-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
17-Sep-2023
ପାଟଣାଗଡ(ପ୍ରେରଣା ଖବର ): ସ୍ଥାନୀୟ ସୁଭଦ୍ରା ଭବନ ଠାରେ ଆୟୋଜିତ ସର୍ବ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ଜ଼ିଲ୍ଲା ଶାଖା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସଂଘ ର ଡିଭିଜନ ସମ୍ପାଦକ ଦଶରଥ ଦାଶ ସଭା ପରିଚାଳନା କରିଥିଲେ l ସଭା ରେ ସଂଘ ର କର୍ମକର୍ତ୍ତା ମାନେ ଗ୍ରାମୀଣ ଡାକ ସେବକ ମାନଙ୍କ କର୍ତ୍ତବ୍ୟ, ସମସ୍ୟା, ଦାବୀ, ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ l ପରେ ଡାକ କର୍ମଚାରୀ ମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ପ୍ରଦାନ କରିଥିଲେ l ଦାବୀ ଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକ ମାନଙ୍କ ଗ୍ରାଚୁଇଟି ୫ ଲକ୍ଷ ଟଙ୍କା ବୃଦ୍ଧି କରିବା, ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟା ଧାର୍ଯ୍ୟ କରିବା,ବୀମା ରାଶି ୫ ଲକ୍ଷ ଟଙ୍କା ବୃଦ୍ଧି,ଡାକ ସେବକ ଏବଂ ପରିବାର ସଦସ୍ୟ ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଦଶ ଲକ୍ଷ ଟଙ୍କା ମଞ୍ଜୁର କରିବା ପ୍ରଭୃତି l ପାର୍ଲିଆମେଣ୍ଟ ର ସ୍ୱତନ୍ତ୍ର ଅଧିବେଶନ ରେ ଆଗତ ହେବାକୁ ଥିବା ପୋଷ୍ଟ ଅଫିସ ବିଧେୟକ ୨0୨୩ ରେ ଡାକ ବିଭାଗ ର ସ୍ୱାର୍ଥ ସୁରକ୍ଷା ଦିଗରେ ଆଲୋଚନା କରିବାକୁ ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l