-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଦେଶ ବିଦେଶ

ତାଲିବାନର ସେହି ୭ ଶୀର୍ଷ ନେତାଙ୍କ ହାତରେ ଆଫଗାନିସ୍ତାନର ଭାଗ୍ୟ, କିଏ କୁଖ୍ୟାତ ଆତଙ୍କବାଦୀ ତ କିଏ ମୋଷ୍ଟ ଓ୍ବାଣ୍ଟେଡ୍

20-Aug-2021



ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିସାରିଛି।  ଦେଶର ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ ଚାଲିଯାଇଛନ୍ତି। ଆଫାଗାନିସ୍ତାନରେ ଏବେ ତାଲିବାନ ନେତୃତ୍ବାଧୀନ ସରକାର ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନଥିଲା। ଆଫଗାନିସ୍ତାନକୁ ନିଜ କବଜାରେ ନେବା ପରେ ଆତଙ୍କବାଦୀ ନିଜକୁ ଉଦାରବାଦୀ ବୋଲି କହି ବୁଲୁଛି। କିନ୍ତୁ ପ୍ରକୃତି ନୈବ ମୁଚ୍ୟତେ ଭଳି ତାଲିବାନ ନିଜର ଅସଲ ଚେହେରା ଦେଖାଉଛି। କେଉଁଠି ବୁର୍ଖା ପିନ୍ଧିନଥିବା ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଉଛି ତ ପୁଣି କେଉଁଠି ବିଦ୍ରୋହୀଙ୍କ ମୁହଁ ବନ୍ଦ କରାଯାଉଛି।  ଏବେ ଆଫଗାନିସ୍ତାନର ନେତୃତ୍ବ ନେଇଥିବା ତାଲିବାନ ମଧ୍ୟରେ ଏମିତି ଅନେକ ମୁଜାହିଦିନ୍‌ ଅଛନ୍ତି ଯେଉଁମାନେ ୧୯୮୦ରେ ସୋଭିଏତ ସଙ୍ଘ ବିରୋଧରେ ଲଢ଼େଇ ପାଇଁ ପ୍ରଶିକ୍ଷଣ ନେଇଥିଲେ। ବର୍ତ୍ତମାନର କଥା କହିବାକୁ ଗଲେ ତାଲିବାନ ସଙ୍ଗଠନରେ ମୋଟ ୭ ଜଣ ପ୍ରଭାବଶାଳୀ ନେତା ଅଛନ୍ତି।

ହୈବତୁଲ୍ଲାହ ଅଖୁନ୍ଦଜାଦା,

ସୁପ୍ରିମ କମାଣ୍ଡର
୧୯୬୧ରେ ଜନ୍ମ ଗ୍ରହଣ କରିଥିବା ହୈବୁତୁଲ୍ଲାହ ତାଲିବାନର ତୃତୀୟ ସର୍ବୋଚ୍ଚ କମାଣ୍ଡର। ଅଖୁନ୍ଦଜାଦାକୁ ଜଣେ ସୈନ୍ୟ କମାଣ୍ଡର ଅପେକ୍ଷା ଜଣେ ଧାର୍ମିକ ନେତା ଭାବେ ଜଣାଯାଏ। ତାଲିବାନର ଶୀର୍ଷ ନେତା ହେବା ପରେ ତାକୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ମେ’ରେ ଇଦ-ଉଲ ଫିତରରେ ସେ ସେ ଭାଷଣ ଦେବାକୁ ଲୋକଙ୍କ ସାମ୍ନାକୁ ଆସିଥିଲା।

*ଅବଦୁଲ ଘନି ବରାଦର,* ଡେପୋଟି ଲିଡର
ତାଲିବାନର ଉପନେତା ତାଲିବାନର ମୁଖ୍ୟ ସାର୍ବାଜନୀନ ଚେହେରା ଯିଏକି ଆଗାମୀ ସରକାରରେ ନେତୃତ୍ବ ନେଇପାରେ । ସେ ଉସମା ବିନ ଲାଡେନ୍‌ ସହ ମୁଖ୍ୟ ଭାବେ ସମ୍ପର୍କରେ ଥିଲା। ମୁଲା ମହମ୍ମଦ ସହ ମିଶି ତାଲିବାନର ସହ ପ୍ରତିଷ୍ଠାତା ହୋଇଥିଲା। ୨୦୧୦ରେ ବରାଦରକୁ ପାକିସ୍ତନାର ବନ୍ଦରଗାହ ସହରରେ ୟୁଏସ୍‌ ଇଣ୍ଟେଲିଜେନ୍ସ ଅଧିକାରୀ କାବୁ କରିନେଇଥିଲେ। ୨୦୧୮ରେ ଆମେରିକା ତାକୁ ଛାଡ଼ିବାକୁ ରାଜି ହୋଇଥିଲା। ବରାଦାର ଦୋହା କତରରେ ରହୁଥିଲା। ସେଠାରେ ତାଲିବାନର ଏକ ରାଜନୈତିକ କାର୍ଯ୍ୟାଳୟ ରହିଛି। ମଙ୍ଗଳବାର ସେ କାନ୍ଧାହାର ଫେରିଆସିଛି। ୨୦୨୦ରେ ଟ୍ରମ୍ପ ପ୍ରଶାସନ ସହ ସେ ଏକ ଶାନ୍ତି ବୁଝାମଣା ଉପରେ ହସ୍ତାକ୍ଷର ମଧ୍ୟ କରିଛି।

ସିରାଜୁଦ୍ଦିନ୍‌ ହକ୍କାନୀ
ଆମେରିକା ଦ୍ବାରା ନାମିତ ଆତଙ୍କବାଦୀ ସଙ୍ଗଠନ ହକ୍କାନୀ ନେଟଓ୍ବର୍କ ନେତା ୨୦୧୬ରେ ସଙ୍ଗଠନର ବିଲୟ ପରେ ସେ ତାଲିବାନ ଉପନେତା ହୋଇଥିଲା। ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ତାର ଯିବା ଆସିବା ରହିଛି ବୋଲି କୁହାଯାଉଛି। ଦୁଇ ଦେଶର ଆର୍ଥିକ ଏବଂ ପ୍ରତିରକ୍ଷା କାର୍ଯ୍ୟକଳାପରେ ତାର ହସ୍ତକ୍ଷେପ ଥିବା କୁହାଯାଉଛି। ତେବେ ହକ୍କାନୀକୁ ତାଲିବାନ ସରକାରରେ କଣ ଦାୟିତ୍ବ ମିଳିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ମହମ୍ମଦ ୟାକୁବ, ପ୍ରତିଷ୍ଠାତାର ପୁଅ
ୟାକୁବ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଉମରର ପୁଅ। ସଙ୍ଗଠନର ଶୀର୍ଷ ପଦ ପାଇଁ ବଡ଼ ଦାବିଦାର। ପାକିସ୍ତାନର ଏକ ମଦରାସାରୁ ଶିକ୍ଷା ଲାଭ କରିଥିବା ୟାକୁବ ଏବେ ତାଲିବାନରେ ରହୁଛି। ହକ୍କାନୀ ସହ ମିଶି ସଙ୍ଗଠନର ସୈନ୍ୟ ଗତିବିଧି ଉପରେ ୟାକୁବ ନଜର ରଖୁଥିବା କୁହାଯାଉଛି।

ଅବଦୁଲ ହକିମ ହକ୍କାନୀ
ଅବଦୁଲ ହକିମ ହକ୍କାନୀ ଟପ୍‌ କମାଣ୍ଡର ହୋଇଥିବା ବେଳେ ଅଖୁନ୍ଦାଜାଦାର ସେ ନିକଟତର। ହକ୍କାନୀ ତାଲିବାନର ମୁଖପାତ୍ର ଟିମ୍‌ର ନେତୃତ୍ବ କରୁଛି। ଧାର୍ମିକ ପରିଷଦର ମଧ୍ୟ ସେ ଜଣେ ବରିଷ୍ଠ ସଦସ୍ୟ।

ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜଇ
ଷ୍ଟାନିକଜଇ ଅନ୍ୟ ନେତାଙ୍କ ତୁଳନାରେ ଟିକେ ଭିନ୍ନ। ସେ ଅନର୍ଗଳ ଇଂରାଜୀରେ କଥା କହିପାରେ।  ପୂର୍ବରୁ  ଆଫଗାନିସ୍ତାନ ଉପରେ କବଜା କରିଥିବା ତାଲିବାନ ସରକାରରେ ​ ସେ ଉପ ବୈଦେଶିକ ମନ୍ତ୍ରୀ ଭାବେ ଅନେକ ଦେଶ ଯାତ୍ରା କରିଥିଲା। ୧୯୯୬ରେ କ୍ଲିଣ୍ଟନ ପ୍ରଶାସନକୁ ରାଜି କରାଇବାକୁ ଓ୍ବାସିଂଟନ ଯାତ୍ରା କରିଥିଲା। ରୟଟର୍ସର ଏକ ରିପୋର୍ଟ ଅନୁସାରେ, ସରକାରୀ ଅଧିକାରୀଙ୍କ ସହ ସାକ୍ଷାତ କରିବା ପାଇଁ ଚୀନର ପ୍ରତିନିଧିମଣ୍ଡଳର ବି ନେତୃତ୍ବ ନେଇଥିଲା।

ଜବିହୁଲ୍ଲାହ ମୁଜାହିଦ, ମୁଖ୍ୟ ପ୍ରବକ୍ତା
ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମଳନୀରେ ମୁଜାହିଦ ସମ୍ବୋଧିତ କରିଥିଲା। ସଙ୍ଗଠନର ସନ୍ଦେଶକୁ ବିଶ୍ବ ସମୂହ ପାଖରେ ପହଞ୍ଚାଇଥିଲା। ୨୦ ବର୍ଷ ଯୁଦ୍ଧ ସମୟରେ ସେ ସାମ୍ବାଦିକଙ୍କ ସହ କେବଳ ଫୋନ୍‌ରେ ହିଁ କଥା ହେଉଥିଲା। ୧୭ ଅଗଷ୍ଟରେ ସାମ୍ବାଦିକ ସମ୍ମଳନୀରେ ତାକୁ ସର୍ବସାଧରଣ ସ୍ଥାନରେ ଦେଖିବାକୁ ମିଳିଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like