-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
10-May-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବାଦିକଟା ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ କାର୍ଯ୍ୟରେ ଜନସାଧାରଣ ବେଶ ଖୁସି ହେଉଥିବା ପରିଲକ୍ଷିତ ହୋଇଛି ।ବାଦିକଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାପଲହର ଗ୍ରାମ ର ବିଜୁଜନତା ଦଳ ର ଗ୍ରାମପଞ୍ଚାୟତ ସଭାପତି ତଥା ଜଣେ ସ୍ବେଚ୍ଛାସେବୀ ଭାବେ ଜଣାଶୁଣା କ୍ଷୀତି ସାହୁ ଙ୍କ ଧର୍ମପତ୍ନୀ ଶ୍ରୀମତୀ ସବିତା ସାହୁ ବର୍ତ୍ତମାନ ବାଦିକଟା ଗ୍ରାମପଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ସେ ଦାୟିତ୍ଵ ନେବାଦିନ ଠାରୁ ଉକ୍ତ ପଞ୍ଚାୟତ ଅଧୀନ ଯାଉଥିବା ୪ ଖଣ୍ଡ ଗ୍ରାମକୁ ନିଜେ ଗାଡିଖର୍ଚ୍ଚ କରି ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଚାଉଳ,ଗହମ ନେଇ ଗାଁ ମାନଙ୍କୁ ବଣ୍ଟନ କରୁଥିବାର ଜଣାପଡିଛି ।ଏଇ ପ୍ରୟାସ ରେ ଜନସାଧାରଣ ଖୁସି ଅନୁଭବ କରୁଛନ୍ତି