-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ମହାନଗର

ଏଥର ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ୭୫୦୦ କଳାକାରଙ୍କ ସମାଗମ ଖର୍ଚ ହେବ ୧.୭୫ କୋଟି

25-May-2025



ରିପୋର୍ଟ: ସଂଜୀବ ପାଣିଗ୍ରାହୀ

ଏଥର ହେବ ଆକର୍ଷଣୀୟ ଶୋଭାଯାତ୍ରା ସ୍ଥାନ ପାଇବ ଅପରେସନ ସିନ୍ଦୂର; ମିଳିତ କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର, ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳିତ ବର୍ଷ ବ୍ୟାପକ ଅୟୋଜନ ଚାଲିଛି। ସହରର ଷ୍ଠୀ ଯାତ୍ରା ୩ ପ୍ରମୁଖ ଓ ପୁରାତନ ଶୀତଳଷଷ୍ଠୀ କମିଟି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ାର ହଜାରରୁ ଶୋଭାଯାତ୍ରାରେ ଏଥର ସାଢ଼େ ୬ ହଜାରରୁ ଅଧିକ କଳାକାରଙ୍କ ସମାଗମ ହେବ ତଥା ରାଜ୍ୟ ବାହାରର ଲୋକ କଳାକାରଙ୍କ ନାଚଗୀତ ସହିତ ଆଧୁନିକ ନୃତ୍ଯ ବି ଲୋକେ ଉପଭୋଗ କରିବେ ବୋଲି ଆଜି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ ମିଳିତ ସମନ୍ବୟ ସମିତିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାରେ ୨୭ ତାରିଖ ମଂଗଳବାର ଦିନ ପତରପେଣ୍ଡି  କନ୍ଯା ଅନ୍ଵେଷଣ ସହିତ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ବ ଆରମ୍ଭ ହେବା ୨୮ ତାରିଖ ନୃସିଂହ ନିଉତା (ଦେବ ନିମନ୍ତ୍ରଣ) ଓ ୩୦ରେ ସାକ୍ଷୀ ଗୋପୀନାଥଙ୍କ ଆଗମନ ବିଧି ଅନୁଷ୍ଠିତ ହେବ ଅପରପକ୍ଷରେ ଝାଡୁଆପଡ଼ା ଓ ମୁଦିପଡ଼ାର ପତରପେଣ୍ଡି ୨୯ ତାରିଖ ଏବଂ ଦେବ ନିମନ୍ତ୍ରଣ ୩୦ ତାରିଖ ଦିନ ସଂପନ୍ନ ହେବା ଏସବୁ ସରିବା ପରେ ୩୧ ତାରିଖ ଦେବବିବାହ, ଜୁନ୍ ୧ ତାରିଖରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଓ ୨ ତାରିଖରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ରହିଛି। ଚଳିତ ବର୍ଷ ନନ୍ଦପଡ଼ାର ମୁଖ୍ୟ ଶୋଭଯାତ୍ରାରେ ଦୁଲୁଦୁଲି, ସଂପ୍ରଦା, ଶବର ନୃତ୍ୟ, ମୟୂର ନୃତ୍ୟ, କାନ୍ତରା, ଅଘୋରୀ, ଘଣ୍ଟବାଦ୍ୟ, ଘୁମୁରା, ପୁରୁଲିଆ ଛଉ, ଡମ୍ବରୁ ନୃତ୍ୟ, ଦଣ୍ଡା ନୃତ୍ୟ, ଯୋଡ଼ିଶଙ୍ଖ ଆଦି ରହିଛି। ଏଥି ସହିତ ନାଦିଆ ଡ୍ୟାନ୍ସ ଗ୍ରୁପ, ଆସାମ, ମୁମ୍ବାଇ, କୋଲକାତାର ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିବେ | ତେବେ, କେରଳର ତମ୍ବୋଲା ଓ ମେଲମ, ମୁମ୍ବାଇର ଲାବଣୀ ଓ ଖଡ଼ଗପୁରର ଶେର୍‌ବାଜା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ନନ୍ଦପଡ଼ା ଯାତ୍ରାରେ ଏଥର ୭୦ ଲକ୍ଷ ଟଙ୍କାର ବଜେଟ୍ ରହିଛି। ଶୋଭାଯାତ୍ରାରେ ୧୮ଶହ କଳାକାର ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ପ୍ରଜ୍ଞାପନ ମେଢରେ ଶମ୍ଭାଜୀ ମହାରାଜ, ପଂଚମୁଖୀ ହନୁମାନ ଭୈରବ, ରାମେଶ୍ଵରମ, ଅପରେସନ ସିନ୍ଦୂର ସ୍ଥାନ ପାଇବା, ଝାଡୁଆପଡ଼ାର ଶୀତଳଷଷ୍ଠୀ ଯାତ୍ରା ପାଇଁ ଏଥର ୫୭ରୁ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥର ଯାତ୍ରାରେ ୨୫୦୦ରୁ ୨୭୦୦ କଳାକାର ସାମିଲ ହେବେ । ଭୋପାଳର ବାବା ବଟେଶ୍ଵର କୀର୍ତନ ସମିତି ଏବଂ ଗୋଆର ଟେନୋଶ୍ଵର ସିଂ ମହୋତ୍ସବ ମଣ୍ଡଳର ୬୦ ଜଣିଆ କଳାକାରଙ୍କ ନୃତ୍ୟ ଏଥର ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦିଆଯାଇଛି। ଦୁଲ୍‌ଦୁଲି, ସଂପ୍ରଦା, ଆଦିବାସୀ ନାଚ, ଘୁମୁରା, କୋବରା ନୃତ୍ୟ, ପଂଜାବ ଢୋଲ, ବାଘନାଚ, ମୁଖାନାଚ, ଦୁର୍ଗା, ଜଗନ୍ନାଥ ମେଢ ନାଚ, କର୍ମା, ଧମାଲ ବ୍ୟାଣ୍ଡ, ଘଣ୍ଟବାଦ୍ୟ, ପାଇକ ଆଖଡ଼ା, ଶଙ୍ଖ, କଣ୍ଢେଇ ନାଚ, ବାଘନାଚ, ହନୁମାନ ଓ ମୋଟୁପତଲୁ କାର୍ଟୁନ ନୃତ୍ୟ ଦଳ ସହିତ କୋଲକାତା, ଆସାମ, ପୁରୀ ଆଦି ସ୍ଥାନର ନୃତ୍ୟ ଦଳ ମନ ମୋହିବେ । ପ୍ରଜ୍ଞାପନ ମେଢରେ ରାପେଲ, ରେବିଟ୍ କାର୍ଟୁନ, ଏଲିଅନ, ଅଘୋରି, ଅଗ୍ନି, ବ୍ରହ୍ମାସ ମିସାଇଲ ଆଦି ସ୍ଥାନ ପାଇବା
ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା ଏଥର ୪୮ ବର୍ଷରେ ପଦାର୍ପଣ କରିଛି। ସୁବର୍ଣ୍ଣ ଜୟନ୍ତୀ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ସଂପୂର୍ଣ୍ଣଭାବେ ପରଭା ରୂପାରେ ତିଆରି ହେବା ତେଣୁ, ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଚଳିତ ବର୍ଷ ୨୫୦୦ରୁ ୩୦୦୦ କଳକାର ସାମିଲ ହେବାକୁ ଥିବାବେଳେ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏଥର ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ଦୁଲଦୁଲି, ଡିଜେ, ଢୋଲ ବାଜା, ମୟୂର ନୃତ୍ୟ, ସୃଜନୀ ନୃତ୍ୟ ଦଳ, ଦୁର୍ଗା ନୃତ୍ୟ, ଆଦିବାସୀ ନୃତ୍ୟ, କାଲସୀ ନୃତ୍ୟ, ମାଛ ଓ ଗରିଲା ନୃତ୍ୟ, ଯୋଡ଼ିଶଙ୍ଖ, ଝାଜିର, ଗଉଡ଼ବାଡ଼ି, ସମ୍ବଲପୁରୀ ନୃତ୍ୟ ସହିତ ଭୁବନେଶ୍ଵର, କୋଲକାତା, ପୁନେ ଓ ନାଗପୁରର ଆଧୁନିକ ନୃତ୍ୟଦଳ ଦର୍ଶକଙ୍କ ମନ ମୋହିବେ | ପ୍ରଜ୍ଞାପନ ମେଢରେ ବ୍ରହ୍ମାସ ମିସାଇଲ, ନରସିଂହ ଅବତାର, ଗରୁଡ଼ ଗରୁଡ଼ ଆଦି ସ୍ଥାନ ପାଇବ ବୋଲି ସୂଚନା ଦିଆଯା ସାମ୍ବାଦିକ ସମ୍ମିଳନୀରେ ସମନ୍ଵୟ ସମିତିର ସଭାପତି ସୁଶାନ୍ତ ପୁରୋହିତ, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ନନ୍ଦପଡ଼ା କମିଟିର ସଭାପତି ସମୀର ରଂଜନ ବାବୁ, ଝାଡୁଆପଡ଼ା ଯାତ୍ରା କମିଟିର ସଭାପତି ସରୋଜ ଦଲପତ୍ର ଏବଂ ମୁଦିପଡ଼ା ଯାତ୍ରା କମିଟିର ସଭାପତି ଜଗଦୀଶ ପଣ୍ଡା ମଂଚାସୀନ ରହି ବିଭିନ୍ନ ସୂଚନା ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like