-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
03-Sep-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ଜିଲ୍ଲା କ୍ରୀଡା ସଂଘ ପକ୍ଷ ରୁ ଆୟୋଜିତ ସିନିଅର ଫୁଟବଲ ଲିଗ ରେ ଆଜି ସୋନପୁର ବ୍ଲକ ଜୋନ ଫାଇନାଲ ଦିବସ ଖେଳ ଛକରମାଲ ଜି. ପି ଓ କଳାପଥର ଜି. ପି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ଛକରମାଲ ଜି. ପି ପେନାଲଟି 3-1 ଗୋଲ ରେ କଳାପଥର ଜି. ପି କୁ ପରାସ୍ତ କରି ସୋନପୁର ବ୍ଲକ ଦଳ ଜୋନ ଚାମ୍ପିୟନ ହୋଇଅଛି l ଏବଂ ଲିଗ ପର୍ଯାୟ କୁ ଉନ୍ନୀତ ହୋଇଛି l ନାରାୟଣପୁର ଖେଳ ପଡିଆରେ ଅନୁଷ୍ଠିତ ଆଜି ର ଏହି ଜୋନ ର ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ରୂପେ
ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ପରିଷଦ ଜୋନ -2 ମଧୁସୂଦନ ଓତା, ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା, ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆ, ଗୋପାଳ ବରାଇ ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ପୁରୁଷୋତମ ପାଣିଗ୍ରାହୀ, ଭୁକୁଲୁ ବକ୍ସଇ, ବିକାଶ ପଣ୍ଡା, ରାଜୀବ ପଟ୍ଟନାୟକ, ଚନ୍ଦନ ବେହେରା ପ୍ରମୁଖ ଆୟୋଜକ କମିଟି ସଦସ୍ୟ ସହଯୋଗ କରି ଥିଲେ l