-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
ବଲାଙ୍ଗୀର(ପ୍ରେରଣା ଖବର): ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ,ବଲାଂଗୀର ତରଫରୁ,ସମ୍ପାଦକ ହରେକୃଷ୍ଣ ରଥ ଙ୍କର ଆବାହନ କ୍ରମେ, ଆଜି ଅପରାହ୍ଣ ରେ ମିଶନ ବାଳକ ଉ ପ୍ରା ,ସ୍କୁଲରେ ଦୁର୍ୟୋଧନ ପସାୟତ ଙ୍କ ଅଧ୍ୟକ୍ଷତା ରେ, ଆଚାର୍ଯ୍ୟ ସୁଚିତ୍ର ସୁନା ଓ ଧ୍ରୁବରାଜ ଚୋପଦାର ଙ୍କ ମଞ୍ଚରେ ଉପବେଶନ ଥାଇ
ଆନ୍ତର୍ଜାତୀୟ ଶିକ୍ଷକ ଦିବସ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସର୍ବ ପ୍ରଥମେ ଆଚାର୍ଯ୍ୟ ସୁନା ସାର ,ଅନ୍ତର୍ଜାତୀୟ ଶିକ୍ଷକ ଦିବସ ର ଶୁଭେଚ୍ଛା ପ୍ରେରଣ ସହ ଶିକ୍ଷକ ମାନଙ୍କ ସହ ଦୁଃଖ ସୁଖ ରେ ରହିବା କୁ
ପରାମର୍ଶ ଦେଇଥିଲେ।
ଶ୍ରୀ ସୁଧାଂଶୁ ପଟେଲ ଶିକ୍ଷା ଓ ଶିକ୍ଷକ ମାନଙ୍କର ଉପରେ ଏକ ସୁନ୍ଦର ଉପସ୍ଥାପନ କରିଥିଲେ।ମିଶନ ବାଳକ ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ମନ ମୋହନ ଲିମ୍ମା ସାର ସଂଗଠନ ର ଆଭିମୁଖ୍ୟ ଓ ଏହା ନବ ନିର୍ମାଣ ପାଇଁ ଆହ୍ୱାନ ଡେଇଥିଲେ ।
ଲୋଇସିଙ୍ଘ। ବ୍ଲକ ର ବରିଷ୍ଠ ଶିକ୍ଷକ ମୁରା ସିଂ ଭାଇ ଙ୍କର ବ୍ୟଙ୍ଗ।ତ୍ମକ ଅଭିନୟ କରି ସମସ୍ତଙ୍କ ଚିତ୍ତ ଆକର୍ଷଣ କରିଥିଲେ ।
କୋଶଳୀ କବି ତଥା ବିଶିଷ୍ଟ ସାଧନ କର୍ମୀ ସଂକୀର୍ତ୍ତନ ମହାଳିଙ୍ଗ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ବିଷୟରେ କବି ଏକ ସୁନ୍ଦର କବିତା ପାଠ କରିଥିଲେ । ମହିଳା ପ୍ରକୋଷ୍ଠ ର ଅଧକ୍ଷ୍ୟ। ଲକ୍ଷ୍ମୀପ୍ରିୟା ପଟେଲ ସଂଘ ତରଫରୁ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି,ଭୀମସେନ ଦଣ୍ଡସେନା,ସଂଜୀତ ଦୋରା,ସ୍ମିତା ହନୁମାନ ଓ ବିଭୁସ୍ମିତା ଦାସ ,ଅନ୍ନପୂର୍ଣ୍ଣା ନନ୍ଦ ,ଅନୁପମା ଦିଦି ଶିକ୍ଷକ ସଂଘ କୁ ଏକ ରାଜ୍ୟ ସ୍ତରୀୟ ନିଶାମୁକ୍ତ ଆଲୋଚନା ଚକ୍ର
କରିବାକୁ ପ୍ରସ୍ତାବ ଦେଇଥିଲେ।
ଶେଷରେ ସଭାପତି ଦୁର୍ୟୋଧନ ପସାୟତ ନିଜର ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ଲୋଇସିଙ୍ଘ। ବ୍ଲକ ର ପୂର୍ବତନ ସଭାପତି ତଥା ଶିକ୍ଷକ ନେତା ସ୍ବର୍ଗତ ଦୁର୍ଗା ଚରଣ ପାଢ଼ୀ ଙ୍କ ପାଇଁ ଏକ ସ୍ମୃତି ସଭା କରି ଦୁଇ ମିନିଟପାଇଁ ନୀରବ ପ୍ରାର୍ଥନା କରାଯାଇଥିଲେ ।
ସର୍ବ ଶେଷରେ ସଭାପତି ଉପସ୍ଥିତ ସମସ୍ତ ସଭ୍ୟ ,ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କଲେ ।