-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
16-Dec-2020
ବଲାଙ୍ଗୀର, (ପ୍ରେରଣା ଖବର ବ୍ୟୁରୋ) - :ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ଶିକ୍ଷକ। ଗତକାଲି ଦୁଇଜଣ ଶିକ୍ଷକ ଭିଜିଲାନ୍ସର ପଞ୍ଜ୍ଝାରେ ପଡ଼ିଥିଲେ । ଆଜି ଆଉଜଣେ ଶିକ୍ଷକ ମହାଶୟ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍ । ବରଗଡ଼ ଜିଲ୍ଲା ବିଜେପୁର ଗଣ୍ଠିଆପାଲି ଉଚ୍ଚ ବିଦ୍ୟାଳୟରେ ଇଂଚାର୍ଜ ପ୍ରଧାନ ଶିକ୍ଷକଙ୍କ ଘରେ ହୋଇଛି ରେଡ଼ । ଇଂଚାର୍ଜରେ ଥିବା ପ୍ରଧାନ ଶିକ୍ଷକଙ୍କର ନାମ ହେଉଛି ପ୍ରମୋଦ ପାଣିଗ୍ରାହୀ ।
ତେବେ ବଲାଙ୍ଗିର ଜିଲ୍ଲା ଆଗଲପୁର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ତିଲେଇମାଲ ଇତ୍ୟାଦି ସ୍ଥାନରେ ଥିବା ଘରେ ସୋନପୁର ଭିଜିଲାନ୍ସ ୟୁନିଟ ସମେତ ୪ ଟି ଟିମ ମିଳିତର ଭାବରେ ଚଢ଼ାଉ ଜାରି ରହିଛି । ମାସିକ ବେତନ ୩୦ ରୁ ୪୦ ହଜାର ପାଉଥିବା ଶିକ୍ଷକ ପୁଳା, ପୁଳା ଟଙ୍କା କେମିତି ରୋଜଗାର କରୁଛନ୍ତି ସେ ନେଇ ତନାଘନା ଜାରି ରହିଛି ।
ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଟିମ । ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢାଉ । ବରଗଡ ଜିଲ୍ଲା ବରପାଲି ସମେତ ବଲାଙ୍ଗିର ଜିଲ୍ଲା ଆଗଲପୁର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ତିଲେଇମାଲରେ ଚଢାଉ ରେ ନଗଦ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଠାବ ହୋଇଥିବା ସୂଚନା ମିଳିଛି।