-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଏନ ଆର ଟି ଏସ ପରୀକ୍ଷାରେ ସଫଳତା    (24-Jan-2025)       ||      ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   (23-Jan-2025)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ

31-Jul-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ): ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେଙ୍ଗୁ,ମେଲେରିଆ ଜ୍ୱର ସଂପର୍କରେ ଲକ୍ଷଣ,ପ୍ରତିକା. ପ୍ରତିରୋଧ ବ୍ୟବସ୍ଥା ଏବଂ ସଚେତନତା

ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ ଟିଆରଏସ ବିଦ୍ୟାଳୟ ରେ ମଶାରୀ ବ୍ୟବହାର, ବିଦ୍ୟାଳୟ ପରିସର ପରିଷ୍କାର ପରିଛନ୍ନତା ଏବଂ ନିଜର ସଂପର୍କିୟଙ୍କୁ ସଚେତନତା ବାର୍ତା ଦେବାପାଇଁ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ସମସ୍ତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ, ପୋଲିସ କର୍ମଚାରୀ, ଫରେଷ୍ଟ ଗାର୍ଡ, ଜଗୁଆଳୀ ଓ ବନ ସଂରକ୍ଷଣ ସମିତି, ଗ୍ରାମ କଲ୍ୟାଣ ସମିତିମାନଙ୍କୁ ମଶାରୀ ବ୍ୟବହାର କରିବା ପାଇଁ ସଚେତନ କରିବାକୁ ଅନୁରୋଧ କରାଯାଇଥିଲା । ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଜ୍ୱର ହେଲେ ପାରାସିଟାମଲ ବ୍ୟବହାର କରିବା,ଥଣ୍ଡାପଟି,ଯଥେଷ୍ଟ ପାଣି ପିଇବା,ଓଆରଏସ ଏବଂ ପଇଡ ପାଣି ପିଇବା ପାଇଁ ଜିଲା ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିଲା । ଘର,ଗ୍ରାମ, ବିଦ୍ୟାଳୟ ହତା ଓ ନଳକୂପ ପରିସରକୁ ପରିଷ୍କାର,କୌଣସି ବର୍ଯ୍ୟପାତ୍ରରେ ପାଣି ଜମା ନରଖିବା,ଜ୍ୱର ହେଲେ ଗୁଣି ଗାରେଡି ଉପଚାର ନକରାଇବା,ଡେଙ୍ଗୁ ଓ ମେଲେରିଆ ପ୍ରତିରୋଧ ପାଇଁ ସଚେତନତା ବର୍ତ୍ତା ସମସ୍ତଙ୍କୁ ପହଞ୍ଚାଇବାକୁ ନିବେଦନ କରାଯାଇଥିଲା । ଆଶାକର୍ମୀ,ସ୍ୱେଛାସେବୀ,ମେଡିକାଲ ଅଧିକାରୀ ଓ କର୍ମଚାରୀଙ୍କ ମାଧ୍ୟମରେ ପ୍ରତି ଗ୍ରାମ ଓ ପରିବାରରେ ସଚେତନ କରାଇବାର ଆବଶ୍ୟକତା ରହିଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା । ସେହିପରି ଜିଲାରେ ୨୪ ଟି ଯୁବ ରେଡକ୍ରସ ୟୁନିଟ ଜରିଆରେ ପ୍ରତି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୁବ ରେଡକ୍ରସର ସଂପାଦକ ପ୍ରବୀର କୁମାର ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପ୍ରାତଭ୍ରମଣ ଏବଂ ସାନ୍ଧ୍ୟ ଭ୍ରମଣ ସମୟରେ ଦେହକୁ ସଂପୁର୍ଣ୍ଣ ଘୋଡାଇବା ବସ୍ତ୍ର ପରିଧାନ କରିବା,ସାଧା ମଶାରୀକୁ େଔଷଧରେ ବୁଡାଇ ବ୍ୟବହାର କରିବା,ଲିମ୍ବ ତେଲ ଓ କରଞ୍ଜ ତେଲ ଶରୀରରେ ବ୍ୟବହାର କରିବା,ଗର୍ଭବତୀ ମହିଳାମାନେ ଏଥିପ୍ରତି ଅଧିକ ସଚେତନ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସହରର ପ୍ରତ୍ୟେକ ୱାର୍ଡରେ ଡ୍ରେନ ଗୁଡିକ ପ୍ରତିଦିନ ସଫା କରାଯିବା ଏବଂ ସହରର ଆବର୍ଜନା ମୁକ୍ତ ରଖିବାକୁ ଏନଏସି କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୪ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୬୦୧ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜୁଲାଇ ମାସ ପର୍ଯ୍ୟନ୍ତ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ବୌଦ୍ଧରେ ଏବଂ ୨ ଜଣ ଅନଗୁଳ ରେ ଚିହ୍ନଟ ହୋଇଥିବା ଜଣାଯାଇଛି । ଜୁଲାଇ ଜିଲାର ବାଉଁଶୁଣୀ ,ହରଭଙ୍ଗା ଓ କଣ୍ଟାମାଳକୁ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ମିଶ୍ର ଜିଲାକୁ ମ୍ୟାଲେରିଆ ଓ ଡେଙ୍ଗୁ ମୁକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ  କାମନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ଡିପିଏମ ରୁପକ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଏନ ଆର ଟି ଏସ ପରୀକ୍ଷାରେ ସଫଳତା   24-Jan-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   23-Jan-2025
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025

You Might Also Like