-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
10-May-2022
ଜଗତସିଂହପୁର(ପ୍ରେରଣା ଖବର) - ତିର୍ତ୍ତୋଲ ବ୍ଲକ ଅଧୀନ ମହାନଦୀରେ ତାର୍ତ୍ତୋଲ ଠାରୁ କୃଷ୍ଣାନନ୍ଦପୁର ଓ ପାଇକା ନଦୀର କୋଲର ପଂଚାୟତ କେଶରଡ଼ା ଠାରୁ କୃଷ୍ଣାନନ୍ଦପୁର, ତାର୍ତ୍ତୋଲ ଠାରୁ ହଂସୁରା ବାଲିକଣି ଓ କୋଲର ପଂଚାୟତ କେଶରଡ଼ା ଠାରୁ ଉକୁସାହି ଠାରେ ମଣିଜଙ୍ଗା ଜଳସମ୍ପଦ ଅଧୀନରେ ଚାଲିଛି ପଥର ପ୍ୟାକିଙ୍ଗ, ସ୍ପରିଙ୍ଗ କାର୍ଯ୍ୟ । ଏହିକମରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଠିକାଦାର ସହିତ ହାତ ମିଳାଇ ଦୁର୍ନୀତି କୁ ପ୍ରୋତ୍ସାହନ ଦେଉଥିବା ଜଣାପଡିଛି. ନଦୀର କୁଳ ଵା ଅତଡ଼ା କୁ ସୁରକ୍ଷା ପାଇଁ ନଦୀ ଭିତରକୁ ପଥର ଦ୍ୱାରା ସ୍ପର ଵା ଲଞ୍ଚ ପ୍ୟାଡ଼ କରାଯାଇଥାଏ । ଏହି ସ୍ପର ନଦୀ ଭିତରକୁ ୩୦ ରୁ ୩୫ ମିଟର ପର୍ଯ୍ୟନ୍ତ କରାଯିବାପାଇଁ କାର୍ଯ୍ୟାଦେଶ ରହିଥାଏ । ଏଠି ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ଙ୍କ ମିଲଭଗତରେ ଚାଲିଛି ଦିନ ଦ୍ବିପ୍ରହର ରେ ଦୁର୍ନୀତି । ନଦୀ ବନ୍ଧ ଠାରୁ କେତେ ଉଚ୍ଚତା ରହିବା ଦରକାର ଠିକାଦାର ସେଇ ହିସାବରେ କରୁନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ସଠିକ ଭାବେ ଯାଞ୍ଚ ନକରି ଉପର ଠାଉରିଆ ଭାବେ ମାପି ଉତ୍କୋଚ ନେଇ ବିଲି ପୈଠ କରିଦେବାକୁ ନେଇ ଚର୍ଚ୍ଚା ହେଉଛି ।