-+91-9937148622 |

prerana_bgr@rediffmail.com |

  Saturday 20th April 2024 |

| | | |

R.N.I. Regd No. ODIODI/2010/46693

Breaking News

ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   (19-Apr-2024)       ||      ମଦ କାରବାରରେ ଜଣେ ଗିରଫ   (19-Apr-2024)       ||      ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   (19-Apr-2024)       ||      ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    (19-Apr-2024)       ||      ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   (19-Apr-2024)       ||      ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   (19-Apr-2024)       ||      ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   (19-Apr-2024)       ||      "ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   (19-Apr-2024)       ||      ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   (19-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||      ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   (18-Apr-2024)       ||      ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   (18-Apr-2024)       ||      ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ    (18-Apr-2024)       ||      ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   (18-Apr-2024)       ||      ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   (18-Apr-2024)       ||      ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   (18-Apr-2024)       ||      ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   (18-Apr-2024)       ||     

HOME   ମହାନଗର

ବଲାଙ୍ଗିର ଏସ୍ ପି ଙ୍କ ନେତୃତ୍ଵରେ ପୋଲିସ ର ଐତିହାସିକ ପଦକ୍ଷେପ: ଏସ୍ ପି ଙ୍କ ଏତଲାରେ ଏସ୍ ପି ଙ୍କ ଚଢଉ

30-Mar-2023



ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ କିଛିଦିନ ଧରି କଣ୍ଟାବାଞ୍ଜିରେ ଦାଦନ ସେଠ୍ ଙ୍କ ଅଗ୍ରୀମ ହଡପଠୁଁ କ୍ଲିନ୍ କ୍ରିମିନାଲ୍ ମିଶନ୍ , କଫସିରପ୍ ମୁକ୍ତ ବଲାଙ୍ଗୀର ଅଭିଯାନଠାରୁ ଠକମନୋଜ ମିଶ୍ରର ନକଲି ସାର୍ଟିଫିକେଟ୍ ଧରପଗଡ ପର୍ଯ୍ୟନ୍ତ ବଲାଙ୍ଗୀର ଏସ୍ ପି ନୀତିନ୍ କୁଶଳକରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବଲାଙ୍ଗୀର ପୁଲିସ୍ ର ଅପରାଧୀ ଦମନର ଦୃଢ କାର୍ଯ୍ୟାନୁଷ୍ଠାନକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି । 

ଗତବର୍ଷର ମମିତା ମେହେର ହତ୍ୟାକାଣ୍ଡରୁ ଚଳିତ ବର୍ଷର ଝାରସୁଗୁଡାରେ ମନ୍ତ୍ରୀ ନବ ଦାସ ହତ୍ୟାମାମଲାରେ ନିନ୍ଦିତ ହୋଇପଡିଥିବା ଓଡିଶାପୁଲିସ୍ ର ଭାବମୂର୍ତ୍ତିକୁ ଉଜ୍ଜଳ କରିଦେଇଛି ବଲାଙ୍ଗୀର ପୁଲିସ୍ ର ଉପରୋକ୍ତ ସକ୍ରିୟତା । ଏହା ପୂର୍ବରୁ ବଲାଙ୍ଗୀର ଏସ୍ ପି ଥିବା ନୀତିନ୍ କୁଶଳକରଙ୍କୁ ଗଣମାଧ୍ୟମଠାରୁ ବଲାଙ୍ଗୀରର ପୂର୍ବତନ ଆଇନମନ୍ତ୍ରୀ ତଥା ଟାଣୁଆ ବିଧାୟକ ନରସିଂହ ମିଶ୍ରଙ୍କ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆକ୍ଷେପ ଓ  ପୂର୍ବତନ ମନ୍ତ୍ରୀ ଭାଜପାର ବରିଷ୍ଠ ନେତା କେବି ସିଂଦେଓଙ୍କ ଧାରଣାଦବା ସହ ଖୋଲାଖୋଲି ସମାଲୋଚନା ଇତ୍ୟାଦି ପରେ ଏଇ କେତୋଟି ଘଟଣା ତାଙ୍କ ପାରିବାପଣିଆକୁ ସମ୍ଭବା ଉ ସ୍ କାଇ ଦେଇଛି ।  ସେ ଯାହାହେଉ , ସଂପ୍ରତି ଏହି ଯୁବ ଆଇପିଏସ୍ ଜଣଙ୍କର  ଅପରାଧ ଦମନରେ 'ଜିରୋ ଟଲରେନ୍ସ ନୀତି ' ସବୁ ମହଲରେ ଉଚ୍ଚ ପ୍ରଶଂସା ସାଉଁଟିବା ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ପୁଲିସ୍ ପ୍ରଶାସନ ତାଙ୍କଠାରୁ ଏଭଳି ସକ୍ରିୟତା ଶିକ୍ଷା କରିବା ଉଚିତ୍ ବୋଲି ମତପ୍ରକାଶ ପାଇଛି ।

ଉଲ୍ଲେଖନୀୟ ଯେ , ଗତ କିଛିଦିନତଳେ କଣ୍ଟାବାଞ୍ଜିର ମାଆ ଅନ୍ନପୂର୍ଣା ଲଜ୍ ରୁ ଜିଲ୍ଲାକୁ ଅଗ୍ରୀମଟଙ୍କା ବାଣ୍ଟିବାକୁ ଆସିଥିବା ୭ ଜଣ ଆନ୍ଧ୍ର ସେଠ୍ ଙ୍କ ଠାରୁ ପ୍ରାୟ କୋଟିଏ ଟଙ୍କା ଚଢଉ କରି ହଡପ ଅଭିଯୋଗରେ ତତ୍କାଳୀନ ଏସଡିପିଓ ହୃଷିକେଶ ମେହେରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ଲକ୍ଷାଧିକ ଟଙ୍କା ଜବତ କରି ତାଙ୍କୁ ନିଲମ୍ବିତ କରିଥିଲେ ।

ଏହାପରେ ବଲାଙ୍ଗୀର ସହର ସମେତ ପାଟଣାଗଡ ଇତ୍ୟାଦି ସହର ଉପକଣ୍ଠରେ ବର୍ଷ ବର୍ଷ ଧରି ଉପଦ୍ରବ କରିଆସୁଥିବା ଜମିମାଫିଆ ଓ ହତ୍ୟାଭିଯୁକ୍ତ କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ଚିତ୍ତ ମହାନ୍ତି , ଡନ୍ ଟିମନ୍ , ବବ୍ ଲୁ ମହାନନ୍ଦ ଓ ଅନ୍ୟାନ୍ୟ ଅସାମାଜିକଙ୍କର ସରକାରୀ ଜମି ଜବରଦଖଲକରି ଆପରାଧିକ ଅସାଧୁ ଉପାର୍ଜନରୁ ଗଢିଥିବା କୋଟି କୋଟି ଟଙ୍କାର ଅଟ୍ଟାଳିକା , ହୋଟେଲ , ଆଡ୍ ଡା ଡି ଓ ଦୋକାନଷ୍ଟଲ୍ ଗୁଡିକୁ ପ୍ରଶାସନର ସହାୟତାରେ ବୁଲ୍ ଡୋଜର୍ ଲଗାଇ ଉଡାଇ ଦେଇଥିଲେ ।

ଆହୁରି ମଧ୍ୟ ଦୀର୍ଘ  ବିଗତ କିଛିବର୍ଷଧରି ବଲାଙ୍ଗୀର ସମେତ ପଶ୍ଚିମଓଡିଶାକୁ କଫସିରପ୍ ଓ ନିଶାବଟିକା କାରବାର କରି ମୁଖ୍ୟତଃ ଯୁବଗୋଷ୍ଠୀକୁ ନିଶାସକ୍ତ କରି ହତ୍ୟା ପରି ନାରକୀୟ ଅପରାଧ ଘଟାଉଥିବା ରାକେଟ୍ କୁ ଧରି କଫସିରପ୍ ମୁକ୍ତ ବଲାଙ୍ଗୀର ଅଭିଯାନରେ ସମ୍ପୃକ୍ତ ଏହାର ଆନ୍ତର୍ଜାତିକ ଚେର ଲମ୍ବିଥିବା କୋଲକାତା ଓ ହରିୟାଣାର ଦୁଇଟି ଔଷଧ କମ୍ପାନୀର ୪୬ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବା ସହ ଅଦ୍ୟାବଧି ପଚାଶଜଣରୁ ଅଧିକ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩୫ ଲକ୍ଷରୁ ଉର୍ଦ୍ଧ୍ବ ନଗଦଟଙ୍କା ଜବତ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଧରପଗଡ ଜାରୀ ରହିଛି ।

ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବଲାଙ୍ଗୀର ର ମନୋଜ ମିଶ୍ର ଓ ଆଲୋକ ଉଦ୍ ଗାତାଙ୍କ ଜାଲ୍ ସାର୍ଟିଫିକେଟ୍ ରାକେଟ୍ ର ପର୍ଦ୍ଦାଫାଶ୍ ଘଟଣା । ଏହା ବିଧାନସଭାରେ ଉଠାଯାଇଛି ଓ  ଠକମନୋଜର ସମ୍ପର୍କ ଶାସକ ବିଜେଡିଦଳ ଓ ଦଳର ନେତାଙ୍କ ସହ ରହିଥିବା ସମଗ୍ର ରାଜ୍ୟରେ ରାଜନୈତିକ ଆଲୋଡନ ସୃଷ୍ଟି କଲାଣି । ଡାକବିଭାଗର ନିଯୁକ୍ତିରୁ ଆରମ୍ଭ କରି ଏସବୁ ନକଲି ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟଜିଲ୍ଲା ଏବଂ ଏହା ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ଜଣାପଡିଛି । ଦୀର୍ଘ ୭/ ୮ ବର୍ଷରୁ ଉର୍ଦ୍ଧ୍ବକାଳ ଧରି ହଜାର ହଜାର ସଂଖ୍ୟାରେ ସେ ଏହି ନକଲି ସାର୍ଟିଫିକେଟ୍ ୫୦ହଜାରରୁ ୫ ଲକ୍ଷ ଟଙ୍କାପର୍ଯ୍ୟନ୍ତ ଟଙ୍କାରେ ବିକି କୋଟି କୋଟି ଟଙ୍କାର ବେଆଇନ୍ ଉପାର୍ଜନ କରି ଜମି କିଣିଥିବା ଜଣାପଡିଛି । ଏହି ମାମଲାରେ ଏକ ତଥାକଥିତ ରିଲାଏନ୍ସ କୋଚିଂ ସେଣ୍ଟର୍ ଆଳରେ ସେ ଏହା କରିଆସୁଛନ୍ତି । ଦେଶର ଉତ୍ତରପ୍ରଦେଶ ଓ ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟର ୪୧ ଟି ବୋର୍ଡ଼ର ନକଲି ପ୍ରମାଣପତ୍ର ଦିଆଯାଇଥିଲା । ଏହି ମାମଲାରେ ପ୍ରଥମ ଦଫାରେ ମନୋଜ ମିଶ୍ର ଓ ଆଲୋକ ଉଦ୍ ଗାତା ସମେତ ୧୯ ଜଣଙ୍କୁ ବଲାଙ୍ଗୀର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏ ସମ୍ପର୍କରେ ପଚାରିବାରୁ ଏସ ପି ଗଣମାଧ୍ୟମକୁ କହିଛନ୍ତି ' ଟିପ୍ ସ ଅଫ୍ ଆଇସ୍ ବର୍ଗ ' ଅର୍ଥାତ୍ ଏବସୁଦ୍ଧା ଏହି ମାମଲାର ସାମାନ୍ୟ ଅଂଶ ହିଁ ଧରାପଡିଛି ବୁଡି ରହିଥିବା ବରଫ ପାହାଡର ଅଗ୍ରଭାଗ ପରି । ତେବେ ଏତେବର୍ଷର ଏତେ ସଂଖ୍ୟକ ଜାଲିଆତ ଓ ନକଲି ପ୍ରମାଣପତ୍ରରେ ଚାକିରୀ କରୁଥିବା ନକଲି କର୍ମଚାରୀଙ୍କୁ ଧରିବା ବଲାଙ୍ଗୀର ପୁଲିସ୍  କେତେ ସମର୍ଥ , ଏହା ଭବିଷ୍ୟତ କହିବ ।

ପ୍ରଥମେ ଏହା ଜଣାପଡ଼ିଛି ବଲାଙ୍ଗୀର ଡାକବିଭାଗର ଏସ ପି ଙ୍କ ଏତଲାରୁ ଓ ଏତେ ଧରପଗଡର ଶ୍ରେୟ ବଲାଙ୍ଗୀର ଏସପି ନୀତିନ୍ କୁଶଳକରଙ୍କର । ଅବଶ୍ୟ ଏସବୁ ଚଢାଉରେ ବଲାଙ୍ଗୀର ଏସ୍ ଡି ପି ଓ ତୋଫାନ୍ ବାଗ , ଇନିସପେକଟର ପ୍ରିୟଙ୍କା ରାଉତରାୟ ଓ ବଲାଙ୍ଗୀର ପୁଲିସ୍  ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କର ନିଶ୍ଚିତ ଅବଦାନ ରହିଛି ।

ତେବେ ଏହି ମନୋଜ ମିଶ୍ର ଯେ ଏଭଳି ଜାଲିଆତିରେ ଏକମାତ୍ର ଠକ , ତା' ନୁହେଁ । ବଲାଙ୍ଗୀର ସହରରେ ଏଭଳି ପୂର୍ବରୁ ଅବିଯୋଗ ରହିଥିବା କମ୍ପୁଟର ତାଲିମ କେନ୍ଦ୍ର , କୋଚିଂ ସେଣ୍ଟର୍ ଆଦି ଖୋଲିଥିବା କମ୍ପଭାଇ କୋଚିଂ ସେଣ୍ଟର୍ ଓ ମହାବୀର ଘରୋଇ ଶିକ୍ଷାନୁଷ୍ଠାନ ଇତ୍ୟାଦି ଉପରେ ବି ବଲାଙ୍ଗୀର ପୁଲିସ୍ ଚଢଉ କରିଛି ।
ଉଲ୍ଲେଖଯୋଗ୍ୟ ଯେ , ଦଶବର୍ଷତଳେ ନକଲି ଷ୍ଟାମ୍ପ ତିଆରି କରି ମନୋଜ ମିଶ୍ର  ନକଲି ଆଟେଷ୍ଟଡ୍ ଇତ୍ୟାଦି କରୁଥିବାର ମୋର ମଧ୍ୟ ପ୍ରତ୍ୟକ୍ଷ ଅନୁଭୂତି ରହିଛି ।  କିଛିବର୍ଷତଳେ ରାଜେନ୍ଦ୍ର କଲେଜର ଜଣେ ଛାତ୍ରର ଜାଲ୍ ଆଇଡେଣ୍ଟି କାର୍ଡ ମାମଲାରେ ମନୋଜକୁ ବଲାଙ୍ଗୀର ଟାଉନ ପୁଲିସ ମଧ୍ୟ ଧରିଥିଲା । ଇତିମଧ୍ୟରେ ମନୋଜ ଶାସକ ବିଜେଡି ଦଳର ନେତାମାନଙ୍କ ସହ ଜାଣିଶୁଣି ଘନିଷ୍ଠତା ବଢାଇ ସୁରକ୍ଷିତ ରହିବାର ଅପଚେଷ୍ଟା କରିଆସୁଥିବା ଜଣାପଡିଛି । ତା ସହିତ ଅନେକ ଏଜେଣ୍ଟଙ୍କର ସମ୍ପୃକ୍ତି ରହିଛି । ସେ କୋଟି କୋଟି ଟଙ୍କାର ଜମିମାଫିଆଙ୍କୁ ସାହାଯ୍ୟ କରୁଥିବା , ବବଲୁ ମହାନନ୍ଦ ପରି ଅପରାଧୀକୁ ହାତରେ ରଖିଥିବା ଇତ୍ୟାଦିର ପର୍ଦ୍ଦାଫାଶ୍ ହେଲାଣି । ଏପରିକି ବିଳମ୍ବରେ ଖବର ପ୍ରକାଶ କରିଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କର ସମ୍ପର୍କୀୟ ମଧ୍ୟ କିଛିବର୍ଷ ତଳେ ଅନ୍ୟଜିଲ୍ଲାରେ ଡିଷ୍ଟାନ୍ସ କୋର୍ସ ଇତ୍ୟାଦି ଜରିଆରେ ଏଭଳି ଜାଲିଆତି କରି ଫେରାର୍ ମାରି ଏଠାକୁ ପଳାଇ ଆସିଥିବା ଓ ସେ ମନୋଜର ଦୂରସମ୍ପର୍କୀୟ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏଭଳି ଜାଲ୍ ସାର୍ଟିଫିକେଟ୍ ବା ନକଲି ଚାକିରିଆ କେବଳ ଡାକ ବିଭାଗରେ ନାହାଁନ୍ତି , ଏବେ ଶିକ୍ଷାବିଭାଗ , ଶିଶୁ ବିକାଶ ବିଭାଗ , ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗରେ ମାଳ ମାଳ ରହିଥିବାର ଖବର ପ୍ରକାଶ ପାଉଛି । ଏହାକୁ ଧରିବ କିଏ  ?

ସେ ଯା'ହେଉ , ବଲାଙ୍ଗୀର ଏସ ପି ଙ୍କ ନେତୃତ୍ଵରେ ବଲାଙ୍ଗୀର ପୁଲିସ୍ ର ଏହିସବୁ ମାମଲାର ତନାଘନା ତଦନ୍ତ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଲୋକେ କହୁଛନ୍ତି  :  ସାବାସ୍ ନୀତିନ୍  !


News Comment




Photo in News

Advertisment
Lastest News
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   19-Apr-2024
  ଜିଲ୍ଲା  
ମଦ କାରବାରରେ ଜଣେ ଗିରଫ   19-Apr-2024
  ଜିଲ୍ଲା  
ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   19-Apr-2024
  ରାଜନୀତି  
ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    19-Apr-2024
  ଜିଲ୍ଲା  
ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   19-Apr-2024
  ରାଜନୀତି  
ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   19-Apr-2024
  ଜିଲ୍ଲା  
ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   19-Apr-2024
  ଜିଲ୍ଲା  
"ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   19-Apr-2024
  ଜିଲ୍ଲା  
ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   19-Apr-2024
  ଜିଲ୍ଲା  
ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   19-Apr-2024
  ଜିଲ୍ଲା  
ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   19-Apr-2024
  ରାଜ୍ୟ  
ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   19-Apr-2024

You Might Also Like