-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
31-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ରେ ପୋଲିସ ବିଭାଗ ର ଦୁଇ ଜଣ ବରିଷ୍ଠ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଧନା ଜ୍ଞାପନ କରା ଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ବରିଷ୍ଠ କିରାଣୀ କିଶୋର ରାଉତ ଓ କନେଷ୍ଟବଳ ନାରାୟଣ ରନବିରା ସୁଚାରୁ ରୁପେ କାର୍ଯ୍ୟ ତୁଲାଇ ଥିବା ଜଣାଯାଏ l ଆଜି ଉଭୟ ଙ୍କ ଅବସର ପରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଭୟ ପୋଲିସ କର୍ମଚାରୀ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରିମାଲ ମାନପତ୍ର, ଉପଢୌକନ ଓ ଫୁଲ ତୋଡା ଦେଈ ପ୍ରଦାନ ପୂର୍ବକ ଉଭୟ ଙ୍କୁ ଶୁଭ କାମନା ଜଣାଇ ଅବସର ଜୀବନ ରେ ସ୍ବାସ୍ଥ୍ୟ ସୁରକ୍ଷା ସହ ସମାଜ ର ଦେଶ ଶାନ୍ତି ସୁରକ୍ଷା ପାଇଁ କିଛି କିଛି ସେବା ଦେବାକୁ ପରାମର୍ଶ କରିଥଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ବିଦାୟ କାଳୀନ ସଭା କୁ ସଂଯୋଜନା କରିଥିଲେ ।