-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ମହାନଗର

ନୋଏଡ଼ା ରତ୍ନ କ୍ଷେତ୍ରରେ କିଶୋର ଦ୍ବିବେଦୀଙ୍କ ଜନ୍ମ ଦିବସ ପାଳନ

02-Apr-2025



ନୂଆଦିଲ୍ଲୀ/ନୋଏଡ଼ା(ପ୍ରେରଣା ଖବର): ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜମାନ କରୁଥିବା ନୋଏଡ଼ାର ରତ୍ନ କ୍ଷେତ୍ରଠାରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଉତ୍ସବ ସ୍ଥଳ ୧୨୧ ସେକ୍ଟରର ଜଗନ୍ନାଥ ମନ୍ଦିର ପରିସରକୁ ରଙ୍ଗ ବେରଙ୍ଗ କପଡ଼ା ଓ ଆଲୋକ ମାଳାରେ ବେଶ ସୁନ୍ଦର ଭାବେ ସଜା ଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ସମିତିର କର୍ମକର୍ତ୍ତା,ୱାର୍ଲଡ଼ ଓଡ଼ିଶା ସୋସାଇଟିର କାର୍ଯ୍ୟକର୍ତ୍ତା, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବର୍ଗ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୁତିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଦ୍ବିବେଦୀଙ୍କର ଶତାଧିକ ବନ୍ଧୁ,ପ୍ରଶଂସକ ଓ ଶୁଭାକାଂକ୍ଷୀ ଉପସ୍ଥିତ ଥିବା ବେଳେ ଡିଜିଟାଲ ନେଟୱାର୍କ ଜରିଆରେ ପୃଥିବୀର ବିଭିନ୍ନ କୋଣରୁ ବୈଶିକ ଓଡ଼ିଆମାନେ ମହୋତ୍ସବରେ ସାମିଲ ହୋଇଥିଲେ।ପବିତ୍ର ନବରାତ୍ର ପର୍ବର ଶୁଭାରମ୍ଭ ଓ ହିନ୍ଦୁ ନବବର୍ଷର ପ୍ଲାବନ ତିଥୀ ସାଙ୍ଗକୁ ଜନ୍ମଦିନ ପାଳନ କରାଯାଉଥିବାରୁ ଉଭୟ ସଂଗଠକ ଏବଂ ଆଗନ୍ତୁକ ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖରିତ ହୋଇଉଠିଥିବା ଦେଖାଯାଇଥିଲା।    

ଦୀର୍ଘ ୪୦ବର୍ଷ ଧରି ଦିଲ୍ଲୀରେ ସାମ୍ବାଦିକତା କରିଆସୁଥିବା କିଶୋର ଦ୍ବିବେଦୀ ଏବେ ଓଁମ ମେଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅଛନ୍ତି।ବହୁ ସାମାଜିକ, ସାଂସ୍କୃତିକ ଓ ଦାତବ୍ୟ ସଂଗଠନ ସହିତ ସକ୍ରୀୟ ଭାବେ ଜଡ଼ିତ ଥିବା ଶ୍ରୀ ଦ୍ବିବେଦୀ ବନ୍ଦେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା , ଅସୀମ ଓଡ଼ିଶାର ମୁଖ୍ୟ ସଂଯୋଜକ ଏବଂ ବିଶ୍ୱ ଓଡ଼ିଆ ସମ୍ମିଳନୀର ଜାତୀୟ ତଥା ଆନ୍ତର୍ଜାତୀୟ ଆବାହକ ପଦରେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।ଲୋକସଭାର ପ୍ରେସ ପରାମର୍ଶ ଦାତା କମିଟିର ପାଞ୍ଚ ଥର ସଦସ୍ୟ ରହିଆସିଥିବା ଶ୍ରୀ ଦ୍ବିବେଦୀ ସମ୍ପ୍ରତି ଭାରତୀୟ ସାମ୍ବାଦିକ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଅଛନ୍ତି।                

ସମାବେଶ ଏବଂ ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଜଗନ୍ନାଥ ସମିତିର ସମ୍ପାଦକ ଡ଼ଃ. ମନୋରଞ୍ଜନ ମହାନ୍ତି ଓ ଉପ-ସଭାପତି ପ୍ରମୋଦ ଭଲ,ଚଳିତ ବର୍ଷ ଫେବୃଆରୀ ୨ତାରିଖରେ ଦୀଅଁ ମାନଙ୍କର ପ୍ରାଣପ୍ରତିଷ୍ଠା କରାଯିବା ପରେ ନୋଏଡ଼ାର  ନବନିର୍ମିତ ଏହି ମନ୍ଦିରଟି ଏବେ ଜାତୀୟ ରାଜଧାନୀ କ୍ଷେତ୍ରର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଭାବର ଆଦାନ ପ୍ରଦାନ, ବନ୍ଧୁମିଳନ,ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ମହୋତ୍ସବ ଆଦି ଆୟୋଜନ କରାଯିବାର ମୁଖ୍ୟସ୍ଥଳ ବନିଥିବା ଲକ୍ଷ କରାଯାଉଛି।ଏବେ ଏଠାରେ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ଖୁବ ନିକଟରେ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏକ ୫୦କୋଠରୀ ବିଶିଷ୍ଟ ଧର୍ମଶାଳା ନିର୍ମାଣ ହେବାକୁ ଯାଉଥିବାର ଡ଼ଃ ମହାନ୍ତି ଓ ଶ୍ରୀ ଭଲ ସୂଚନା ଦେଇଥିଲେ।ଏହି ଅବସରରେ ବିଶିଷ୍ଟ ନାରୀ ନେତ୍ରୀ ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହିଳା ଶାଖାର ଉପ-ସଭାପତି ରୀତା ପାତ୍ରଙ୍କର ମଧ୍ୟ ଜନ୍ମଦିନ ପାଳନ କରାଯାଇଥିଲା। 

ସମଗ୍ର କାର୍ଯ୍ୟକ୍ରମକୁ ଖୁବ ସୂଚାରୁ ରୂପେ ଆୟୋଜନ ଓ ସଫଳତାର ସହିତ ସମ୍ପାଦନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଯଥା ; ଧନେଶ୍ୱର ନାୟକ, ଭରତ ପ୍ରଧାନ,କିଶୋର ପରିଡ଼ା, ସୁବ୍ରତ ଜେନା, ପ୍ରଶାନ୍ତ ଖିଲ୍ଲାର, ନିଗମ ମହାନ୍ତି, ଦିଲ୍ଲୀପ ସ୍ୱାଇଁ, ଅଭିରାମ ରାଉତ ଏବଂ ଅଖିଳ ସ୍ୱାଇଁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 

ଉପସ୍ଥିତ ମାନ୍ୟଗଣ୍ୟ  ବ୍ୟକ୍ତି ମାନଙ୍କ ମଧ୍ୟରେ ରୁଦ୍ର ଚରଣ ପାଢ଼ୀ, ଦ୍ୱାରକା ଚୋପ୍ରା ,ଅଜୟ କୁମାର ବେହେରା, ବିନାୟକ ଦାସ, ପ୍ରବୀର ମହାନ୍ତି, ମୀନକେତନ ସାମଲ, ନଗେନ୍ଦ୍ର ଜେନା, ପ୍ରଦୀପ ଶତପଥୀ, ବ୍ୟାସଦେବ ନାୟକ, ପୁଷ୍ପାଞ୍ଜଳି ବାରିକ, ବିମଳ ଭଲ, ବିଭୁପ୍ରସାଦ ସାହୁ,  ବରିଷ୍ଠ ଆଇନଜିବୀ ସଂଜୀବ ମହାନ୍ତି, ସୁରେଶ ତ୍ରିପାଠୀ, ସସ୍ମିତା ତ୍ରିପାଠୀ,  ପ୍ରିୟା ମିଶ୍ର, ସୁରଞ୍ଜୀତା ରଣା ଦାଶ,ବିଭୁଦତ୍ତ ପ୍ରଧାନ, ଡ଼ଃ ଗଣେଶ ଚନ୍ଦ୍ର ପଣ୍ଡା,ଡ଼ଃ ପ୍ରକାଶ ସାହୁ,ଦେବରାଜ ମହାନ୍ତି, ଲିପ୍ସା ପଟ୍ଟନାୟକ ମହାନ୍ତି, ଅସିତ କର, ସୌମ୍ୟ ରଞ୍ଜନ ସାହୁ ଏବଂ ସମୀର ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like