-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ, ତମାଖୁ ସେବନର କୁପରିଣାମ ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ

31-May-2023



ବଲାଙ୍ଗିର(ଦେବାଶିଷ ବହିଦାର): ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ଯରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ତମାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଓ ଅନେକ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ । ତେଣୁ ତମାଖୁ ସମ୍ପୂର୍ଣ ଭାବେ ବର୍ଜନ କରି ନିରୋଗ ରହିବାକୁ ପରାମର୍ଶ ଦେଇଥିଲେ । ତମାଖୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ

ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ତମାଖୁ ସେବନର କୁପରିଣାମ ସମ୍ପର୍କରର ବ୍ୟାପକ ସଚେତନ କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ସିଦ୍ଧେଶ୍ଵର ମାଝୀ, ସଚେତନତା ହିଁ ଏକମାତ୍ର ପନ୍ଥା ଯାହାଦ୍ୱାରା ତମାଖୁ ସେବନରୁ ନିବୃତ ରହିବା ସମ୍ଭପର ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ନମୀତା ମିଶ୍ର ତମାଖୁ ସେବନ ଦ୍ଵାରା କର୍କଟ ରୋଗ ହେବା ସହ ଲୋକମାନଙ୍କୁ ମୃତ୍ୟୁମୁଖକୁ ମଧ୍ୟ ଟାଣିନେଇପାରେ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଏ ସମ୍ପର୍କରେ ସବୁ କ୍ଷେତ୍ରରେ ଜନସଚେତନାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ସୁଧା ବାର୍ଲା ଏହି ସଚେତନତା ସଭାରେ ଉପସ୍ଥିତ ରହି ବ୍ୟବହାରିକ ତଥା ମାନସିକ ସ୍ତରରେ ପରିବର୍ତ୍ତନ ହିଁ ଏକ ମାତ୍ର ସୁଦୃଢ ପନ୍ଥା, ଯାହାଦ୍ୱାରା କି ଆମେ ତମାଖୁ ସେବନରୁ ନିବୃତ ହୋଇପାରିବା ବୋଲି ପ୍ରକାଶ କରିଥିଲେ । ସଭାରେ ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଚେତନତା ସଭାରେ ଚଳିତ ବର୍ଷର ବିଷୟବସ୍ତୁ “ଆମର ଖାଦ୍ୟ ଦରକାର ତମାଖୁ ନୁହେଁ“ ଉପରେ ଉପସ୍ଥିତ ଡାକ୍ତର ଓ ଅଧିକାରୀ ମାନେ ଆଲୋଚନା କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଏ ଏନ୍ ଏମ୍ 

ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ତମାଖୁ ସେବନର କୁପରିଣାମ  ସମ୍ପର୍କରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ଅଣସଂକ୍ରାମକ ରୋଗ ପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକ ଦିବସ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭା ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026

You Might Also Like

       
  ଜିଲ୍ଲା  

ଗଣିତ ଗବେଷଣା