣିଥିଲେ l ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ରାଜାଙ୍କୁ ନିୟୋଜିତ କରିଥିବା ଠିକାଦାର ଲିଙ୍ଗରାଜ ମିଶ୍ରଙ୍କ କହିବା ଅନୁସାରେ  ସେ ସେଠାରେ ନଥିଲେ l ଖବର ପାଇ ପହଂଚି ଦେଖିଲା ବେଳକୁ ମୃତ ରାଜା ଏବଂ ସୁଜିତ ବେହେରା ନାମକ ଜଣେ ବ୍ୟକ୍ତି 11କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସି ଯିବାରୁ କରେଣ୍ଟ ଲାଗି ଯାଇଥିଲା l ଦୁଇଜଣଙ୍କୁ ମେଡିକାଲ ନିଆ ଯାଇଥିଲା l ସେଠାରେ ଡାକ୍ତର ରାଜାଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁଜିତ ଙ୍କୁ ସାମାନ୍ୟ ଚିକିତ୍ସା ପରେ ଘରକୁ ପଠାଇ ଦେଇଥିଲେ l ମୃତ ରାଜାଙ୍କ ଏଠାରେ କେହି ନଥିବାରୁ ମୋ ପାଖରେ ରହୁଥିଲା ଏବଂ କାମ କରୁଥିଲା ବୋଲି ସେ କହିଛନ୍ତି l ମହାରାଣୀ ସାଗର ପୁନଃ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ମୁନିସିପାଲିଟି ଏମଇ ଶ୍ରୀ ନାଏକ ଙ୍କ କହିବା ଅନୁସାରେ ବର୍ଷା ଯୋଗୁଁ ମହାରାଣୀ ସାଗରର କାମ ବନ୍ଦ ଅଛି l ବହୁଲୋକ ସାଗର କୁ ବୁଲି ଯାଉଛନ୍ତି କାହାକୁ କଣ ହେଲା ଆମେ ଜାଣି ନାହୁଁ l ଜଣକୁ କରେଣ୍ଟେ ଲାଗିଥିବା ଶୁଣିଛି ବୋଲି କହିଥିଲେ l ତେବେ ଏଠି ପ୍ରଶ୍ନ ଉଠୁଛି ମୃତ ରାଜା 11କେଭି ତାର କୁ କାହିଁକି ମେସିନ ସାହାଯ୍ୟ ରେ ଉପରକୁ କରୁଥିଲେ l କେଉଁ ଏସଏଚଜି ଅଧିନରେ ସେ ଶ୍ରମିକ ଭାବରେ କାମ କରୁଥିଲେ, କି ଏସଏଚଜି ନାଁ ରେ କୌଣସି ଠିକାଦାର କାମ କରୁଥିଲେ l ଏସବୁର ତଦନ୍ତ ହେଲେ କିଏ ସତ କହୁଛି ତାହା ପଦାକୁ ଆସିବ l ଅନ୍ୟପଟେ ମୃତ ରାଜାଙ୍କ ଶବକୁ ପୁଲିସ ଜବତ କରିବା ଏବଂ ପୋଷ୍ଟମଟମ ପରେ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହ ତଦନ୍ତ ଚଳାଇଥିବା କହିଛି l ମୃତ ରାଜାଙ୍କ ର ଏଠାରେ କେହି ନଥିବାରୁ ତାଙ୍କ ମୃତୁ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ଚାଲିଥିବା ଏବଂ ଠିକାଦାରଙ୍କ ଭୁଲ ଯୋଗୁଁ ଜଣେ ନିରୀହ ଶ୍ରମିକର ମୃତ୍ୟୁ ଘଟିଥିବା  ଅଭିଯୋଗ ହୋଇଛି। ଜିଲ୍ଲାପାଳ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025
  ଜିଲ୍ଲା  
ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   23-Jan-2025
  ଜିଲ୍ଲା  
ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   23-Jan-2025

You Might Also Like