-+91-9937148622 |

prerana_bgr@rediffmail.com |

  Saturday 24th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   (23-May-2025)       ||      *ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   (23-May-2025)       ||      ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ    (23-May-2025)       ||      ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   (23-May-2025)       ||      ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   (23-May-2025)       ||      ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   (23-May-2025)       ||      ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   (23-May-2025)       ||      ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   (23-May-2025)       ||      *ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   (23-May-2025)       ||      ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   (23-May-2025)       ||      ଏସ୍ ବି ଆଇ, ବଲାଙ୍ଗୀର ଶାଖା ପକ୍ଷରୁ କୋଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ    (23-May-2025)       ||      ଆୟ-ବ୍ୟୟ ଆଲୋଚନା ସହ ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ହେଲା ଉନ୍ମୋଚନ   (23-May-2025)       ||      ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ   (23-May-2025)       ||      ସୋନପୁର ହରଡଖୋଲ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା*- *ଦୁଇ ମୃତ ୮ ଗୁରୁତର*-   (23-May-2025)       ||      କଟଣୀ ଛଟଣୀରେ ଜର୍ଜରିତ ବରଗଡ଼ ଜିଲ୍ଲା ଚାଷୀ   (23-May-2025)       ||      ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ    (23-May-2025)       ||      ଆମ୍ବରୁ ବିଭିନ୍ନ ମୂଲ୍ୟ ଯୁକ୍ତ ପଦାର୍ଥର ପ୍ରସ୍ତୁତି ସମ୍ବନ୍ଦୀୟ ତାଲିମ କାର୍ଯ୍ୟକ୍ରମ   (23-May-2025)       ||      ଶତାୟୁ ୰ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   (23-May-2025)       ||     

HOME   ମହାନଗର

ନୋଏଡ଼ା ରତ୍ନ କ୍ଷେତ୍ରରେ କିଶୋର ଦ୍ବିବେଦୀଙ୍କ ଜନ୍ମ ଦିବସ ପାଳନ

02-Apr-2025



ନୂଆଦିଲ୍ଲୀ/ନୋଏଡ଼ା(ପ୍ରେରଣା ଖବର): ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜମାନ କରୁଥିବା ନୋଏଡ଼ାର ରତ୍ନ କ୍ଷେତ୍ରଠାରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଉତ୍ସବ ସ୍ଥଳ ୧୨୧ ସେକ୍ଟରର ଜଗନ୍ନାଥ ମନ୍ଦିର ପରିସରକୁ ରଙ୍ଗ ବେରଙ୍ଗ କପଡ଼ା ଓ ଆଲୋକ ମାଳାରେ ବେଶ ସୁନ୍ଦର ଭାବେ ସଜା ଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ସମିତିର କର୍ମକର୍ତ୍ତା,ୱାର୍ଲଡ଼ ଓଡ଼ିଶା ସୋସାଇଟିର କାର୍ଯ୍ୟକର୍ତ୍ତା, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବର୍ଗ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୁତିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଦ୍ବିବେଦୀଙ୍କର ଶତାଧିକ ବନ୍ଧୁ,ପ୍ରଶଂସକ ଓ ଶୁଭାକାଂକ୍ଷୀ ଉପସ୍ଥିତ ଥିବା ବେଳେ ଡିଜିଟାଲ ନେଟୱାର୍କ ଜରିଆରେ ପୃଥିବୀର ବିଭିନ୍ନ କୋଣରୁ ବୈଶିକ ଓଡ଼ିଆମାନେ ମହୋତ୍ସବରେ ସାମିଲ ହୋଇଥିଲେ।ପବିତ୍ର ନବରାତ୍ର ପର୍ବର ଶୁଭାରମ୍ଭ ଓ ହିନ୍ଦୁ ନବବର୍ଷର ପ୍ଲାବନ ତିଥୀ ସାଙ୍ଗକୁ ଜନ୍ମଦିନ ପାଳନ କରାଯାଉଥିବାରୁ ଉଭୟ ସଂଗଠକ ଏବଂ ଆଗନ୍ତୁକ ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖରିତ ହୋଇଉଠିଥିବା ଦେଖାଯାଇଥିଲା।    

ଦୀର୍ଘ ୪୦ବର୍ଷ ଧରି ଦିଲ୍ଲୀରେ ସାମ୍ବାଦିକତା କରିଆସୁଥିବା କିଶୋର ଦ୍ବିବେଦୀ ଏବେ ଓଁମ ମେଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅଛନ୍ତି।ବହୁ ସାମାଜିକ, ସାଂସ୍କୃତିକ ଓ ଦାତବ୍ୟ ସଂଗଠନ ସହିତ ସକ୍ରୀୟ ଭାବେ ଜଡ଼ିତ ଥିବା ଶ୍ରୀ ଦ୍ବିବେଦୀ ବନ୍ଦେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା , ଅସୀମ ଓଡ଼ିଶାର ମୁଖ୍ୟ ସଂଯୋଜକ ଏବଂ ବିଶ୍ୱ ଓଡ଼ିଆ ସମ୍ମିଳନୀର ଜାତୀୟ ତଥା ଆନ୍ତର୍ଜାତୀୟ ଆବାହକ ପଦରେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।ଲୋକସଭାର ପ୍ରେସ ପରାମର୍ଶ ଦାତା କମିଟିର ପାଞ୍ଚ ଥର ସଦସ୍ୟ ରହିଆସିଥିବା ଶ୍ରୀ ଦ୍ବିବେଦୀ ସମ୍ପ୍ରତି ଭାରତୀୟ ସାମ୍ବାଦିକ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଅଛନ୍ତି।                

ସମାବେଶ ଏବଂ ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଜଗନ୍ନାଥ ସମିତିର ସମ୍ପାଦକ ଡ଼ଃ. ମନୋରଞ୍ଜନ ମହାନ୍ତି ଓ ଉପ-ସଭାପତି ପ୍ରମୋଦ ଭଲ,ଚଳିତ ବର୍ଷ ଫେବୃଆରୀ ୨ତାରିଖରେ ଦୀଅଁ ମାନଙ୍କର ପ୍ରାଣପ୍ରତିଷ୍ଠା କରାଯିବା ପରେ ନୋଏଡ଼ାର  ନବନିର୍ମିତ ଏହି ମନ୍ଦିରଟି ଏବେ ଜାତୀୟ ରାଜଧାନୀ କ୍ଷେତ୍ରର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଭାବର ଆଦାନ ପ୍ରଦାନ, ବନ୍ଧୁମିଳନ,ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ମହୋତ୍ସବ ଆଦି ଆୟୋଜନ କରାଯିବାର ମୁଖ୍ୟସ୍ଥଳ ବନିଥିବା ଲକ୍ଷ କରାଯାଉଛି।ଏବେ ଏଠାରେ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ଖୁବ ନିକଟରେ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏକ ୫୦କୋଠରୀ ବିଶିଷ୍ଟ ଧର୍ମଶାଳା ନିର୍ମାଣ ହେବାକୁ ଯାଉଥିବାର ଡ଼ଃ ମହାନ୍ତି ଓ ଶ୍ରୀ ଭଲ ସୂଚନା ଦେଇଥିଲେ।ଏହି ଅବସରରେ ବିଶିଷ୍ଟ ନାରୀ ନେତ୍ରୀ ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହିଳା ଶାଖାର ଉପ-ସଭାପତି ରୀତା ପାତ୍ରଙ୍କର ମଧ୍ୟ ଜନ୍ମଦିନ ପାଳନ କରାଯାଇଥିଲା। 

ସମଗ୍ର କାର୍ଯ୍ୟକ୍ରମକୁ ଖୁବ ସୂଚାରୁ ରୂପେ ଆୟୋଜନ ଓ ସଫଳତାର ସହିତ ସମ୍ପାଦନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଯଥା ; ଧନେଶ୍ୱର ନାୟକ, ଭରତ ପ୍ରଧାନ,କିଶୋର ପରିଡ଼ା, ସୁବ୍ରତ ଜେନା, ପ୍ରଶାନ୍ତ ଖିଲ୍ଲାର, ନିଗମ ମହାନ୍ତି, ଦିଲ୍ଲୀପ ସ୍ୱାଇଁ, ଅଭିରାମ ରାଉତ ଏବଂ ଅଖିଳ ସ୍ୱାଇଁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 

ଉପସ୍ଥିତ ମାନ୍ୟଗଣ୍ୟ  ବ୍ୟକ୍ତି ମାନଙ୍କ ମଧ୍ୟରେ ରୁଦ୍ର ଚରଣ ପାଢ଼ୀ, ଦ୍ୱାରକା ଚୋପ୍ରା ,ଅଜୟ କୁମାର ବେହେରା, ବିନାୟକ ଦାସ, ପ୍ରବୀର ମହାନ୍ତି, ମୀନକେତନ ସାମଲ, ନଗେନ୍ଦ୍ର ଜେନା, ପ୍ରଦୀପ ଶତପଥୀ, ବ୍ୟାସଦେବ ନାୟକ, ପୁଷ୍ପାଞ୍ଜଳି ବାରିକ, ବିମଳ ଭଲ, ବିଭୁପ୍ରସାଦ ସାହୁ,  ବରିଷ୍ଠ ଆଇନଜିବୀ ସଂଜୀବ ମହାନ୍ତି, ସୁରେଶ ତ୍ରିପାଠୀ, ସସ୍ମିତା ତ୍ରିପାଠୀ,  ପ୍ରିୟା ମିଶ୍ର, ସୁରଞ୍ଜୀତା ରଣା ଦାଶ,ବିଭୁଦତ୍ତ ପ୍ରଧାନ, ଡ଼ଃ ଗଣେଶ ଚନ୍ଦ୍ର ପଣ୍ଡା,ଡ଼ଃ ପ୍ରକାଶ ସାହୁ,ଦେବରାଜ ମହାନ୍ତି, ଲିପ୍ସା ପଟ୍ଟନାୟକ ମହାନ୍ତି, ଅସିତ କର, ସୌମ୍ୟ ରଞ୍ଜନ ସାହୁ ଏବଂ ସମୀର ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   23-May-2025
  ଜିଲ୍ଲା  
*ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   23-May-2025
  ଜିଲ୍ଲା  
ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ   23-May-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   23-May-2025
  ଜିଲ୍ଲା  
ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   23-May-2025
  ଜିଲ୍ଲା  
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   23-May-2025
  ଜିଲ୍ଲା  
ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   23-May-2025
  ଜିଲ୍ଲା  
ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   23-May-2025
  ଜିଲ୍ଲା  
*ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   23-May-2025
  ଜିଲ୍ଲା  
ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   23-May-2025

You Might Also Like