-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ଜିଲ୍ଲା

ପୁଣି କ୍ବାକ୍ ଚିକିତ୍ସାରେ ପ୍ରାଣହାନୀ, କ୍ବାକ୍ ଗିରଫ: ଭୁଲ୍ ଇଞ୍ଜେକସନ୍ ରେ ଜୀବନ ଗଲା ! ତଥାପି ନିଦଭାଙ୍ଗୁନି ସ୍ବାସ୍ଥ୍ୟବିଭାଗ , ପୁଲିସ୍ ଓ ପ୍ରଶାସନର

20-Nov-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ):ଗତକାଲି ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଲ ଗ୍ରାମର ଜଣେ ଯୁବକଙ୍କର ଜଣେ କ୍ବାକ୍ ର ଭୁଲ୍ ଇଞ୍ଜେକସନ୍ ରେ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ମୃତ ଯୁବକ ଜଣକ ହେଲେ  ଚଣାବାହାଲର ଶିବ ମହାନନ୍ଦ ଓ କ୍ବାକ୍ ଜଣକ ହେଉଛି , ଚଣାବାହାଲ ଛକରେ କ୍ଲିନିକ୍ ଖୋଲିଥିବା ବାଗବାହାଲିର ପ୍ରମୋଦ ମହାକୁର ।  କାଠହାଣୁଥିବାବେଳେ ଗୋଡରେ ଟାଙ୍ଗିଆ ବାଜି ଆଘାତ ପାଇ ରକ୍ତସ୍ରାବ ହେବାରୁ ଟିଟାନସ୍  ଡକାଇବାରୁ ଶିବଙ୍କୁ କ୍ବାକ୍ ପ୍ରମୋଦ ଆସି କୌଣସି ଭୁଲ୍ ଇଞ୍ଜେକସନ୍ ଦେଇଥିଲେ ଓ ଶିବ ତତ୍ କ୍ଷଣାତ୍ ଚେତାହରାଇ ପଡିଯାଇଥିବା ତାଙ୍କ ପତ୍ନୀ ଓ ପରିବାରର ଲୋକେ ଅଭିଯୋଗ କରିଛନ୍ତି ।  କଣ୍ଟାବାଞ୍ଜି ଡାକ୍ତର ଖାନାକୁ ନେଲାବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତରଙ୍କ ଠାରୁ ପ୍ରକାଶ । ଏ ସମ୍ପର୍କରେ ମୃତକର ପରିବାର ପକ୍ଷରୁ ମୁରିବାହାଲ ଥାନାରେ  ଏତଲା ଦିଆଯାଇଛି ଓ ପୁଲିସ୍ ଏକ ମାମଲା ଋଜୁକରି ତଦନ୍ତ କରୁଥିବା ପ୍ରକାଶ । ଅଭିଯୁକ୍ତ କ୍ବାକ୍ ଫେରାର୍ ହୋଇଯାଇଥିଲା । ତେବେ ଗତକାଲି ମୁରିବାହାଲ ଥାନା ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତେବେ ଏହା ଏକମାତ୍ର ଘଟଣା ନୁହେଁ l କିଛିଦିନ ତଳେ ପୁଇଁତଳା ଥାନାରେ ଜଣେ କ୍ବାକ୍  ବିରୁଦ୍ଧରେ ଜଣେ ଡ୍ରାଇଭରଙ୍କୁ ସାଙ୍ଗରେ ନେଇ ମାରିଦେଇ ଥିବାର ଅଭିଯୋଗ ହୋଇଥିଲା । ସାଲେଭଟା- କୁଟାସିଂହାର ଉକ୍ତ ଯୁବକ୍ବାକ୍ ଜଣକ ଉକ୍ତ

ଡ୍ରାଇଭରକୁ ଗାଡିସହ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ରାତ୍ରୀଯାପନ କରିଥିଲେ ଓ ସେଠାରେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ଏବଂ ଏଥିପାଇଁ ଉକ୍ତ କ୍ବାକ୍ ଜଣକ ଦାୟୀ ବୋଲି ଥାନାରେ ଅଭିଯୋଗ କରାଯାଇଥିବା ପ୍ରକାଶ। ତେବେ ଏହି ସନ୍ଦିଗ୍ଧ ମାମଲାଟିର କଣ ହେଲା , ଜଣାପଡିପାରି ନାହିଁ  ।

କିଛିମାସତଳେ ଖପ୍ରାଖୋଲ ପୁଲିସ୍ ନାନ୍ଦୁପଲାରୁ ଜଣେ, ଝାଙ୍କରପାଲିରୁ ଜଣେ ଓ ଲାଠୋର ପୁଲିସ୍ ବେନ୍ଦେରରୁ ଜଣେ ଏପରି ୩ ଜଣ ବଙ୍ଗାଳୀ ଡାକ୍ତରଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ସେ ସମୟରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ସତ୍ତ୍ୱେ ପୁଲିସ୍ ସହ ସୁସମ୍ପର୍କ ଥିବା ପାଟଣାଗଡ ସହରର ଜଣେ 'ଅଲଟର ମେଡିସିନ୍' ବୋଲି ଲୋକଙ୍କୁ ଭୁଆଁବୁଲେଇ ଆସୁଥିବା କୋଟିପତି ବଙ୍ଗାଳୀ ଡାକ୍ତର ଓ ଲାଠୋର କଲେଜଛକରେ କୋଠାବାଡି କରି ପ୍ରଚୁର ରୋଗୀ ଶୋଷଣ କରିଆସୁଥିବା ଜଣେ ଠକ ବୈଦ୍ୟକୁ ଗିରଫ କଲା ନାହିଁ । ଏହା ପଛରେ ଲକ୍ଷାଧିକ ଟଙ୍କାର ତେଲମରା ହାତଚିକ୍କଣ ହୋଇଥିବା ଚର୍ଚ୍ଚା ହୋଇଥିଲା ।  

କେବଳ ଏତିକି ନୁହେଁ , ତୁଷୁରାର ବୁଧ ଡାକ୍ତର ଓ  ଏହି ଅଞ୍ଚଳର ପିପଳମୁଡାର ପାରାଲିସିସ୍ ଡାକ୍ତର ବିରଞ୍ଚି, ବୁର୍ଡାର

ବାତଡାକ୍ତର, ରିନବଚନ, ଭାଲୁମୁଣ୍ଡା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ରହିଥିବା ହାଡଡାକ୍ତର , ବାଞ୍ଝମାନଙ୍କୁ ସନ୍ତାନ କରାଇଦେବାକୁ ଅଜଣା ଔଷଧ ଦେଉଥିବା ମହିଳା କବିରାଜ, ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ବୁଲି ବୁଲି ସୁଜାଫୋଡା କମ୍ପାଉଣ୍ଡର, ଚତୁର୍ଥଶ୍ରେଣୀ କର୍ମଚାରୀ ଓ ଆୟୁର୍ବେଦିକ ଡାକ୍ତରୀପାଠ ପଢି ଏଲୋପାଥିକ୍ ଚିକିତ୍ସା କରୁଥିବା ତଥାକଥିତ ଡାକ୍ତର ଇତ୍ୟାଦିମାନେ ଗା' ଗା' , ସହର ସହରରେ ସକ୍ରିୟ ରହିଆସିଛନ୍ତି । ସରକାରୀ ସ୍ବାସ୍ଥ୍ୟସେବାର ଚରମ ଅବହେଳା , ରୋଗୀ ଶୋଷଣ, ଘରୋଇ ଡାକ୍ତରଖାନା ଗୁଡିକରେ ପ୍ରଚୁର ଅର୍ଥଲାଳସା ଓ ସଚେତନତାର ଅଭାବ ସହିତ କ୍ବାକ୍ ମାନଙ୍କର ଘର ଘର ବୁଲି ଉଧାରୀରେ ଚିକିତ୍ସା ଉପଲବ୍ଧ କରାଇବା ଇତ୍ୟାଦି କାରଣ ଯୋଗୁଁ ଜିଲ୍ଲା ଓ ଅନ୍ୟାନ୍ୟ ଜିଲ୍ଲାରେ ବି, ଏଭଳି ଭୁଲ୍ ଚିକିତ୍ସା ବର୍ଷ ବର୍ଷ ଧରି ଚାଲିଛି । ସରକାର, ସ୍ବାସ୍ଥ୍ୟବିଭାଗ, ପ୍ରଶାସନ ଓ ପୁଲିସ୍ ର ଉତ୍କୋଚଖୋର୍ ସ୍ବଭାବ ନିମନ୍ତେ ଏହାର ତଦନ୍ତ , ଧରପଗଡ ବା ଉପଯୁକ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।  ସମସ୍ତେ ଜାଣୁଛନ୍ତି । ଗଣମାଧ୍ୟମ ଓ ଲୋକ ପ୍ରତିନିଧିମାନେ ବି ନୀରବ କାହିଁକି , ବୁଝିହୁଏନା  !


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like