-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
20-Nov-2023
ବୋଡ଼େନ (ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅଧୀନରେ ଖଇର ଭାଡ଼ି ଗ୍ରାମ ଥିବା ବେଳେ ଏହାର ପୁର୍ବ ଦିଗରେ ଅଛି ମହୁଳପଡ଼ା ଗ୍ରାମ ।ମହୁଲପଡ଼ା ଗ୍ରାମର ଅର୍ଦ୍ଧେକ ସିନାପାଲି ବ୍ଲକରେ ଯାଉଥିବାବେଳେ ଆଉ ଅର୍ଦ୍ଧେକ ବୋଡ଼େନ ବ୍ଲକରେ ଯାଏ ।ସେହି ମହୁଲ ପଡ଼ା ଗ୍ରାମର ବିଦ୍ୟାଳୟ ପଟୁ ଖଇରଭାଡି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଆନୁମାନିକ ଦୂରତା ୧.୫ କି ମି ହୋଇପାରେ ।ସେହି ରାସ୍ତାଟି ଉଭୟ ବୋଡ଼େନ ଓ ସିନାପାଲି ବ୍ଲକ ଅଧୀନରେ ।କିନ୍ତୁ ରାସ୍ତାର କିଛି ଅଂଶ ମାଟି ମୁରୁମ୍ ରେ ତିଆରି ପୁଣି କିଛି ଅଂଶ କଂକ୍ରିଟ । ଆଉ କିଛି ଅଂଶ ନା ଅଛି କଂକ୍ରିଟ ନା ଅଛି ମୁରୁମ ।ସେହି ଖାଲି ଥିବା ଅଂଶଟି କେଉଁ ଅତିତରୁ କେବଳ ମାଟି ଉପରେ ନିର୍ଭର କରି ରହି ଆସୁଅଛି ଯାହାକି ବର୍ଷାରେ ଧୋଇ ହୋଇ ଖାଲ ସୃଷ୍ଟି ହୋଇ ଯିବା ଆସିବାରେ ବ୍ୟାଘାତ ଘଟାଏ । ୧୩୪୫ ଜନସଂଖ୍ୟା ବିଶିଷ୍ଟ ଖଇର ଭାଡ଼ି ଗ୍ରାମରେ ସମୁଦାୟ ୩ ଟି ଅଙ୍ଗନୱାଡ଼ି କେନ୍ଦ୍ର ଓ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଯାଏଁ ଅଛି ।ବିଦ୍ୟାଳୟରେ ବର୍ତ୍ତମାନ ୧୮୫ ପିଲା ଅଧ୍ୟୟନରତ ଥିବାବେଳେ ଅଷ୍ଟମ ଶ୍ରେଣୀରେ ଅଛନ୍ତି ୧୭ ଜଣ ଛାତ୍ରଛାତ୍ରୀ ।ସେହି ପିଲାମାନେ ମହୁଲ ପଡ଼ା ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରନ୍ତି ପରବର୍ତ୍ତୀ ଶ୍ରେଣୀରେ ପାଠ ପଢ଼ିବାକୁ । ହେଲେ ଉଭୟ ବ୍ଲକ ପ୍ରଶାସନଙ୍କ ଅବହେଳା ଯୋଗୁଁ ୪୦ ବର୍ଷ ତଳର ରାସ୍ତାର ଅବସ୍ଥା ଯେମିତି ଥିଲା ଆଜି ବି ସେହି ଅବସ୍ଥା ।ତେଣୁ ସାଧାରଣରେ ଦାବି ହେଉଛି କି ଏହି ମିଳିତ ଶାସନ ଅଧୀନରେ ଥିବା ରାସ୍ତାକୁ କେବଳ ଗୋଟିଏ ଶାସନାଧୀନ କରାଯାଉ ଏବଂ ରାସ୍ତାର ଉନ୍ନତି କରି ଲୋକଙ୍କୁ ଯିବାଆସିବା ଦିଗରେ ସହଯୋଗ କରାଯାଉ ।ପୁଣି ଦୁଇଟି ବ୍ଲକ ଉପରେ ନିର୍ଭର କରୁଥିବା ଗ୍ରାମ ମହୁଲପଡ଼ାକୁ ସମ୍ପୂର୍ଣ୍ଣ ଗୋଟିଏ ଗ୍ରାମର ମାନ୍ୟତା ପ୍ରଦାନ କରି ସରକାରୀ ରେକର୍ଡରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ଆଗରେ ଜନସାଧାରଣ ଦାବି କରୁଛନ୍ତି ।ଏହି ଖଇର ଭାଡ଼ି ଗ୍ରାମରୁ ଆସିଥିବା ରାସ୍ତାଟିକୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ମହୁଳପଡ଼ା ପାଖରେ ଥିବା
ପି ଡବ୍ଲୁ ଡି ରାସ୍ତା ସହ ସଂଯୋଗ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ସହ ଦାବି ହେଉଛି ।