-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
21-Nov-2023
ବିନିକା(ହିମାଂଶୁ ଶେଖର ପୁଟେଲ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ପ୍ଲଲିସ ଵିଶାଲପାଲି ଗୋଡ଼ଭାଗା ରାସ୍ତାର କଦଳୀପାଳି ନିକଟରୁ ବିପୁଳ ମାତ୍ରାରେ ବିଦ୍ୟୁତ ତାର ଜବତ କରିବା ସହ ଚୋରୀ ଅଭିଯୋଗରେ ସଂପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ବିନିକା ଥାନାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ବାବୁ କଂଗ ।ଯାହାକି ଏହି ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ୪୭ଟି କ୍ରିମିନାଲ ମାମଲା ରୁଜୁ ହୋଇଛି ।ସେହିପରି ଅନ୍ୟ ଅଭିଯୁକ୍ତ ମାନେ ହେଲେ ରାଧାକାନ୍ତ ପାଇକା,ମାନସ ବେସନ,କବିର ମୁଣ୍ଡା,ହେମନ୍ତ ସୁନା ଏବଂ ଜଗଦୀଶ ରୋହିଦାସ ବୋଲି ଜଣାପଡିଛି l ଏସପି ଶ୍ରୀପଣ୍ଡା ସୂଚନା ଦେଇଥିଲେ ଯେ ବିନିକା ପୋଲିସ ଷ୍ଟାଫ ଵିଶାଲପାଲି ଗୋଡ଼ଭାଗା ରାସ୍ତାରେ ପେଟ୍ରୋଲିଂ କରୁଥିଲା l ସେହି ସମୟରେ କଦଳୀପାଲି ନିକଟରେ ବିଦ୍ୟୁତ ତାର କାଟି ଚୋରି କରାଯାଉଥିବା ଖବର ମିଳିବା ପରେ ତୁରନ୍ତ ବିନିକା ଆଇଆଇସି ସାରଙ୍ଗ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ଷ୍ଟାଫ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ସେଠାରୁ ୧୮ବଣ୍ଡଳ ବିଦ୍ୟୁତ ତାର ସହ ଗୋଟିଏ ପିକଅପ ଏବଂ ଗୋଟିଏ ବୋଲେରୋ ଜବତ କରିବା ସହ ୬ଜଣ ଅଭିଯୁକ୍ତକୁ ଗିରଫ କରିଥଲା l ତେବେ ଘଟଣା ସ୍ଥଳରୁ
ଅନ୍ୟ ୫ଜଣ ଅଭିଯୁକ୍ତ ଫେରାର ମାରିଥିଲେ l ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବନ୍ଧୁକ,ଦୁଇଟି ଜୀବନ୍ତ ଗୁଳି, ଦୁଇଟି କଟର,୫ଟି ମୋବାଇଲ, ଦୁଇଟି ଛୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି l ଏନେଇ ଟିପିଓୱବ୍ଲୁ ବିନିକା ସେକସନ ର କନିଷ୍ଠ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୨୫୯/୨୩ ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ଫେରାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ଚି଼ହ୍ନଟ କରାଯାଇଥିବା ବେଳେ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀପଣ୍ଡା ସୂଚନା ଦେଇଛନ୍ତି ।ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ବିଲନୀରେ ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।