-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ବିଶେଷ

ଦିନେ କୃଷକଙ୍କ ହକ୍‌ ପାଇଁ ଜେଲ୍ ଯାଇଥିଲେ ବାଜପେୟୀ

08-Dec-2020



(ପ୍ରେରଣା ଖବର) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ନେଇ ଆଜି ସାରା ଦେଶ ବନ୍ଦ ରହିଛି। ଭାରତ ବନ୍ଦ ଡାକରା ଦେଇଛି କୃଷି ସଂଗଠନ। କେନ୍ଦ୍ର ସରକାରଙ୍କର ନୂଆ ୩ କୃଷି ଆଇନ୍‌କୁ ଫେରାଇ ନେବାକୁ କୃଷକ ଅଡ଼ି ବସିଥିବା ବେଳେ ସରକାର ବି ନଛୋଡ଼ବନ୍ଧା। କୃଷକଙ୍କ ଏହି ଆନ୍ଦୋଲନକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିରୋଧୀ ଦଳ ବି କୃଷକ ସଂଗଠନରେ ସାମିଲ ହୋଇଛି। ତେବେ ଦେଶରେ ଏଭଳି କୃଷକ ଆନ୍ଦୋଳନ ପ୍ରଥମ ଥର ଘଟିନାହିଁ। ପ୍ରତିଥର ଦେଶର ଜିଡିପିକୁ ବଞ୍ଚାଇ ରଖିଥିବା ଚାଷୀକୁ ହକ୍‌ ପାଇଁ ଓହ୍ଲାଇବାକୁ ପଡ଼ିଛି ରାଜରାସ୍ତାକୁ, ସେବେ ବି ଆଉ ଏବେ ବି।
୧୯୭୪ ମସିହାରେ ବି ଏମିତି ଏକ ଚାଷୀ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ କରି କୃଷକ ହକ୍ ପାଇଁ ରାସ୍ତାକୁ ଓହ୍ଲାଇଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ କିନ୍ତୁ ଭୋଗିବାକୁ ପଡ଼ିଥିଲା କାରାବାସ। ଆନ୍ଦୋଳନ କରୁଥିବା ବେଳେ ଗରିଫ ହୋଇଥିଲେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ।
୧୯୭୪ ମସିହାର କଥା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଥିଲା। ସେତେବେଳେ ୟୁପିରେ ଶାସନ ଭାର ଥିଲା କଂଗ୍ରେସର ହେମବତୀ ନନ୍ଦନ ବହୁଗୁଣାଙ୍କ ହାତରେ। ସେ ସମୟରେ ବାଜପେୟୀ ଜନସଂଘର ନେତା ଥିଲେ। ଲୋକ ସମସ୍ୟା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ବିଷୟରେ ସ୍ୱର ଉତ୍ତୋଳନ କରୁଥିଲେ।
ଚାଷୀଙ୍କୁ ସରକାରୀ ଦାମ୍‌ରେ ଗହମ ବିକ୍ରି କରିବା ନିର୍ଦ୍ଦେଶର ବିରୋଧ
୧୯୭୪ ମସିହାରେ ଗହମ ଫସଲ ଭଲ ହୋଇଥିଲା। ଆଉ ଉତ୍ତର ପ୍ରଦେଶ ସରକାର କୃଷକଙ୍କୁ ସରକାରୀ ମୂଲ୍ୟର ଗହମ ବିକ୍ରି କରିବାକୁ ବାଧ୍ୟ କରୁଥିଲେ। କୃଷକମାନେ ସରକାରୀ ଦାମ୍‌ରେ ଗହମ ବିକ୍ରି କରିବା ଅନିବାର୍ଜ୍ୟ ବୋଲି ସରକାରୀ ନିର୍ଦ୍ଦେଶ ଥିଲା। କିନ୍ତୁ ଗହମ ଫସଲ ଭଲ ହୋଇଥିବାରୁ  ବଜାର ଏହାର ଭଲ ମୂଲ୍ୟ ମିଳୁଥିଲା। କିନ୍ତୁ ସରକାର ଚାହୁଁଥିଲେ, ଚାଷୀର ଗହମ ସରକାରୀ ଦାମ୍‌ରେ ବିକ୍ରି ହେଉ।
ବର୍ଷଜାକ ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ଭାବିଥିଲା ବଜାରରେ ଭଲ ଦାମରେ ଫସଲ ବିକ୍ରି କରି ଦୁଇପଇସା ଲାଭ ପାଇବ ଓ ଆଗାମୀ ଦିନ ପାଇଁ ଅଣ୍ଟସଳଖୀ ଛିଡ଼ାହେବ। କିନ୍ତୁ ସରକାରଙ୍କର ଏମିତି ହିଟ୍‌ଲର୍ ନିର୍ଦ୍ଦେଶରେ ନିରାଶ ହୋଇଥିଲା ଚାଷୀକୂଳ। ଫଳରେ ସୃଷ୍ଟି ହୋଇଥିଲା ବିଦ୍ରୋହ। ସରକାର ବିରୋଧୀ ନାରା ଦେଇ ଆନ୍ଦୋଳନ କରିଥିଲେ ଚାଷୀ।
ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଅନ୍ନଦାତାର ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଥିଲା ଜନସଂଘ। ଯାହାର ନେତୃତ୍ୱ ନେଇଥିଲେ ଜନନୟାକ ଅଟଳ ବିହାରୀ ବାଜପାୟୀ। ବାଜପାୟୀଙ୍କ ନେତୃତ୍ୱରେ ସାରା ଦେଶରେ ଅନ୍ଦୋଳନ କରିଥିଲା ଜନସଂଘ। ପ୍ରାୟ ୭ ହଜାର ଲୋକଙ୍କୁ ଏକତ୍ର କରି ରାଜପଥକୁ ଓହ୍ଲାଇ କଂଗ୍ରେସ ସରକାର ବିରୋଧରେ ନାରା ଲଗାଇଥିଲେ ବାଜପେୟୀ। ଏହାପରେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।
ବାଜପେୟୀଙ୍କ ଧାରଣା ପ୍ରଦର୍ଶନ
ଜଣେ ବରିଷ୍ଠ ସାମ୍ବାଦିକଙ୍କ ସୂଚନା ଅନୁସାରେ, ସେତେବେଳେ ସରକାର ଖାଦ୍ୟ ଭଣ୍ଡାର ପାଇଁ ସାରା ଦେଶରୁ ଗହମ କିଣୁଥିଲେ। କିନ୍ତୁ ଏହା ସରକାରୀ ଦାମ୍‌ରେ ହିଁ କିଣାଯାଉଥିଲା। ଯାହା ବଜାର ଦାମ ଠାରୁ ବହୁତ କମ୍ ଥିଲା। ସରକାରଙ୍କ କହିବା କଥା ଥିଲା ଯେ ଯଦି ଚାଷୀ ଏକ କ୍ୱିଣ୍ଟାଲ ଗହମ ଉତ୍ପାଦନ କରୁଛି, ତେବେ ଏହାର ଅଧା ଭାଗ ବିକ୍ରି କରୁ। ସରକାରଙ୍କର ଏହି ନିର୍ଦ୍ଦେଶକୁ ନେଇ ତାତିଥିଲା ଚାଷୀକୂଳ। ଏହାରି ବିରୋଧରେ ଆନ୍ଦୋଳନ କରି ବାଜପେୟୀ କହିଥିଲେ ଯେ ସରକାର ଚାଷୀର ଫସଲ ବିକ୍ରି କରିବାକୁ ଚାଷୀଙ୍କୁ ଏମିତି ବାଧ୍ୟ କରିପାରିବେନି।
ଗିରଫ ହୋଇ ଜେଲ୍‌ ଗଲେ ବାଜପେୟୀ
କୃଷକ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନ କରୁଥିବା ବାଜପେୟୀଙ୍କୁ ଶେଷରେ ଲକ୍ଷ୍ନୌରେ ଗିରଫ କରାଯାଇଥିଲା। ଆନ୍ଦୋଳନରତ ଯୁବକଙ୍କ ଉପରେ ପୋଲିସ ମଧ୍ୟ ବଳ ପ୍ରୟୋଗ କରିଥିଲା। ଆନ୍ଦୋଳନ ଏତେ ତୀବ୍ର ଥିଲା ଯେ ବାଜ‌ପେୟୀଙ୍କୁ ସ୍ଥାନୀୟ ଜେଲ୍‌ରେ ରଖିବା ସମ୍ଭବ ନଥିଲା। ଏଥିପାଇଁ ତାଙ୍କୁ ଦେଶର ସବୁଠାରୁ ସୁରକ୍ଷିତ ଜେଲ୍‌ଗୁଡ଼ିକ ମଧ୍ୟରେ ଗୋଟିଏ ଜେଲ୍ ନୈନୀ ଜେଲ୍‌ରେ ରଖାଯାଇଥିଲା।
କାରାଗାରରେ ୫ ଦିନ ରହିବା ପରେ ବେଲ୍‌ ପାଇ ଜେଲ୍‌ରୁ ମୁକୁଳିଥିଲେ ଅଟଳ। ସରକାର ବିରୋଧରେ ସ୍ୱର ଉତ୍ତଳୋନ କରି ବାଜପେୟୀ ପ୍ରଥମଥର ପାଇଁ ଜେଲ୍‌ ଯାଇନଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ  ଘୋଷଣା ହୋଇଥିବା ଜରୁରୀକାଳୀନ ସ୍ଥିତିରେ ବି ତାଙ୍କୁ ଗିରଫ କରାଯାଇଥିଲା।
ଏହାରି ଭିତରେ ସମୟ ଚକ ବୁଲିଲା। ସମୟ ବଦଲିଲା। ଦେଶର ଶାସନ ଭାରତ ବାଜପେୟୀଙ୍କ ହାତକୁ ଆସିଲା। ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଚାଷୀ ଓ ଚାଷ ପାଇଁ ଅନେକ ପଦକ୍ଷେପ ନେଲେ ବାଜପେୟୀ। କିଷାନ କ୍ରେଡିଟ କାର୍ଡ ସୁବିଧା ଆରମ୍ଭ କରିବା ସହ ରାଷ୍ଟ୍ରୀୟ କୃଷି ବିମା ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ଅଟଳ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like