-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Nov-2023
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟରେ ଏକ ଜରୁରୀ ବୈଠକ ଉଫୁଲା ଗ୍ରାମ ପଞ୍ଚାୟତ ସଭଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସରପଞ୍ଚ ସଂଘ ତରଫରୁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଏକ ସମନ୍ୱୟ କମିଟି ମନୋନୟନ କରାଯାଇଥିଲା। ସରପଞ୍ଚ ସଂଘ ବିଭିନ୍ନ ସମସ୍ୟା ସମାଧାନ ଓ ଆଲୋଚନା ପାଇଁ ଉଫୁଲା ସରପଞ୍ଚ ତଥା ସଭାନେତ୍ରୀ ଶ୍ରୀୟା କର୍ମୀ, ଲୁତୁରପଙ୍କ ସରପଞ୍ଚ ତଥା ସମ୍ପାଦକ ସୂର୍ଯ୍ୟ କୁମାର ନନ୍ଦ, ସମନ୍ୱୟ କମିଟି ସଦସ୍ୟ ବରିଷ୍ଠ ସଦସ୍ୟ ତଥା ସରପଞ୍ଚ ପ୍ରମୋଦ ମହାପାତ୍ର, ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲାଙ୍କୁ ସମନ୍ୱୟ କମିଟି ସଭ୍ୟ ସଭ୍ୟା ଭାବରେ ଚୟନ କରାଗଲା।ରାଜ୍ୟ ସରପଞ୍ଚ ମହାସଂଘ ନିଷ୍ପତ୍ତି କ୍ରମେ ଏକ ମାସ ସ୍ଥଗିତ ରହିଥିବା ଆନ୍ଦୋଳନ ଆଗମୀ ୨୧ ତାରିଖ ରୁ ହେବାକୁ ଥିବା ବିଧାନସଭା ଶୀତ ଅଧିବେଶନ ଅବସରରେ ପୁଣି ଗଣଧାରଣା ଓ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସଂଘ କର୍ମକର୍ତ୍ତା ଥିବା ହୃଦବୋଧ କରିଥଲେ। ରାଜ୍ୟ ସରପଞ୍ଚ ମହାସଂଘ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ ମତାମତ ଲୋଡ଼ିଥିବା ଉପରେ ଆଲୋଚନା ହୋଇଥିଲା ବିଧାନସଭା ଅଧିବେଶନ ଆରମ୍ଭ ମାତ୍ରେ ପୁଣି ଗଣ ଆନ୍ଦୋଳନ ଓ ଧାରଣାରେ ସାମିଲ୍ ହେବା ନେଇ ସ୍ଥିରୀକୃତ ହେଇଥିଲା। ଅ।ନ୍ତ ମନ୍ତ୍ରୀସ୍ତରୀୟ କମିଟି ଓ ରାଜ୍ୟ ସରକାରଙ୍କ ସହିତ ଆଲୋଚନାରେ ପୂର୍ବରୁ ଉପସ୍ଥାପିତ ୧୫ ଦଫା ଦାବି ହାସଲ ଉଦ୍ଦେଶ୍ୟରେ ଦୁର୍ବାର ଆନ୍ଦୋଳନ ଜାରି ରଖିବା ପାଇଁ ବିଶଦ ଆଲୋଚନା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ଵ ପ୍ରଦାନ୍ କରାଯାଇଥିଲା।କମିରା ସରପଞ୍ଚ ଅନୁସୁୟା ପଧାନ, ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହେରି, ବହଲ ପଦର ସରପଞ୍ଚ ସେଠୀ, ଦୁର୍ଜନ ତୈଳ। ସରପଞ୍ଚ ବିଷ୍ଣୁ ପ୍ରିୟା କୁମ୍ଭାର, ହିଲୁଙ୍ଗ ସରପଞ୍ଚ ବନିତା ସେଠୀ କେଂଝେରିଆ ପାଲି ସରପଞ୍ଚ ସସ୍ମିତା ଦୀପ , ବହଳପଦର ସରପଞ୍ଚ ନିରୂପମା ସେଠି, ସଂଗ୍ରାମପୁର ସରପଞ୍ଚ ଅଳକା କର୍ମୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ଲକର ସମସ୍ତ ସରପଞ୍ଚ ଯୋଗଦେଇ ଥିଲେ।