-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
03-Sep-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବରଙ୍କୁ ବାଦ ଦେବା ପାଇଁ ଆନ୍ଦୋଳନ ଜୋରସୋର ଚାଲିଛି l ଏଥିପାଇଁ ଲୋଇସିଂହା ବ୍ଲକ ସମ୍ମୁଖ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାମୁହିକ ଭୂକ୍ ହରତାଳ ଆରମ୍ଭ ହୋଇଛି l ଆଜି ଏହି ହରତାଳ ତୃତୀୟ ଦିନରେ ପହଁଚିଛି l ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଅନୁସୂଚିତ ଜାତି ତାଲିକାରେ ଥିବା ଗଣ୍ଡା, ଘାସି ଓ ଚମାରଙ୍କୁ ଛୁଆଁ ଅଛୁଆଁ ଭେଦଭାବ ରଖି ଅଣଦେଖା କରାଯିବା ସହିତ କେଉଁଟ, କୈବର୍ତ୍ତ ଧୀବର ମାନେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ଅଧିକାର ଛଡ଼ାଇ ନେଉଛନ୍ତି । ତେଣୁ କେଉଁଟ, କୈବର୍ତ୍ତ ଓ ଧୀବର ମାନଙ୍କୁ ଏହି ଅନୁସୂଚିତ ଜାତି ତାଲିକାରୁ ହଟାଇ ଅସଲି ଲୋକଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇ ଅନୁସୂଚିତ ଜାତି ତାଲିକାରେ ରଖିବା ପାଇଁ ଦାବୀ ହୋଇଛି। ଏହି ଭୂଖ ହରତାଳ କାର୍ଯ୍ୟକ୍ରମରେ ଡିଙ୍ଗର କୁମ୍ଭାର, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ହେମ ସାଗର ନନ୍ଦ, ଅଶୋକ ବାରିକ, ଝସକେତନ ମହାନନ୍ଦ, ରୋହିତ ନନ୍ଦ, ଅଶୋକ ତାଣ୍ଡି, ଧନୀରାମ ସୁନା, ପ୍ରକାଶ ଦୀପ, ଅନନ୍ତ ଶିକା ପ୍ରମୁଖ ସାମିଲ ହୋଇଛନ୍ତି l