-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ରାଜ୍ୟ

ରଜାଘର ଗୁମର କଥା, କଡ ଲେଉଟାଉଛି ମାମଲା, ଅର୍କେଶ ପରିବାର ନାମରେ ମାମଲା ପରେ ଅଦ୍ରୀଜା ପରିବାର ବିରୁଦ୍ଧରେ ଜାତିଆଣ ଅକ୍ଷେପ ମାମଲା

31-May-2023



ବଲାଙ୍ଗୀର(ପ୍ରେରଣା ଖବର)-ବଡଘର ବଡ ଗୁମର କଥା ଭଳି ବଲାଙ୍ଗୀର ରାଜପରିବାରର ଗୁମର ଫିଟୁଛି । ବଲାଙ୍ଗୀର ରାଜପରିବାରର ସାନ ବୋହୁ ଅଦ୍ରୀଜାମଞ୍ଜରୀ ତାଙ୍କୁ ତାଙ୍କ ଶ୍ୱଶୁରଘର ଲୋକ ଯୌତୁକ ନିର୍ଯ୍ୟାତନା ଦେବା ସହିତ ମାରପିଟ କରିଥିବା ବିଷୟରେ ଉତ୍ତରାଖଣ୍ଡ ଡେରାଡୁନର ରାଜପୁର ଥାନାରେ ଏତଲା ଦେଇଥିଲେ । ସେହି ଘଟଣାରେ ଅର୍କେଶନାରାୟଣ ସିଂଦେଓ, ତାଙ୍କ ବାପା ଅନଙ୍ଗଉଦୟ ସିଂଦେଓ, ମାଆ, ବଡଭାଇ କଳିକେଶ ଓ ଭାଉଜ ମେଘନା ରାନାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ଅଭିଯୋଗକୁ ଅର୍କେଶ ଭିତ୍ତିହୀନ ବୋଲି ଗଣମାଧ୍ୟମକୁ କହିବା ସହିତ ତାଙ୍କ ପୈତୃକ ସମ୍ପତ୍ତିକୁ ହଡପ କରିବାକୁ ଅଦ୍ରୀଜା ଓ ତାଙ୍କ ବାପା ଅଜୟ ସିଂ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ନିଜ ପୈତୃକ ଘରକୁ ଅଦ୍ରୀଜା, ତାଙ୍କ ବାପା ଅଜୟ ଓ ବଡଭଉଣୀ ରୁଚା ଜବରଦସ୍ତ କବଜା କରି ରଖିଛନ୍ତି ବୋଲି ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ଓଡିଶା ତଥା ଉତ୍ତରାଖଣ୍ଡ ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଅର୍କେଶଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ରବିତା ଝା ତାଙ୍କୁ ଅଦ୍ରୀଜା,ତାଙ୍କ ବାପା ଅଜୟ ସିଂ, ବଡଭଉଣୀ ରୁଚା ମଞ୍ଜରୀ ଓ ଡ୍ରାଇଭର ସୋନୁ ଜାତିଆଣ ଅକ୍ଷେପ କରି ଧମକଚମକ ଦେଇଥିବା ବିଷୟରେ ରାଜପୁର ଥାନାରେ ଏତଲା ଦେଇଥିଲେ । ରବିତା ଗତ ୫ବର୍ଷ ହେଲା ଅର୍କେଶଙ୍କ ଡେରାଡୁନସ୍ଥିତ ଘରେ କାମ କରିଆସୁଛନ୍ତି । କିନ୍ତୁ ଗତ ଦୁଇବର୍ଷ ହେଲା ଯେତେବେଳ ଅର୍କେଶ ଓ ଅଦ୍ରୀଜାଙ୍କ ମଧ୍ୟରେ ବିବାଦ ଦେଖାଦେଲା ସେହି ଦିନରୁ 

ଅଦ୍ରୀଜା ତାଙ୍କ ବାପାଙ୍କୁ ଡକାଇ ତାଙ୍କୁ ଜାତିଆଣ ଅକ୍ଷେପ କରି ଗାଲିଗୁଲଜ ସହିତ ନିର୍ଯ୍ୟାତନା ଦେଉଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହି ଏତଲା ଉପରେ ରାଜପୁର ପୋଲିସ କୌଣସି ପଦକ୍ଷେପ ନନେବାରୁ ଶେଷରେ ରବିତା କୋର୍ଟର ଆଶ୍ରୟ ନେଇଥିଲେ। ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶରେ ରବିତାଙ୍କ ଏତଲା ଆଧାରରେ କେସ୍ ନମ୍ବର-୦୧୫୪ ତା ୨୮.୦୫.୨୦୨୩ରେ ରୁଜୁ ହୋଇଛି । ଏଥିରେ ଅଦ୍ରୀଜା, ତାଙ୍କ ବାପା ଅଜୟ ସିଂ, ବଡଭଉଣୀ ରୁଚା ମଞ୍ଜରୀ ଓ ଡ୍ରାଇଭର ସୋନୁଙ୍କ ନାମରେ ଏସସିଏସଟି ଧାରାରେ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ସିଓ ମସୁରୀ ଅନୀଳ ଯୋଷୀ କରୁଛନ୍ତି ବୋଲି ଡେରାଡୁନ ସିଟିଏସପି ସରିତା ଡୋଭାଲ କିଛି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଡେରାଡୁନ ପୋଲିସ ମଧ୍ୟ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଉଥିବା ଅର୍କେଶ କହିଛନ୍ତି । ଅଦ୍ରୀଜା ଓ ତାଙ୍କ ପରିବାର ଅର୍କେଶଙ୍କ ପୈତୃକଘରକୁ କବଜା କରିଛନ୍ତି ଓ କିଛି ଜମିମାଫିଆଙ୍କ ସହାୟତାରେ ହଡପ କରିବାକୁ ଉଦ୍ୟମ କରୁଛନ୍ତି । ସେ ନିଜେ ନିଜ ଘରେ ରହିପାରୁନାହାଁନ୍ତି । ଏବିଷୟରେ ପୋଲିସକୁ କହିଲେ ସେମାନେ କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି ଅର୍କେଶ ଅଭିଯୋଗ କରିଛନ୍ତି ।

ଅଦ୍ରୀଜାଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ଏବେ ଖୋଦ ଅଦ୍ରୀଜା ଓ ତାଙ୍କ ପରିବାର ନାମରେ ଜାତିଆଣ ଆକ୍ଷେପ ମାମଲା ରୁଜୁ ହେଲାପରେ ମାମଲା ଭିନ୍ନ ମୋଡ ନେଉଛି । ଅର୍କେଶ ନାରାୟଣ ସିଂଦେଓ ବଲାଙ୍ଗୀର ରାଜପରିବାର ତଥା ଓଡିଶାର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ହୋଇଥିବା ବେଳେ ଅଦ୍ରୀଜା ପୂର୍ବ ପ୍ରଧାନମନ୍ତ୍ରୀ ବିଶ୍ୱନାଥ  ପ୍ରତାପ ସିଂଙ୍କ ନାତୁଣି ଅଟନ୍ତି । ତେବେ ଅଦ୍ରୀଜା ଙ୍କ ବାପା ଅଜୟ ସିଂଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି ଓ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲାରେ ୧୦ଲକ୍ଷ ଟଙ୍କାର ଫାଇନ ମଧ୍ୟ ଦେଇଥିବା ସୂଚନା ରହିଛି । ଅଜୟ ଏଚଡିଏଫସି ବ୍ୟାଙ୍କରୁ ଋଣନେଇ ତାକୁ ନଶୁଝି ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ନାମରେ ମିଥ୍ୟାମାମଲା ରୁଜୁ କରିଥିଲେ । ସେହି ଘଟଣାରେ ଅଜୟଙ୍କ ଉପରେ କୋର୍ଟ ୧୦ଲକ୍ଷ ଟଙ୍କାର ଫାଇନ୍ ପକାଇଥିଲେ । ଠିକ ସେହିପରି ତାଙ୍କର ମାଣ୍ଡା ରାଜ୍ୟର ରାଜସମ୍ପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ ବଡଭାଇଙ୍କ ସହିତ ଗଣ୍ଡଗୋଳ ହୋଇ ମାମଲା ମଧ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଉଭୟ ପରିବାର ଦେଶର କିଛି ପ୍ରତିଷ୍ଠିତ ପରିବାର ମଧ୍ୟରେ ରହିଥିବାରୁ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଆଲୋଚନାର ବିଷୟ ହୋଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like