-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
05-Feb-2024
ସମ୍ବଲପୁର (ସଞ୍ଜୀବ କୁମାର ପାଣିଗ୍ରାହୀ ): ସଇତାନ ନା ବୋହୁ, ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା ବୋହୁ | ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା | ସ୍ବାମୀକୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି | ତେବେ ଘଟଣାରେ ବୁର୍ଲା ପୋଲିସ ବୋହୁ ସବିତା ଭୁଏଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଳାଣ କରିଥିବାବେଳେ ଶାଶୁ ଲୟ ଭୁଏ ଭୀମସାରରେ ଚିକିତ୍ସିତ ହେଉଛନ୍ତି | ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୁ ସହ ଚିପିଲିମା ମଝିପାଲିରେ ରହନ୍ତି | ତେବେ ବୋହୁକୁ ଖାଇବା ମାଗିଥିଲେ ଶାଶୁ | ହେଲେ ଝଗଡା କରିବା ସହ ବୋହୁ ଜଣକ ପ୍ରଥମେ ସ୍ବାମୀ ରାଧେଶ୍ଯାମକୁ କବାଟ କିଳି ଦେଇଥିଲେ | ପରେ ଶାଶୁର ପାଟି ଚିପି ସ୍ଥାନୀୟ ଚିପିଲିମା କେନାଲରେ ଫୋଫାଡି ଦେଇଥିଲେ | ତେବେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରିଛି |